Explore

Search

November 12, 2025 1:54 am

ପୁରୁଷ ହକି ରେ ଭାରତ ର ଦମଦାର ବିଜୟ :ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ପରାସ୍ତ କଲା ଟିମ୍ ଇଣ୍ଡିଆ

Paris Olympic 2024

ଚଳିତ ବର୍ଷ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ଦେଖାଇଛି ତାର ଦମଦାର ପ୍ରଦର୍ଶନ। ପୁଲ ଷ୍ଟେଜ୍ ମ୍ୟାଚରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ପରାସ୍ତ କରିଛି ଏଥିସହ ଗ୍ରୁପରେ ଦଳ ୧୦ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନ ହାସଲ କରି କ୍ୱାର୍ଟର ଫାଇନାଲକୁ ଯାଇଛି। ସୂଚନା ଥାଉ କି ଅଲିମ୍ପିକ୍ସ ଇତିହାସରେ ୧୯୭୨ ମସିହା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ଭାରତର ପ୍ରଥମ ବିଜୟ। ୧୯୭୨ରେ ହୋଇଥିବା ମ୍ୟୁନିକ ଅଲମ୍ପିକ୍ସରେ ଶେଷଥର ପାଇଁ ଭାରତ ଅଷ୍ଟ୍ରେଲିଆକୁ ହରାଇଥିଲା । ସେହି ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୩-୧ରେ ପରାସ୍ତ କରିଥିଲା । ସେହି ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା ।

ଶୁକ୍ରବାର ଅଲିମ୍ପିକ୍ସ ହକି ପ୍ରତିଯୋଗିତାର ପ୍ରଦର୍ଶନରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଥିଲେ। ଟିମ୍ ଇଣ୍ଡିଆ ପକ୍ଷରୁ ହରମନପ୍ରୀତ ସିଂହ ଦୁଇଟି ଗୋଲ୍ ଦେଇଥିଲେ। ସେହିପରି ଅଭିଷେକ ଗୋଟିଏ ଗୋଲ ସ୍କୋର କରିଥିଲେ। ପ୍ରଥମ କ୍ୱାର୍ଟରରେ ଟିମ୍ ଇଣ୍ଡିଆ ୨-୦ରେ ଆଗୁଆ ରହିଥିଲା। ତେବେ ମ୍ୟାଚ ଆରମ୍ଭରୁ ହିଁ ଭାରତ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା । ଏହାପରେ ଅଷ୍ଟ୍ରେଲିଆ ଦ୍ୱିତୀୟ କ୍ୱାର୍ଟରରେ ଗୋଲ ସ୍କୋର କରିଥିଲା। ତୃତୀୟ କ୍ୱାର୍ଟରରେ ଟିମ୍ ଇଣ୍ଡିଆ ଗୋଲ ଦେଇ ମ୍ୟାଚ୍କୁ ୩-୧ରେ ପହଞ୍ଚାଇଥିଲା। ଏହାପରେ ଅଷ୍ଟ୍ରେଲିଆ ଶେଷ କ୍ୱାର୍ଟରରେ ଆଉ ଏକ ଗୋଲ୍ ସ୍କୋର କରିଥିଲା। ଫଳରେ ଭାରତ ୩-୨ ଗୋଲରେ ମ୍ୟାଚ୍ ଜିତି ନେଇଥିଲା।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score