Explore

Search

January 14, 2026 4:22 am

ଶେଷରେ କ୍ଷମା ମାଗିଲେ ୟୁଟ୍ୟୁବର ଶୁଭଙ୍କର ମିଶ୍ର

ଶେଷରେ କ୍ଷମା ମାଗିଲେ ୟୁଟ୍ୟୁବର ଶୁଭଙ୍କର ମିଶ୍ର । ପ୍ରେମୀ ଯୁଗଳ ଜଗନ୍ନାଥ ମନ୍ଦିର ଯିବା ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ କ୍ଷମା ମାଗିଲେ ୟୁଟ୍ୟୁବର ଶୁଭଙ୍କର ମିଶ୍ର । ଶ୍ରୀମନ୍ଦିର ଉପରେ ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟ ଭାଇରାଲ ହୋଇଥିଲା। ଆଉ ଯାହାପରେ ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି ଯେ, ମୁଁ କହିଥିବା କଥା କଳ୍ପନା ନୁହେଁ କି ମନରୁ କହିନି । ବିଭିନ୍ନ ୱେବସାଇଟରେ ବହୁ ପୂର୍ବରୁ ଏହା କୁହାଯାଇଛି । ଅଭିଯୋଗ ଆସିବା ପରେ ଭିଡିଓ ହଟାଇ ଦେଇଛି । ମୁଁ କୌଣସି ଗୁଜବ ପ୍ରଚାର କରିନି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଆ ଭାଇଭଉଣୀଙ୍କୁ ଆଘାତ ଲାଗିଥିବାରୁ ମୁଁ ହୃଦୟରୁ କ୍ଷମା ମାଗୁଛି। ମୋ କଥା ଆଘାତ ଦେଇଥିଲେ ଜଗନ୍ନାଥପ୍ରେମୀଙ୍କୁ ମଧ୍ୟ କ୍ଷମା ପ୍ରାର୍ଥନା କରୁଛି।

ବିବାଦ ଓ ବିରୋଧ ତେଜିବା ପରେ ଶେଷରେ ଭୁଲ ମାଗିଲେ। ନିଜ ୟୁଟ୍ୟୁବ ଚ୍ୟାନେଲରେ କ୍ଷମା ପ୍ରାର୍ଥନା କରିଛନ୍ତି ଶୁଭଙ୍କର । ଏହସହ ଅନ୍ଯାନ୍ଯ ପ୍ଲାଟଫର୍ମରୁ ମଧ୍ୟ ଏହି ଭିଡିଓ ହଟାଯାଉ ବୋଲି କହି ଦାବି ରଖିଛନ୍ତି ଶୁଭଙ୍କର ମିଶ୍ର। କିଛି ଦିନ ଆଗରୁ ଶୁଭଙ୍କର ମିଶ୍ର ତାଙ୍କ ୟୁଟ୍ୟୁବ ଚ୍ଯାନେଲରେ ଶ୍ରୀମନ୍ଦିର ସମ୍ପର୍କରେ ନେଇ ଏକ ଭିଡିଓ ପୋଷ୍ଟ କରିଥିଲେ। ଶୁଭଙ୍କର ଶ୍ରୀମନ୍ଦିର ବାବଦରେ ଦେଇଥିବା ବିବାଦୀୟ ମନ୍ତବ୍ଯକୁ ନେଇ ବିଭିନ୍ନ ମହଲରେ ତାଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନେବା ପାଇଁ ଦାବି କରାଯାଇଥିଲା। ବର୍ତ୍ତମାନ ସେ ନିଜ ଭୁଲ ସ୍ୱୀକାର କରି କ୍ଷମା ମାଗିଛନ୍ତି ।

ସୂଚନାଯୋଗ୍ୟ, ଶୁଭଙ୍କର ଏକ ପୋଡକାଷ୍ଟରେ କହିଥିଲେ କି ପ୍ରେମୀ ଯୁଗଳ ବାହାଘର ଆଗରୁ ଶ୍ରୀମନ୍ଦିରକୁ ଯିବା ଅନୁଚିତ। ବିବାହ ଆଗରୁ ମନ୍ଦିର ଗଲେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ। କାରଣ ଶ୍ରୀମନ୍ଦିର ଉପରେ ମା’ ରାଧାରାଣୀଙ୍କ ଅଭିଶାପ ରହିଥିଲା।

ଦିନେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜଗନ୍ନାଥ ରୂପ ଦର୍ଶନ ପାଇଁ ମା’ ରାଧାରାଣୀ ଶ୍ରୀମନ୍ଦିରରେ ଭିତରକୁ ଯିବା ସମୟରେ ସେବାୟତମାନେ ତାଙ୍କୁ ଅଟକାଇଥିଲେ। ଯେଉଁ କାରଣ ପାଇଁ ମା’ ରାଧାରାଣୀ ରାଗିଯାଇ ଅଭିଶାପ ଦେଇ କହିଥିଲେ କି ଯଦି କେହି ଅବିବାହିତ ଯୋଡ଼ି ମନ୍ଦିର ଭିତରକୁ ଏକାଠି ଆସେ ସେମାନଙ୍କ ସମ୍ପର୍କ ଭାଙ୍ଗିଯିବାର ସମ୍ଭାବନା ରହିଥିବା ଶୁଭଙ୍କର ମିଶ୍ର ତାଙ୍କ ୟୁଟ୍ୟୁବ ଚ୍ଯାନେଲରେ କହି ପୋଷ୍ଟ କରିଥିଲେ ।

ଯାହାକୁ ନେଇ ପରେ ଅନେକ ବିବାଦ ଦେଖାଦେଇଥିଲା। ଓଡିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ ଏଘଟଣାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇସାରିଥିଲା। ତାଙ୍କର ବିବାଦୀୟ ମନ୍ତବ୍ଯ ପାଇଁ ବିଭିନ୍ନ ମହଲରେ ତାଙ୍କ ବିରୋଧରେ ଦୃଢ କାର୍ଯ୍ଯାନୁଷ୍ଠାନ ନେବାକୁ ଦାବି ହୋଇଥିଲା । ଆଉ ଏବେ ସେ ଭିଡିଓ ଡିଲିଟ କରିବା ସହ ଅନ୍ଯଏକ ଭିଡିଓ ୟୁଟ୍ୟୁବ ଚ୍ଯାନେଲରେ ପୋଷ୍ଟ କରି କ୍ଷମା ମାଗିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score