Explore

Search

November 17, 2025 9:10 pm

ଆଜିଠାରୁ ଉତ୍ତରାଖଣ୍ଡରେ ଲାଗୁହେଲା ଏକକ ନାଗରିକ ସଂହିତା ବା ୟୁସିସି

ucc in uttarakhand

ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ୟୁସିସି ଲାଗୁ କରିଛି। ବ୍ୟକ୍ତିଗତ ଆଇନଗୁଡ଼ିକୁ ରଦ୍ଦ କରି ଦେଶର ସମସ୍ତ ନାଗରିକଙ୍କୁ ସେମାନଙ୍କ ଧର୍ମ ଓ ଜାତି ନିର୍ବିଶେଷରେ ଗୋଟିଏ ପ୍ରକାରର ନିୟମରେ ବାନ୍ଧି ହୋଇ ରହିବାକୁ ୟୁସିସିରେ ବ୍ୟବସ୍ଥା ରହିଛି। ବାହାଘର, ପୋଷ୍ୟଗ୍ରହଣ, ବିବାହ ବିଚ୍ଛେଦ ଓ ପରମ୍ପରା ସମସ୍ତଙ୍କ ପାଇଁ ସମାନ ରଖିବାକୁ ବିଲ୍‌ ଜରିଆରେ କୁହାଯାଇଛି। କେନ୍ଦ୍ର ସରକାର ବିଧିବଦ୍ଧ ଭାବେ ୟୁସିସି ଲାଗୁ କରି ନଥିଲେ ହେଁ ଉତ୍ତରାଖଣ୍ଡ ସରକାର ଏହାଗୁ ରାଜ୍ୟରେ ପ୍ରଣୟନ କରିଛନ୍ତି। ୟୁସିସିରେ ଅନେକ ସାମାଜିକ ପ୍ରସଙ୍ଗ ଯଥା- ବାହାଘର, ଛାଡ଼ପତ୍ର, ଉତ୍ତରାଧିକାର, ନିକା ହଲାଲା ଓ ଲିଭ ଇନ ରିଲେସନଶିପ କଥା ରହିଛି l ବାହାଘର, ଛାଡ଼ପତ୍ର ଓ ଲିଭ ଇନ ପାଇଁ ୟୁସିସିରେ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। ଏହି ଆଇନରେ ଝିଅମାନଙ୍କ ବିବାହ ବୟସ ୧୮ ଓ ପୁଅଙ୍କ ବୟସ ୨୧ ବର୍ଷ ରହିଛି। ବାହାଘରର ପଞ୍ଜୀକରଣ ବାଧ୍ୟତାମୂଳକ। ବହୁ ବିବାହ ପ୍ରଥା ଓ ନିକା ହଲାଲାକୁ ବ୍ୟାନ କରାଯାଇଛି। ହଲାଲା ହେଉଛି ଇସଲାମ ଧର୍ମରେ ଥିବା ବିବାଦୀୟ ବାହାଘର ପ୍ରଥା। ଏହି ପ୍ରଥା ଅନୁସାରେ ଛାଡ଼ପତ୍ର ପାଇଥିବା ମହିଳା ତାଙ୍କ ପୂର୍ବତନ ପତ୍ନୀଙ୍କୁ ଯଦି ପୁଣି ବାହା ହେବାକୁ ଚାହିଁବେ, ତା’ହେଲେ ତାଙ୍କୁ ଆଉ ଜଣଙ୍କ ବିବାହ କରିବାକୁ ପଡ଼ିବ। ଏହାପରେ ତାଙ୍କୁ ଛାଡ଼ପତ୍ର ଦେଇ ପୂର୍ବତନ ସ୍ୱାମୀଙ୍କୁ ବାହା ହେବାକୁ ପଡ଼ିବ। କିନ୍ତୁ ୟୁସିସିରେ ଏହାକୁ ନିଷିଦ୍ଧ କରାଯାଇଛି।

ବାହାଘର ଧାର୍ମିକ ପରମ୍ପରା କିମ୍ବା ଆଇନଗତ ଉପାୟରେ କରାଯାଇ ପାରିବ। କିନ୍ତୁ ବାହାଘରର ୬୦ ଦିନ ମଧ୍ୟରେ ଏହାର ପଞ୍ଜୀକରଣ ବାଧ୍ୟତାମୂଳକ।
୨୦୧୦ ମାର୍ଚ୍ଚ ୨୬ ପୂର୍ବରୁ ହୋଇଥିବା ବାହାଘର କିମ୍ବା ଉତ୍ତରାଖଣ୍ଡ ବାହାରେ ହୋଇଥିବା ବାହାଘର ଗୁଡ଼ିକର ପଞ୍ଜୀକରଣ ପାଇଁ ୧୮୦ ଦିନର ସମୟ ମିଳିଛି। ତେବେ ଏହା ବାଧ୍ୟତାମୂଳକ ନୁହେଁ। ଯେକୌଣସି ସ୍ଥଳ ସେନା, ବାୟୁ ସେନା ଓ ନୌସେନାର କର୍ମଚାରୀ ଯୁଦ୍ଧ କାର୍ଯ୍ୟକ୍ରମରେ ସାମିଲ ରହିଛନ୍ତି, ତା’ହେଲେ ସେମାନେ ଆଇନକୁ ନିଜ ଇଚ୍ଛା ଅନୁସାରେ ସମୟ ନେଇ କାର୍ଯ୍ୟକାରୀ କରିପାରିବେ।

ବାହାଘର ପଞ୍ଜୀକରଣ ନ କଲେ ସରକାରୀ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିବ।

ୟୁସିସି ଅଧୀନରେ ଛାଡ଼ପତ୍ର ପାଇଁ ପତି ଓ ପତ୍ନୀଙ୍କର ସମାନ କାରଣ ଏବଂ ଆଧାର ରହିବା ଦରକାର। ଛାଡ଼ପତ୍ର ପାଇଁ ଯେଉଁ କାରଣ ସ୍ୱାମୀଙ୍କ ପାଇଁ ଲାଗୁ ହେବ, ସେହି କାରଣ ପତ୍ନୀଙ୍କ ପାଇଁ ମଧ୍ୟ ଲାଗୁ ହେବ। ଏହାର ଅର୍ଥ ଜଣେ ସ୍ୱାମୀ ମଧ୍ୟ ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ। ବାହାଘରର ବର୍ଷକ ମଧ୍ୟରେ କେହି ବି ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ ନାହିଁ। ବାହାଘର ପରେ ଯଦି ଅନୈତିକ ସମ୍ପର୍କ ସ୍ୱାମୀ କିମ୍ବା ପତ୍ନୀ ରଖୁଛନ୍ତି, ତା’ହେଲେ ଛାଡ଼ପତ୍ର ପାଇଁ ଏହାକୁ କାରଣ ଭାବେ ବିବେଚନା କରାଯାଇ ପାରିବ। ସେହିପରି ୟୁସିସିରେ ଉତ୍ତରାଧିକାର – ପୁଅ ଭଳି ଝିଅର ମଧ୍ୟ ପୈତୃକ ସମ୍ପତ୍ତିରେ ସମାନ ଅଧିକାର ରହିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score