Explore

Search

April 7, 2026 8:31 am

ସରିଲା କୋହଳ ସମୟ : ଆଜିଠାରୁ PUCC ଯାଞ୍ଚ କଡ଼ାକଡ଼ି

ଭୁବନେଶ୍ୱର : ଆଜିଠାରୁ PUCC ଯାଞ୍ଚ କଡ଼ାକଡ଼ି । ପେଟ୍ରୋଲ ପମ୍ପରେ PUCC ବାଧ୍ୟତାମୁଳକ । ଧରାପଡ଼ିଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା । ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଏପ୍ରିଲ ପହିଲା ଯାଏଁ କୋହଳ ଥିଲା । ଆଉ ଏବେ ସେ ଅବଧି ଶେଷ ହେବାପରେ ଆଜିଠୁ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି ହୋଇଛି । ମାର୍ଚ୍ଚ ୨୧ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଏବେ ଅଧିକ କଠୋର ଭାବରେ ଜାରି ରହିବ । ସଡ଼କ ଦୁର୍ଘଟଣା କମେଇବା ଲକ୍ଷ୍ୟରେ ସଚେତନତା ସହିତ ଏନଫୋର୍ସମେଣ୍ଟକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।

ମାର୍ଚ୍ଚ ୩୧ରେ ପୂର୍ବ ନିର୍ଦ୍ଧାରିତ ସମୟସୀମା ଶେଷ ହେବା ପରେ ଏପ୍ରିଲ ୨ ଠାରୁ ବିଶେଷ ଏନଫୋର୍ସମେଣ୍ଟ ଟିମ୍ ଦ୍ୱାରା ରାଜ୍ୟବ୍ୟାପୀ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି । ବୈଧ ପ୍ରଦୂଷଣ ପ୍ରମାଣପତ୍ର (PUCC) ନଥିବା ଗାଡ଼ି ଚାଳକଙ୍କୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ ହେଉଛି । ଯଦିଓ ଏହି ଜରିମାନା କମେଇବା ପାଇଁ ପ୍ରସ୍ତାବ ଆସିଛି, ବର୍ତ୍ତମାନ ପର୍ଯ୍ୟନ୍ତ ପୁରୁଣା ନିୟମ ଅନୁଯାୟୀ କାର୍ଯ୍ୟକଳାପ ଚାଲିଛି ।

ଏହାସହିତ ପେଟ୍ରୋଲ ପମ୍ପ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଗାଡ଼ିରେ ପ୍ରଦୂଷଣ ଷ୍ଟିକର ଦେଖାଇବା ପରେ ମାତ୍ର ତେଲ ଭରାଯିବ । ପରିବହନ ବିଭାଗ ପକ୍ଷରୁ ମାଗଣାରେ ଗ୍ରୀନ ଷ୍ଟିକର ବଣ୍ଟନ କରାଯାଉଛି ଏବଂ ଗାଡ଼ିର କାଚରେ ଏହା ଲଗାଇବାକୁ ଅନୁରୋଧ କରାଯାଇଛି ।

ଯାଞ୍ଚ କଠୋର ହେବାରୁ ଭୁବନେଶ୍ୱର ସହିତ ବିଭିନ୍ନ ସହରର ପ୍ରଦୂଷଣ ଯାଞ୍ଚ କେନ୍ଦ୍ରଗୁଡ଼ିକରେ ଭିଡ଼ ବଢ଼ିଥିବା ଦେଖାଯାଉଛି । ଏହା ଦେଖି ସରକାର ପୂର୍ବରୁ ଲୋକଙ୍କ ସୁବିଧା ପାଇଁ PUCC ସମୟସୀମାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇଥିଲେ ।

ରାଜ୍ୟରେ ବଢ଼ୁଥିବା ବାୟୁ ପ୍ରଦୂଷଣ ନେଇ ଚିନ୍ତା ବ୍ୟକ୍ତ କରି ପରିବହନ ବିଭାଗ କହିଛି ଯେ, ବର୍ତ୍ତମାନ କେବଳ ପ୍ରାୟ ୨୧ ପ୍ରତିଶତ ଗାଡ଼ି ପାଖରେ ମାତ୍ର ବୈଧ ପ୍ରଦୂଷଣ ପ୍ରମାଣପତ୍ର ରହିଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି କଠୋର ନିୟମ ଲାଗୁ କରାଯାଇଛି ।

ମୋଟରଯାନ ଆଇନ ଅନୁଯାୟୀ ପ୍ରଦୂଷଣ ପ୍ରମାଣପତ୍ର ରଖିବା ବାଧ୍ୟତାମୂଳକ ଥିବାବେଳେ, ଆଜିଠାରୁ ଏହା ନଥିଲେ କୌଣସି ଛାଡ଼ ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score