ପୁରୀ: ଶ୍ରୀଜୀଉଙ୍କ ଦର୍ଶନ ପାଇଁ ନୂଆବର୍ଷରୁ ଆରମ୍ଭ ହେବ ନୂତନ ବ୍ୟବସ୍ଥା l ଜାନୁୟାରୀ ୧ରୁ ଏହା ଲାଗୁ ହେବ l ମନ୍ଦିର ଦର୍ଶନ ପାଇଁ ଆସୁଥିବା ବରିଷ୍ଠ, ମହିଳା ଶିଶୁ ଓ ସମସ୍ତ ଭକ୍ତଙ୍କ ପାଇଁ ପ୍ରତିବନ୍ଧକମୁକ୍ତ ଦର୍ଶନ ପ୍ରଦାନ ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ ଅରବିନ୍ଦ ପାଢ଼ୀଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପରାମର୍ଶ ନିଆଯାଇ ଏହି ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି l ନୂତନ ବର୍ଷ ଆରମ୍ଭ ରେ ଗହଳି କୁ ନିୟନ୍ତ୍ରଣ କରିବା ତଥା ଶୃଙ୍ଖଳିତ ଦର୍ଶନ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବିଶେଷତଃ ଗୁରୁତ୍ଵ ଦେଇ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଏକ ପ୍ରତିବନ୍ଧକମୁକ୍ତ ବ୍ୟବସ୍ଥା ଆରମ୍ଭ କରିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଛତିଶା ନିଯୋଗଙ୍କ ସମେତ ବିଭିନ୍ନ ସେବାୟତଙ୍କ ସହ ପରାମର୍ଶ ସହିତ ନାଟମଣ୍ଡପରେ ବ୍ୟାରିକେଡ୍ ଏବଂ ରେମ୍ପ୍ ଦ୍ଵାରା ଦର୍ଶନ କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି l
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |