Explore

Search

January 14, 2026 10:20 pm

ଶେଷ ଦିନରେ ବରଗଡ ଧନୁଯାତ୍ରା : କଂସ ବଧର ଶେଷ ଦୃଶ୍ୟ ପାଇଁ ପ୍ରବଳ ଭିଡ

Bargarh Dhanu Yatra

ବରଗଡ଼: ୧୦ ଦିନ ଧରି ବରଗଡ଼ ମଥୁରାନଗରୀରେ ଚାଲିଥିବା ଧନୁଯାତ୍ରାର ଆଜି ହେଉଛି ଅନ୍ତିମ ଦିବସ । ଗତକାଲି ଧନୁଯାତ୍ରାର ଦଶମ ଦିନରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି ।   ସ୍ଥାୟୀ ରଙ୍ଗମହଲ ତିଆରି କରିବା ପାଇଁ ୧୨ କୋଟି  ୮୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଯମୁନା ନଦୀ ବା ଜିରା ନଦୀରେ ଆନିକଟ ପାଇଁ ୮୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କେନାଲର ସୋନ୍ଦର୍ଯ୍ୟକରଣ ପାଇଁ ୩୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ଧନୁଯାତ୍ରାର ୧୭୦ ଜଣ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବାବେଳେ ମଞ୍ଚରେ ୧୦ଜଣ କଳାକାରଙ୍କୁ ୧୦ହଜାର ଟଙ୍କା  ଦେଇଛନ୍ତି  ମୁଖ୍ୟମନ୍ତ୍ରୀ। ସୂଚନା ଅନୁଯାୟୀ ୧୧ ଦିନ ଧରି ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗ ମଞ୍ଚରେ ଧନୁଯାତ୍ରା ଅନୁଷ୍ଠିତ ହୋଇଥିଲା  ।  ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଏବଂ ବରଗଡ ବିଧାୟକ ଅଶ୍ବିନୀ ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ  ।  ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ,  ବିଜେପୁର ବିଧାୟକ ସନତ ଗଡତିଆ , ଜିଲ୍ଲାପାଳ ଆଦିତ୍ୟ ଗୋଏଲ , ଏସପି ପ୍ରହଲ୍ଲାଦ ସାହାଇ ମିନା ଉପସ୍ଥିତ ଥିଲେ । ବରଗଡ଼ର ପ୍ରାୟ ୭ କିଲୋମିଟର ପରିଧି ମଧ୍ୟରେ ୨୨ଟି ମଞ୍ଚରେ ଆୟୋଜିତ ହୋଇଥିଲା ଧନୁଯାତ୍ରା ମହୋତ୍ସବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score