Explore

Search

March 10, 2026 8:47 pm

ମାଲାମାଲ ହେଲା ଟିମ ଇଣ୍ଡିଆ : ଟଙ୍କା ବର୍ଷା କଲା ବିସିସିଆଇ

ମୁମ୍ବାଇ : ଟିମ ଇଣ୍ଡିଆ ଉପରେ ଟଙ୍କା ବର୍ଷା କଲା ବିସିସିଆଇ । ମାଲାମାଲ ହେଲା ଟିମ ଇଣ୍ଡିଆ । ଟି–୨୦ ବିଶ୍ୱକପ ୨୦୨୬ରେ ଐତିହାସିକ ବିଜୟ ପରେ ଭାରତୀୟ କ୍ରିକେଟ ଦଳ ଉପରେ ପୁରସ୍କାରର ବର୍ଷା ହୋଇଛି । ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଟିମ ଇଣ୍ଡିଆ ପାଇଁ ବଡ଼ ପୁରସ୍କାର ଘୋଷଣା କରିଛି। ଦଳର ଅସାଧାରଣ ପ୍ରଦର୍ଶନକୁ ସମ୍ମାନ ଦେଇ ବୋର୍ଡ ପକ୍ଷରୁ ମୋଟ ୧୩୧ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରାଯାଇଛି।

ମାର୍ଚ୍ଚ ୮ ତାରିଖରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଟି–୨୦ ବିଶ୍ୱକପ ଟ୍ରଫି ଜିତିଥିଲା। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ରୋମାଞ୍ଚକର ଫାଇନାଲ ମ୍ୟାଚରେ ଭାରତ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରି ବିଶ୍ୱ ଚ୍ୟାମ୍ପିୟନ ହୋଇଥିଲା।

ଏନେଇ ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି ଯେ, ଟିମ ଇଣ୍ଡିଆର ଏହି ସଫଳତା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ । ଦଳର ଖେଳାଳି, କୋଚିଂ ଷ୍ଟାଫ ଓ ଚୟନକର୍ତ୍ତାମାନଙ୍କ ଅଦମ୍ୟ ପ୍ରୟାସ ଓ ଦୃଢ଼ ସଙ୍କଳ୍ପ ଫଳରେ ଏହି ସଫଳତା ଆସିଛି । ଏହି କାରଣରୁ ବୋର୍ଡ ପକ୍ଷରୁ ସମସ୍ତଙ୍କୁ ସମ୍ମାନ ଜଣାଇ ଟିମ ଇଣ୍ଡିଆ ପାଇଁ ଏହି ବଡ଼ ପୁରସ୍କାର ଘୋଷଣା କରାଯାଇଛି ।

ଏହି ବିଜୟ ସହିତ ଭାରତ କେବଳ ନିଜର ଟାଇଟଲକୁ ସଫଳତାର ସହିତ ରକ୍ଷା କରିନାହିଁ, ବରଂ ଟି–୨୦ ବିଶ୍ୱକପ ଇତିହାସରେ ଏକ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛି । ଭାରତ ତିନିଥର ଏହି ଟ୍ରଫି ଜିତିବାରେ ସଫଳ ହୋଇ ଟି–୨୦ ଫର୍ମାଟରେ ସବୁଠାରୁ ସଫଳ ଦଳ ଭାବେ ନିଜ ସ୍ଥାନକୁ ଆହୁରି ମଜବୁତ କରିଛି।

ବୋର୍ଡ ପକ୍ଷରୁ ଏହି ଐତିହାସିକ ବିଜୟ ପାଇଁ ଟିମ ଇଣ୍ଡିଆର ସମସ୍ତ ଖେଳାଳି, ସହାୟକ କର୍ମଚାରୀ ଓ ଚୟନକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ମଧ୍ୟ ଏଭଳି ସଫଳତା ଜାରି ରଖିବାକୁ ଶୁଭେଚ୍ଛା ଜଣାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score