Explore

Search

April 29, 2025 3:00 am

Genres

ଓଡ଼ିଶା ପକ୍ଷରେ ଆଜି ଐତିହ୍ଯ ଗଣଦୌଡ଼ ଅନୁଷ୍ଠିତ

ଓଡ଼ିଶା ପକ୍ଷ ଉପଲକ୍ଷେ ରାଜ୍ଯ ସରକାରଙ୍କ ପକ୍ଷରୁ ଐତିହ୍ଯସ୍ଥଳୀର ସୁରକ୍ଷା ଓ ଯୁବପିଢ଼ିଙ୍କ ମଧ୍ଯରେ ଏନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ଯରେ ଭୁବନେଶ୍ବରସ୍ଥିତ ଖଣ୍ଡଗିରିଠାରେ ଐତିହ୍ଯ ଗଣଦୌଡ଼ରେ ଆୟୋଜନ କରାଯାଇଥିଲା l ଓଡ଼ିଶା ଏହାର ସଂସ୍କୃତି ଓ ଐତିହ୍ଯ ପାଇଁ ସାରା ବିଶ୍ବରେ ପରିଚିତ। ଏହି ଐତିହ୍ଯସ୍ଥଳୀକୁ ସୁରକ୍ଷା ଦେଇ ସଂରକ୍ଷିତ ରଖିପାରିଲେ ଆମ ପର ପିଢ଼ି ଓଡ଼ିଆଙ୍କ ଶିଳ୍ପ କଳା ଓ କାରୁକାର୍ଯ୍ୟକୁ ଜାଣିପାରିବେ । ଏହି ମହାନ ଉଦ୍ଦେଶ୍ଯରେ ଓଡ଼ିଆ ଭାଷା, ସାହିତ୍ଯ ଓ ସଂସ୍କୃତି ବିଭାଗ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ଗଣଦୌଡ଼ରେ ଶହ ଶହ ଯୁବକ ଯୁବତୀ ଯୋଗଦେବା ଖୁସିର କଥା। ଏହି ଗଣଦୌଡ଼ରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ଭୁବନେଶ୍ବର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ ,ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଶ୍ରୀ ଜଗନ୍ନାଥ ପ୍ରଧାନ,ଅଭିନେତା ଶ୍ରୀ ସବ୍ୟସାଚୀ ମିଶ୍ର ଓ ଅନ୍ଯମାନେ ସାମିଲ ହୋଇଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score