Explore

Search

May 17, 2025 2:44 am

Genres

ଆଜି ରାଜ୍ୟର ୧୨ ଟି ସ୍ଥାନରେ ହେବ ସିଭିଲ୍‌ ଡିଫେନ୍ସ ମକ୍‌ ଡ୍ରିଲ୍‌ ।

ଶତ୍ରୁଙ୍କ ପାଖରୁ ବର୍ତ୍ତିବା ପାଇଁ ନାଗରିକଙ୍କୁ ମିଳିବ ଶିକ୍ଷା l ବୋମା ବର୍ଷଣକୁ ନେଇ କରାଯିବ ମକ୍‌ ଡ୍ରିଲ୍‌ । ଅପରାହ୍ନ ୪ଟା ବେଳେ ବାଜିବ ସାଇରନ୍‌ । ୫ ମିନିଟ ଧରି ବାଜିବ ସାଇରନ୍‌ । ଅଗ୍ନିଶମ ଡିଆଇଜି ଉମାଶଙ୍କର ଦାଶଙ୍କ ସୂଚନା।-ଆଜି ରାଜଧାନୀ ଭୁବନେଶ୍ବର ସମେତ ବାରଟି ସ୍ଥାନରେ ହେବ ମକ୍ ଡ୍ରିଲ୍ l ଏଥିପାଇଁ ଲୋକଙ୍କୁ ଆଗୁଆ ସତର୍କ କରାଇବ ସାଇରନ୍ l ସାଇରନ୍ ବାଜିଲେ ସୁରକ୍ଷିତ ସ୍ଥାନକୁ ଚାଲିଯିବେ l ସମ୍ଭାବ୍ୟ ଆକ୍ରମଣକୁ ଆଖି ଆଗରେ ରଖି ମକ୍ ଡ୍ରିଲ୍ କରାଯାଉଛି l ଭୁବନେଶ୍ୱରର ବାପୁଜୀନଗରରୁ ରାଜମହଲ ଯାଏଁ ହେବ ମକ୍ ଡ୍ରିଲ୍ l ମକ୍ ଡ୍ରିଲ୍ ସମୟରେ ସମସ୍ତ ଦୋକାନ ବନ୍ଦ ରହିବ l

ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଆଜି ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦେଇଛି । ଯଦ୍ୱାରା ନାଗରିକ ପ୍ରତିରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ଏବଂ ପ୍ରଭାବଶାଳୀତା ସୁନିଶ୍ଚିତ ହୋଇପାରିବ। ଏହି ଡ୍ରିଲ୍‌ର ପ୍ରମୁଖ ଅଂଶ ଗୁଡ଼ିକ ହେଉଛି ବିମାନ ଆକ୍ରମଣ ଚେତାବନୀ ସ୍ୱରୂପ ସାଇରନ୍ ସକ୍ରିୟ କରିବା, ଶତ୍ରୁ ଆକ୍ରମଣ ସମୟରେ ସାଧାରଣ ନାଗରିକ ଏବଂ ଛାତ୍ରଛାତ୍ରୀଙ୍କୁ ଆତ୍ମ-ସୁରକ୍ଷା ପାଇଁ ତାଲିମ ପ୍ରଦାନ କରିବା, କ୍ରାସ୍ ବ୍ଲାକ୍ଆଉଟ୍ ପଦକ୍ଷେପ କାର୍ଯ୍ୟକାରୀ କରିବା, ଜଟିଳ ଭିତ୍ତିଭୂମିର ପ୍ରାରମ୍ଭିକ ଛାୟାଚିତ୍ର ଆରମ୍ଭ କରିବା ଓ ସ୍ଥାନାନ୍ତର ଯୋଜନାକୁ ଅପଡେଟ୍ ଏବଂ ଅଭ୍ୟାସ କରିବା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score