ଦେଶରେ ଦ୍ରୁତ ଗତିରେ ଚାଲୁଛି ବୁଲେଟ ଟ୍ରେନ୍ ପ୍ରକଳ୍ପ l ଏବେ ମୁମ୍ବାଇ-ଅହମ୍ମଦାବାଦ୍ ପରେ ଏବେ ଦେଶର ଆଉ ଚାରୋଟି ରୁଟରେ ବୁଲେଟ୍ ଟ୍ରେନ୍ ଚାଲିବ। ଏନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ରେଳ ବିଭାଗ। ମୋଦି ସରକାର ମୁମ୍ବାଇ ଓ ଅହମ୍ମଦାବାଦ ମଧ୍ୟରେ ହେବାକୁ ଥିବା ବୁଲେଟ୍ ଟ୍ରେନ୍ ପ୍ରକଳ୍ପକୁ ଅନୁମତି ଦେଇଛନ୍ତି l
ରେଳ ବିଭାଗ ଦିଲ୍ଲୀରୁ ମୁମ୍ବାଇ, ଦିଲ୍ଲୀରୁ କୋଲକାତା, ମୁମ୍ବାଇରୁ ଚେନ୍ନାଇ ଓ ମୁମ୍ବାଇରୁ ନାଗପୁର ମଧ୍ୟରେ ବୁଲେଟ୍ ଟ୍ରେନ୍ ଚଲାଇବା ର ଯୋଜନା କରୁଛନ୍ତି । ଏଥି ପାଇଁ ପ୍ରାରମ୍ଭିକ ଅବସ୍ଥାରେ ଜମି ଚିହ୍ନଟ ପକ୍ରିୟା ଆରମ୍ଭ କରୁଛି ରେଳ ବିଭାଗ। ବୁଲେଟ୍ ଟ୍ରେନ୍ ଆର୍ଥିକ ଦୃଷ୍ଟିରୁ ବଡ଼ ପ୍ରୋଜେକ୍ଟ ହୋଇଥିବା କାରଣରୁ ଖୁବ୍ ସତର୍କତା ସହିତ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ସରକାର।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |