Explore

Search

February 11, 2026 1:44 pm

ମୃତ୍ୟୁ ପୂର୍ବରୁ ଅଜିତ ପାୱାରଙ୍କ ଶେଷ ପୋଷ୍ଟ : ମନେ ପକେଇଥିଲେ ଏହି ମହାନ ବ୍ୟକ୍ତିଙ୍କୁ

ଆଉ ନାହାଁନ୍ତି ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର । ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ଦୁର୍ଘଟଣାରେ ଅଜିତ ପାୱାରଙ୍କ ସହ ବିମାନରେ ଥିବା ଅନ୍ୟ ୪ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି । ତେବେ ମୃତ୍ୟୁ ପୂର୍ବରୁ ସେ କରିଥିବା ଶେଷ ପୋଷ୍ଟ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବିମାନ ଦୁର୍ଘଟଣାର କିଛି ସମୟ ପୂର୍ବରୁ ଅଜିତ ପାୱାର ନିଜର ସୋସିଆଲ ମିଡ଼ିଆ ଏକ୍ସ ହ୍ୟାଣ୍ଡେଲରେ କରିଥିଲେ ଏକ ଶେଷ ପୋଷ୍ଟ । ମହାନ ସ୍ୱାଧୀନତା ସଂଗ୍ରାମୀ ଲାଲା ଲଜପତ ରାୟଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ସେ ଏକ ପୋଷ୍ଟ ସେୟାର କରିଥିଲେ । ଯିଏ ଆମ ଦେଶର ସ୍ୱାଧୀନତା ପାଇଁ ସର୍ବସ୍ୱ ବଳିଦାନ ଦେଇଥିଲେ । ତାଙ୍କର ଦେଶପ୍ରେମ ଆମକୁ ସର୍ବଦା ପ୍ରେରଣା ଦେବ । ଅଜିତ ପାୱାରଙ୍କ ଏହି ଶେଷ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ।

ଅନ୍ୟପକ୍ଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରି ଏକ୍ସରେ ଲେଖିଛନ୍ତି, “ମହାରାଷ୍ଟ୍ର ବାରାମତିରେ ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ଅନ୍ୟମାନଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦାୟକ । ଅଜିତ ପାୱାରଙ୍କ ଅକାଳ ବିୟୋଗ ସାରା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ମହାରାଷ୍ଟ୍ରର ବିକାଶରେ, ବିଶେଷକରି ସମବାୟ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ତାଙ୍କୁ ସର୍ବଦା ମନେ ରହିବ । ତାଙ୍କ ପରିବାର, ସମର୍ଥକ ଏବଂ ପ୍ରଶଂସକମାନଙ୍କ ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ଲୋକଙ୍କ ପରିବାରକୁ ମଧ୍ୟ ଭଗବାନ ଏହି କ୍ଷତି ସହିବା ପାଇଁ ଶକ୍ତି ଦିଅନ୍ତୁ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score