Explore

Search

January 15, 2026 11:35 am

ମିଳିବ ଆଶ୍ୱସ୍ତି ୧୯ ଏବଂ ୨୦ ତାରିଖରେ ବର୍ଷା : ପାଣିପାଗ ବିଭାଗ

ମିଳିବ ଆଶ୍ୱସ୍ତି ୧୯ ଏବଂ ୨୦ ତାରିଖରେ ବର୍ଷା : ପାଣିପାଗ ବିଭାଗ

ରାଜ୍ୟରେ କିଛିଦିନ ହେଲା ପାରଦ ଉପରମୁହାଁ ରହିଛି। ଏଭଳି ସ୍ଥିତିରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଖରା ଅନୁଭୂତ ହୋଇଛି। ସାଢେ ୨ଟା ସୁଦ୍ଧା ସମ୍ବଲପୁର, ବୌଦ୍ଧରେ ତାପମାତ୍ରା ୪୦-୪୨ଡିଗ୍ରୀ ରେକର୍ଡ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶନିବାରଠାରୁ ତିନି ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲାରେ ହିଟ୍‌ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ହେଲେ ଆସନ୍ତା ୧୯ ଏବଂ ୨୦ ତାରିଖରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଶନିବାର ସୂଚନା ଦେଇଛନ୍ତି। ଏନେଇ ରାଜ୍ୟବାସୀଙ୍କୁ ପ୍ରଚଣ୍ଡ ଗରମରୁ ଟିକିଏ ଆଶ୍ୱସ୍ତି ମିଳିବ।

ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲାରେ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହିଟେୱଭ ଜାରି ରହିବ। ଏନେଇ ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି ପାଇଁ ରେଡ୍‌ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score