Explore

Search
Close this search box.

Search

October 3, 2024 1:00 pm

Genres

ଆଜି ମୋହନ ସରକାରଙ୍କ ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ

ସରକାରକୁ ଆସିବା ପରେ ପ୍ରଥମ ଥର ସବୁ ଜିଲ୍ଲାପାଳଙ୍କୁ ନେଇ ବୈଠକ କରିବେ ରାଜ୍ୟ ସରକାର। ଆଜି ଓ କାଲି ଦୁଇ ଦିନ ଧରି ବସିବ ବୈଠକ। ତେବେ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଳାପାଳଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଓ କେଭି ସିଂ ଦେଓ ଏବଂ ମୁଖ୍ୟ ଶାସନ ସଚିବ ଉପସ୍ଥିତ ରହି ଜିଲ୍ଲାପାଳମାନଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି।

ଆଜିର ବୈଠକରେ ସରକାର କିପରି ଲୋକାଭିମୁଖୀ କାର୍ଯ୍ୟ ପାଇଁ ତତ୍ପର ହେବ, ତୃଣମୂଳ ସ୍ତରର ଲୋକଟି କିପରି ସରକାରଙ୍କ ପାଖରେ ପହଞ୍ଚିବ ସେ ନେଇ ସମସ୍ତଙ୍କୁ ଗୁରୁମନ୍ତ୍ର ଦେବେ ରାଜ୍ୟ ସରକାର।

ତେବେ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ଲୋକସେବା ଭବନର କନଭେନସନ ସେଂଟରରେ ଆଜି ସାଢ଼େ ୯ଟାରେ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହେବ। ଏହାପରେ ୯ଟା ୪୦ମିନିଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ସରକାରର ପ୍ରାଥମିକତା ସମ୍ପର୍କରେ ପ୍ରାୟ ୨୦ମିନିଟ୍ ଧରି ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନଙ୍କୁ ଅବଗତ କରାଇବେ। ତା’ପରେ ସକାଳ ସାଢ଼େ ୧୦ଟାରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଏବଂ ସାଢ଼େ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ସମ୍ମିଳନୀ ଜାରି ରହିବ। ସାଢ଼େ ୧୦ଟାରୁ ୧୧ଟା ୧୫ମିନିଟ୍ ପର୍ଯ୍ୟନ୍ତ ଅଧିବେଶନରେ ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା ଯୋଜନା’ର ସଫଳ କାର୍ଯ୍ୟାନ୍ୱୟନ ସଂକ୍ରାନ୍ତରେ ମହିଳା ଓ ଶିଶୁ ବିକାଶ ପ୍ରମୁଖ ସଚିବ, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ପ୍ରମୁଖ ସଚିବଙ୍କ ସମେତ କଟକ ଓ କୋରାପୁଟ ଜିଲ୍ଲାପାଳ ନିଜର ମତ ରଖିବେ। ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଏହି ଅଧିବେଶନକୁ ପରିଚାଳନା କରିବେ। ସେହିପରି ୧୧ଟା ୧୫ରୁ ୧୨ଟା ପର୍ଯ୍ୟନ୍ତ ଅଧିବେଶନରେ ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ଉପରେ ଆଲୋଚନା ହେବ। ଏଥିରେ ଖାଦ୍ୟଯୋଗାଣ ବିଭାଗ ଓ ସମବାୟ ବିଭାଗର ପ୍ରମୁଖ ସଚିବ, କୃଷି ନିର୍ଦ୍ଦେଶକ, ସମବାୟ ରେଜିଷ୍ଟ୍ରାରଙ୍କ ସମେତ ବରଗଡ଼ ଓ ସମ୍ବଲପୁର ଜିଲ୍ଲାପାଳ ନିଜର ରିପୋର୍ଟ ଉପସ୍ଥାପନ କରିବେ। ଏହି ଅଧିବେଶନକୁ ପରିଚାଳନା କରିବେ ଓଡ଼ିଶା ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ। ସେହିପରି ୩ଟା ୧୫ମିନିଟରେ ଶିଳ୍ପାଂଚଳ ବିକାଶ ପ୍ରସଙ୍ଗରେ ୪୫ମିନିଟ୍ ଧରି ଆଲୋଚନା ହେବ। ଏଥିରେ ‘ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ ଓ ଉତ୍ତରଦାୟୀ ପ୍ରଶାସନ’ ପ୍ରସଙ୍ଗରେ ଆଲୋଚନାରେ ଶିଳ୍ପ ବିଭାଗର ପ୍ରମୁଖ ସଚିବଙ୍କ ସମେତ ଅନୁଗୁଳ ଓ ବାଲେଶ୍ୱର ଜିଲ୍ଲାପାଳ ମତାମତ ରଖିବେ।

ସେହିପରି ଦ୍ୱିତୀୟ ଦିନରେ ଜିଲ୍ଲାପାଳଙ୍କ ସମେତ ଏସପି ମଧ୍ୟ ସାମିଲ ହେବେ। ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭିତ୍ତିକ ଆଲୋଚନା ହେବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score