Explore

Search

January 13, 2026 7:02 am

ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ବଲପୁରର ହେଲା ବିକାଶିତ, ଧନ୍ୟବାଦ ଜଣେଇଲେ ପଶ୍ଚିମ ଓଡ଼ିଶାବାସୀ

ସମ୍ବଲପୁର : ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ବଲପୁରର ହେଲା ବିକାଶ । ସମ୍ବଲପୁର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଦେଲେ ବଡ଼ ବିକାଶ ଉପହାର । ଜିଲ୍ଲାର ସାର୍ବିକ ଉନ୍ନତି ଲକ୍ଷ୍ୟରେ ପ୍ରାୟ ୯୪୮ କୋଟି ଟଙ୍କା ମୂଲ୍ୟର ୨୫ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିମଧ୍ୟରେ ୫୭ କୋଟିରୁ ଅଧିକ ମୂଲ୍ୟର ୧୪ଟି ପ୍ରକଳ୍ପ ଉଦଘାଟିତ ହୋଇଥିବା ବେଳେ ୮୯୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୧ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ସଡ଼କ ଓ ସେତୁ ନିର୍ମାଣ, ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ, ଗୋଦାମ ଘର, ଅଟଳ ବସଷ୍ଟାଣ୍ଡ, ଛାତ୍ରୀ ନିବାସ, ପର୍ଯ୍ୟଟନ ବିକାଶ ଓ ପାନୀୟଜଳ ଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅନ୍ତର୍ଭୁକ୍ତ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହିଛନ୍ତି ଯେ ସମ୍ବଲପୁରର ଉନ୍ନତି ପାଇଁ ସରକାର ସବୁବେଳେ ପ୍ରତିଶ୍ରୁତିବଦ୍ଧ ।

ମା’ ସମଲେଶ୍ୱରୀ ମନ୍ଦିର ବିକାଶ ପାଇଁ ୩୧୬ କୋଟି ଟଙ୍କାର ଘୋଷଣା ସହ ମହାନଦୀ ରିଭର ଫ୍ରଣ୍ଟ ଡେଭଲପମେଣ୍ଟ କାମକୁ ଦୁଇ ପର୍ଯ୍ୟାୟରେ କାର୍ଯ୍ୟାନ୍ବୟନ କରାଯାଉଛି । ମହାନଦୀ କୂଳର ମନ୍ଦଲିଆରୁ ଚାଉଁରପୁର ପର୍ଯ୍ୟନ୍ତ ୧୬୦ କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପ ଗଢ଼ି ଉଠିବ ।

ସେହିପରି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ବର୍ହି ବିଭାଗ, ଟ୍ରମା କେୟାର ସେଣ୍ଟର, ଆଇସିୟୁ, ଡାଏଲିସିସ କକ୍ଷ ଓ ସମ୍ମିଳନୀ କୋଠାର ଉଦଘାଟନ କରାଯାଇଛି । ଏଥିପାଇଁ ୨୭.୬୩ କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ଏହାସହ ୨.୫୪ କୋଟି ଟଙ୍କା ବ୍ୟୟରେ ସିସିଏସଏସଡି ଭବନ ଉଦଘାଟିତ ହୋଇଛି ।

ରାଜ୍ୟର ୮୯ଟି ସ୍ଥାନରେ ଟ୍ରମା କେୟାର ସେଣ୍ଟର ସ୍ଥାପନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ଭିମସାରକୁ ସମ୍ପୂର୍ଣ୍ଣ ଭାବେ ଅଟୋନୋମସ କରିବା ପାଇଁ ସରକାର ବିଚାର କରୁଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାସହ ସମ୍ବଲପୁର ସହରରେ ୨୪ ଘଣ୍ଟିଆ ପାନୀୟଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଅମୃତ ୨.୦ ଯୋଜନା ଅଧୀନରେ ୱାଟକୋ ଓ ରାଜ୍ୟ ସରକାରଙ୍କ ସହଯୋଗରେ ୪୫୧.୨୪ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ହେବ ।

ଗୋଟିଏ ଇଣ୍ଟେକ ୱେଲ, ଦୁଇଟି ଜଳ ବିଶୋଧନ କେନ୍ଦ୍ର, ୬୫ MLD ସମ୍ବଲପୁର ଓ ୩୫ MLD ବୁର୍ଲାରେ ଜଳ ଯୋଗାଣ ବ୍ୟବସ୍ଥା ରହିବ । ୩୩୮ କିଲୋମିଟର ପାଇପଲାଇନ, ୧୬ଟି ନୂତନ ଜଳଭଣ୍ଡାର ଓ ୮୦ଟି DMA ମାଧ୍ୟମରେ ସମ୍ପୂର୍ଣ୍ଣ ସହରକୁ ପାନୀୟ ଜଳ ଯୋଗାଇ ଦିଆଯିବ । ୨୦୨୭ ଡିସେମ୍ବର ସୁଦ୍ଧା ପ୍ରକଳ୍ପ ସମାପ୍ତ ହେବାସହ ୪.୭୫ ଲକ୍ଷ ଲୋକ ଏଥିରୁ ଲାଭାନ୍ବିତ ହେବେ । ତେବେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଏଭଳି ଅବଦାନକୁ ସମ୍ବଲପୁରବାସୀ ଖୁସିବ୍ୟକ୍ତ ହେବାସହ ଧନ୍ୟବାଦ ଜଣେଇଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score