Explore

Search

March 27, 2026 12:17 am

ସାଇବର କ୍ରାଇମ : ଡିଜିଟାଲ ଯୁଗର ଗଭୀର ସମସ୍ୟା

ଭୁବନେଶ୍ୱର : ଆଜିର ଡିଜିଟାଲ ଯୁଗରେ ସାଇବର କ୍ରାଇମ ଦିନକୁ ଦିନ ବଢ଼ି ଚାଲିଛି। ଅନଲାଇନ ବ୍ୟାଙ୍କିଙ୍ଗ, ସୋସିଆଲ ମିଡିଆ ଓ ଇ-କମର୍ସ ବ୍ୟବହାର ବୃଦ୍ଧି ସହିତ ଠକେଇବାଜମାନେ ନୂତନ ଉପାୟରେ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ।

ଫେକ କଲ, ଭୁଲ ଲିଙ୍କ, OTP ଠକେଇ, ଓ ଭୁଲ ଆପ ଡାଉନଲୋଡ କରେଇ ଲୋକମାନଙ୍କର ବ୍ୟାଙ୍କ ଖାତା ଖାଲି କରି ଦେଉଛନ୍ତି । ଏପରିକି ଅନେକ ସମୟରେ ଅଜଣା ନମ୍ବରରୁ ଆସୁଥିବା କଲ ଓ ମେସେଜକୁ ଗ୍ରହଣ କରି ଲୋକମାନେ ଠକିଯାଉଛନ୍ତି । ଏହା ଏକ ଏମିତି ଅପରାଧ ଯାହା ଇଣ୍ଟରନେଟ ଓ ଡିଜିଟାଲ ଉପକରଣ ମାଧ୍ୟମରେ କରାଯାଏ ଏବଂ ଏହାର ପ୍ରଭାବ ବ୍ୟକ୍ତିଗତ ଠାରୁ ଆରମ୍ଭ କରି ଦେଶର ସୁରକ୍ଷା ପର୍ଯ୍ୟନ୍ତ ପହଞ୍ଚେ ।

ତେବେ କ’ଣ ଏହି ସାଇବର କ୍ରାଇମ ?
ସାଇବର କ୍ରାଇମମାନେ ହେଉଛି କମ୍ପ୍ୟୁଟର, ମୋବାଇଲ, ନେଟୱର୍କ କିମ୍ବା ଇଣ୍ଟରନେଟର ମାଧ୍ୟମରେ କୃତ ଅବୈଧ କାର୍ଯ୍ୟ। ଏଥିରେ ତଥ୍ୟ ଚୋରି, ଅନଲାଇନ ଠକେଇ, ହ୍ୟାକିଂ, ଫେକ ଆଇଡି, ଅଶ୍ଳୀଳ ବିଷୟବସ୍ତୁ ପ୍ରଚାର, ବ୍ୟାଙ୍କ ଠକେଇ ଇତ୍ୟାଦି ଅନ୍ତର୍ଭୁକ୍ତ ।

ସାଇବର କ୍ରାଇମର ପ୍ରକାର

୧. ଅନଲାଇନ ଠକେଇ (Online Fraud) : ଲୋକମାନଙ୍କୁ ଭୁଲ ସୂଚନା ଦେଇ ଟଙ୍କା ଠକିବା ।
୨. ହ୍ୟାକିଂ (Hacking) : ଅନୁମତି ବିନା କାହାର ଡାଟା କିମ୍ବା ସିଷ୍ଟମକୁ ଅନୁପ୍ରବେଶ କରିବା ।
୩. ଫିସିଂ (Phishing): ନକଲି ଇମେଲ କିମ୍ବା ଲିଙ୍କ ମାଧ୍ୟମରେ ବ୍ୟକ୍ତିଗତ ସୂଚନା ନେବା ।
୪. ଆଇଡେଣ୍ଟିଟି ଥେଫ୍ଟ (Identity Theft): ଅନ୍ୟ ଜଣଙ୍କର ପରିଚୟ ବ୍ୟବହାର କରି ଠକେଇ କରିବା ।
୫. ସୋସିଆଲ ମିଡିଆ ଅପବ୍ୟବହାର : ଫେକ ଆକାଉଣ୍ଟ ସୃଷ୍ଟି କରି ମଣିଷଙ୍କୁ ହାରସମେଣ୍ଟ କରିବା ।

ସାଇବର କ୍ରାଇମର ପ୍ରଭାବ :
ସାଇବର କ୍ରାଇମ ବ୍ୟକ୍ତି ଓ ସମାଜ ଉପରେ ଗଭୀର ପ୍ରଭାବ ପକାଏ । ଏହାର କାରଣରୁ ଲୋକମାନେ ଆର୍ଥିକ ହାନି, ମାନସିକ ଚାପ ଓ ସମ୍ମାନ ହାନିର ସମ୍ମୁଖୀନ ହୁଅନ୍ତି । ବହୁତ ସମୟରେ ବ୍ୟକ୍ତିଗତ ତଥ୍ୟ ଲିକ ହେବାରୁ ଜୀବନ ମଧ୍ୟ ପ୍ରଭାବିତ ହୁଏ । କମ୍ପାନୀମାନେ ମଧ୍ୟ ଏହାର ଶିକାର ହୋଇ ଅନେକ ସମସ୍ୟା ଭୋଗନ୍ତି ।

କାହିଁକି ବଢ଼ୁଛି ସାଇବର କ୍ରାଇମ୍ ?

ସାରା ରାଜ୍ୟରେ କ୍ୟାନ୍ସର ଭଳି ବ୍ୟାପିବାରେ ଲାଗିଛି ସାଇବର କ୍ରାଇମ । ଡିଜିଟାଲ ସଚେତନତାର ଅଭାବ, ଲୋକମାନଙ୍କର ଅସାବଧାନତା, ଟେକ୍ନୋଲୋଜିର ଦ୍ରୁତ ବିକାଶ, ନିରାପତ୍ତା ବ୍ୟବସ୍ଥାର ଦୃଢତା ଅଭାବ ଯୋଗୁଁ ଏବେ ସାଇବର କ୍ରାଇମ ବହୁଳ ମାତ୍ରାରେ ବଢ଼ିବାରେ ଲାଗିଛି । ଆଉ ଯେଉଁଥିରେ ସାଧାରଣ ଓ ନିରୀହ ଲୋକେ ପଡି ହତସନ୍ତ ହୋଇଥାନ୍ତି । ସବୁଠୁ ବଡ କଥା ହେଲା ସାଇବର ଠକଙ୍କ ଜାଲରେ ସବୁଠୁ ଅଧିକ ରାଜଧାନୀବାସୀ ଫସୁଛନ୍ତି । ଭୁବନେଶ୍ୱର ସାଇବର ମାମଲାରେ ଥାନାରେ ରାଜ୍ୟରେ ସର୍ବାଧିକ ଠକେଇ ଜନିତ ମାମଲା ରୁଜୁ ହୋଇଛି । ୨୦୨୪ରେ ୨୩୦, ୨୦୨୫ରେ ୨୫୧ଟି ମାମଲା ରୁଜୁ ହୋଇଛି । ଯାହାର ତଦନ୍ତଭାର ସମ୍ଭାଳିଥିଲା ଭୁବନେଶ୍ୱର ଥାନା।

ଗତବର୍ଷ ସାଇବର ଅପରାଧ ମାମଲା ୨୮୦୩କୁ ଛୁଇଁଛି । ଲଗାତାର ୩ ବର୍ଷ ଧରି ଅଧିକାଂଶ ଥାନାରେ ସାଇବର ମାମଲା ବଢ଼ି ଚାଲିଛି । ଭୁବନେଶ୍ୱର ତଳକୁ ରାଉରକେଲାରେ ଦ୍ୱିତୀୟ ସର୍ବାଧିକ ସାଇବର ଅପରାଧ ଘଟିଛି । ୨୦୨୩ରେ ୧୨୧ଟି, ୨୦୨୪ରେ ୨୨୭ଟି, ୨୦୨୫ରେ ୧୮୦ଟି ମାମଲା ରୁଜୁ ହୋଇଛି । ଏହାବାଦ୍ ମୟୂରଭଞ୍ଜ, ଭଦ୍ରକ, ଯାଜପୁରରେ ୩ ବର୍ଷ ଧରି ସାଇବର ଅପରାଧ ଉପରମୁହାଁ ହୋଇ ଚାଲିଛି ।

ପ୍ରତିବର୍ଷ ଗଞ୍ଜାମରେ ମାମଲା ସଂଖ୍ୟା ଶହେ ଟପୁଛି । ଏନେଇ ବାରମ୍ବାର ଅଭିଯୋଗ ସତ୍ୱେ ବି ଏଠାରେ ଥମିନି ସାଇବର କ୍ରାଇମ । ଆଉ ଯାହାକୁ ନେଇ ଗଞ୍ଜାମବାସୀ ପୁରା ଅତିଷ୍ଠ ହୋଇଗଲେଣି ।
ସାଇବର ଅପରାଧ ପ୍ରଯୁକ୍ତିବିଦ୍ୟା ସହିତ ଆଗକୁ ବଢ଼ୁଛି । ୧୯୮୦ ଦଶକରେ ଇମେଲ-ସକ୍ଷମ ସ୍କାମ୍ ଏବଂ ଭାଇରସ ଭାବରେ ଆରମ୍ଭ ହୋଇଥିଲା। ବର୍ତ୍ତମାନର ସାଇବର ଅପରାଧ ଧାରା ମଧ୍ୟରେ AI-ଚାଳିତ ସାମାଜିକ ଇଞ୍ଜିନିୟରିଂ ଏବଂ ଫିସିଂ, ସେବା ଭାବରେ ରାନସମୱେର (RaaS), ବାଣିଜ୍ୟିକ ସ୍ପାଏୱେର ଏବଂ ଚୋରୀକରଣ ସାମଗ୍ରୀର ବୃଦ୍ଧି ଅନ୍ତର୍ଭୁକ୍ତ ।

ସାଇବର ଅପରାଧର ସାମ୍ପ୍ରତିକ ଧାରା କ’ଣ?
ଡିଜିଟାଲ ଭାରତର ଦ୍ରୁତ ବିକାଶ ସହିତ ସାଇବର ଅପରାଧର ଧାରା ମଧ୍ୟ ନିରନ୍ତର ପରିବର୍ତ୍ତିତ ହେଉଛି। ପୂର୍ବରୁ ସାଧାରଣ ହ୍ୟାକିଂ ଓ ଭାଇରସ ଆକ୍ରମଣ ଅପରାଧୀ ଦେଖାଯାଉଥିଲେ । ଏବେ ଅପରାଧୀମାନେ ଅଧିକ ଚତୁର ଓ ଟେକ୍ନୋଲୋଜିକାଲ ଭାବରେ ସୁସଜ୍ଜିତ ହୋଇପାରିଛନ୍ତି । ତେଣୁ ସାଇବର ଅପରାଧର ନୂତନ ଧାରାକୁ ବୁଝିବା ଏବେ କଷ୍ଟକର ହୋଇପଡିଛି । ସତର୍କ ରହିବା ଅତ୍ୟାବଶ୍ୟକ।

ଆଜିକା ସମୟରେ ଫେକ ପ୍ରୋଫାଇଲ, ଲଟେରି ଅଫର, ଫ୍ରେଣ୍ଡ ରିକ୍ଵେଷ୍ଟ ମାଧ୍ୟମରେ ଲୋକଙ୍କୁ ଫସାଇବା ବହୁତ ବଢ଼ିଛି । ଅପରାଧୀମାନେ ଭରସା ଜିତି ଟଙ୍କା କିମ୍ବା ସୂଚନା ନେଇ ଯାଉଛନ୍ତି। ସେହିପରି UPI ଏବଂ ଅନଲାଇନ୍ ପେମେଣ୍ଟ ବ୍ୟବସ୍ଥା ବୃଦ୍ଧି ସହିତ QR କୋଡ ଓ ରିମୋଟ ଆକ୍ସେସ ଆପ ମାଧ୍ୟମରେ ଠକେଇ ବଢ଼ିଛି । ଲୋକମାନେ ଅଜଣା ବନ୍ଧୁଙ୍କ ସହ ମିଶି ନଷ୍ଟ ହେଉଛନ୍ତି ।

ଡିପଫେକ ଓ AI ଆଧାରିତ ଅପରାଧ :
ନୂତନ ଟେକ୍ନୋଲୋଜି ଯଥା AI ବ୍ୟବହାର କରି ଅପରାଧୀମାନେ ଭୁଲ ଭିଡିଓ କିମ୍ବା ଭଏସ ସୃଷ୍ଟି କରୁଛନ୍ତି । ଏହା ମାଧ୍ୟମରେ ମଣିଷଙ୍କୁ ଭ୍ରମିତ କରି ଠକେଇ କରାଯାଉଛି ।
ସାଇବର ଅପରାଧର ଧାରା ଦିନକୁ ଦିନ ଅଧିକ ଜଟିଳ ଓ ଆପଦଜନକ ହେଉଛି । ତେଣୁ ନୂତନ ପ୍ରବୃତ୍ତି ବିଷୟରେ ସଚେତନ ରହିବା ଏବଂ ସୁରକ୍ଷା ବ୍ୟବସ୍ଥା ନେବା ଅତ୍ୟାବଶ୍ୟକ । ସତର୍କତା, ଜ୍ଞାନ ଓ ସଚେତନତା ହେଉଛି ସାଇବର ଅପରାଧ ବିରୋଧରେ ସବୁଠାରୁ ବଡ଼ ଅସ୍ତ୍ର ।

ସାଇବର କ୍ରାଇମ୍ରୁ କିପରି ସୁରକ୍ଷିତ ରହିବେ ?

୧. ନିଜର ପାସୱାର୍ଡ ସୁରକ୍ଷିତ ଓ ଶକ୍ତିଶାଳୀ ରଖନ୍ତୁ ।
୨. ଅଜଣା ଲିଙ୍କ କିମ୍ବା ଇମେଲ ଖୋଲିବେ ନାହିଁ ।
୩. ଅନଲାଇନ୍ ଟ୍ରାଞ୍ଜାକ୍ସନ୍ କରିବା ବେଳେ ସାବଧାନ ରୁହନ୍ତୁ ।
୪. ସୋସିଆଲ୍ ମିଡିଆରେ ବ୍ୟକ୍ତିଗତ ତଥ୍ୟ ଅଧିକ ସେୟାର୍ କରିବେ ନାହିଁ ।
୫. ସରକାରୀ ସାଇବର ହେଲ୍ପଲାଇନ୍ କିମ୍ବା ପୋଲିସ୍କୁ ତୁରନ୍ତ ଅଭିଯୋଗ କରନ୍ତୁ ।

ସରକାରଙ୍କ ଭୂମିକା

ସାଇବର କ୍ରାଇମ୍କୁ ନିୟନ୍ତ୍ରଣ କରିବା ପାଇଁ ସରକାର ବିଭିନ୍ନ ଆଇନ୍ ଓ ପଦକ୍ଷେପ ନେଉଛନ୍ତି । ସାଇବର ସେଲ୍, ହେଲ୍ପଲାଇନ୍ ନମ୍ବର ଓ ଡିଜିଟାଲ ସଚେତନତା ଅଭିଯାନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । କିନ୍ତୁ ଏହାକୁ ସଫଳ କରିବା ପାଇଁ ସାଧାରଣ ଲୋକଙ୍କ ସହଯୋଗ ଅତ୍ୟନ୍ତ ଆବଶ୍ୟକ ।

ସାଇବର କ୍ରାଇମ ଏକ ଗଭୀର ଚ୍ୟାଲେଞ୍ଜ ହେଲେ ମଧ୍ୟ ସଚେତନତା ଓ ସାବଧାନତା ମାଧ୍ୟମରେ ଏହାକୁ ରୋକାଯାଇପାରେ। ଡିଜିଟାଲ ଯୁଗରେ ସୁରକ୍ଷିତ ରହିବା ପାଇଁ ପ୍ରତ୍ୟେକଙ୍କୁ ସଚେତନ ହେବା ଆବଶ୍ୟକ। “ସତର୍କତା ହେଉଛି ସୁରକ୍ଷାର ପ୍ରଥମ ପଦକ୍ଷେପ’’ ଏହି ମନ୍ତ୍ରକୁ ଅନୁସରଣ କରି ସାଇବର କ୍ରାଇମ୍ରୁ ନିଜକୁ ସୁରକ୍ଷିତ ରଖିପାରିବା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score