Explore

Search

March 23, 2025 12:49 pm

Genres

ରାଜାମୌଲିଙ୍କ ଚଳଚ୍ଚିତ୍ରରେ ଝଲସିବ କୋରାପୁଟର ସୌନ୍ଦର୍ଯ୍ୟ

ରାଜାମୌଲିଙ୍କ ଚଳଚ୍ଚିତ୍ରରେ ଝଲସିବ କୋରାପୁଟର ସୌନ୍ଦର୍ଯ୍ୟ

ଓଡ଼ିଶାର ରତ୍ନ କୋରାପୁଟ ଜିଲ୍ଲା ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହା ବିଶ୍ଵବିଦିତ l ସେଥିପାଇଁ ତ ଦାକ୍ଷିଣ ଭାରତର ସୁନାମଧନ୍ୟ ପ୍ରଯୋଜକ ରାଜାମୌଲିଙ୍କ ପରବର୍ତ୍ତୀ ଠିକଣା ସାଜିଛି କୋରାପୁଟ l

ସୂଚନାନୁଯାୟୀ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଏସ୍ଏସ୍ଏମ୍‌ ବି-୨୯’ ର ଶୁଟିଂ ଆସନ୍ତା ମାର୍ଚ୍ଚ ପହିଲାରୁ ୨୯ ତାରିଖ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାରେ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ନାଗା ପ୍ରଣିତ ଏହାର ପ୍ରଡକ୍ସନ ମ୍ୟାନେଜର ହୋଇଥିବା ବେଳେ ଜିଲ୍ଲାର ଦେଓମାଳି, ତଳମାଳି, ଲମତାପୁଟ, ଜୟପୁର ଭଳି ବିଭିନ୍ନ ସ୍ଥାନରେ ଶୁଟିଂ କରିବା ପାଇଁ ସ୍ଥାନ ଚିହ୍ନଟ କରିଥିବା ଏକ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ବଡ଼ ବଜେଟରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ଟଲିଉଡର ସୁପରଷ୍ଟାର ମହେଶ ବାବୁ ମୁଖ୍ୟ ଭୂମିକାରେ ଥିବାବେଳେ ତାଙ୍କ ସହିତ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅଭିନୟ କରୁଛନ୍ତି । ତାଙ୍କ ବ୍ୟତୀତ ବଲିଉଡର ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଅଭିନୟ କରୁଥିବା ସୂଚନା ମିଳିଛି।

ସୁଟିଂ ପୂର୍ବରୁ ସ୍ଥାନ ଚୟନ ପାଇଁ ରାଜାମୌଲି କୋରାପୁଟ ଆସି ବିଭିନ୍ନ ସ୍ଥାନ ବୁଲାବୁଲି କରୁଛନ୍ତି। ସେ ସେମିଳିଗୁଡାର ଏକ ହୋଟେଲରେ ରହୁଥିବା ଜଣାପଡିଛି। ତାଙ୍କ ସହିତ ଅଭିନେତା ମହେଶ ବାବୁ ମଧ୍ୟ କୋରାପୁଟ ଆସି ବୁଲାବୁଲି କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ପ୍ରିୟଙ୍କା ଚୋପ୍ରା ଓ ଅନ୍ୟ ଅଭିନେତା ଅଭିନେତ୍ରୀମାନେ ଆସନ୍ତା ୬ ତାରିଖ ସୁଦ୍ଧା କୋରାପୁଟ ଆସିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। କୋରାପୁଟ ଜିଲ୍ଲାରେ ଏହା ପୂର୍ବରୁ ବହୁ ତେଲୁଗୁ, ତାମିଲ ଫିଲ୍ମ ଶୁଟିଂ ହୋଇଥିଲେ ମଧ୍ୟ ରାଜାମୌଲିଙ୍କ ଭଳି ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ନିର୍ମାତା ତଥା ନିର୍ଦ୍ଦେଶକ ପ୍ରଥମ ଥର ପାଇଁ ଆସିଛନ୍ତି। ଏହା ଦ୍ଵାରା ଆଗକୁ ଜିଲ୍ଲାର ନାମ ପ୍ରସିଦ୍ଧି ଲାଭ କରିବ। ଏହି ଧାରା ଲାଗି ରହିଲେ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ଜିଲ୍ଲାପାଳ ଭି .କିର୍ତ୍ତୀ.ଭାଷନ କହିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score