ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହିତ ଶିକ୍ଷକଙ୍କ ମାନ ବୃଦ୍ଧି ପାଇଁ ଟିଚର ଇଲିଜିବିଲିଟି ଟେଷ୍ଟ (TET) ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ପ୍ରକାଶ ପାଇଛି l ଟିଚର ଇଲିଜିବିଲିଟି ଟେଷ୍ଟ ଉତ୍ତୀର୍ଣ୍ଣ ବାଧ୍ୟତାମୂଳକ ବୋଲି ରାୟ ଦେଲେ ଭାରତୀୟ ସୁପ୍ରିମକୋର୍ଟ l ଯେଉଁ ଶିକ୍ଷକମାନେ ଚାକିରିରେ ଅଛନ୍ତି ୨ ବର୍ଷ ମଧ୍ୟରେ ସେମାନଙ୍କୁ ଏହି ପରୀକ୍ଷାରେ ପାସ୍ କରିବାକୁ ପଡ଼ିବ l ଯେଉଁ ଶିକ୍ଷକଙ୍କ ଅବସର ୫ ବର୍ଷରୁ କମ୍ ଅଛି ସେମାନଙ୍କ ପାଇଁ ଦରକାର ନାହିଁ l ଅବସର ୫ ବର୍ଷରୁ ଅଧିକ ଥିଲେ TET ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ l ଯଦି ଉତ୍ତୀର୍ଣ୍ଣ ହୋଇ ନ ପାରିଲେ ବାଧ୍ୟତାମୂଳକ ଅବସର ନେବାକୁ ହେବ l ଏଥି ସହିତ ସଂଖ୍ୟାଲଘୁଙ୍କ ପାଇଁ ଶିକ୍ଷାନୁଷ୍ଠାନ କ୍ଷେତ୍ରର ବୃହତ ଖଣ୍ଡପୀଠ ଆସିବାକୁ ଯାଉଛି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |