Explore

Search

March 13, 2026 3:52 pm

ମା’ ବିରାଜଙ୍କୁ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ପିତୃପୁରୁଷଙ୍କୁ କଲେ ପିଣ୍ଡଦାନ

ଭୁବନେଶ୍ୱର : ଆଜି ସକାଳେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଯାଜପୁରରେ ପହଞ୍ଚି ଥିଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ହେଲିକପ୍ଟର ଯୋଗେ ଯାଜପୁର ଜିଲ୍ଲା ପ୍ରଶାସନିକ ପଡିଆରେ ଅବତରଣ କରିଥିଲେ ମହାମହିମ ରାଷ୍ଟ୍ରପତି । ସେଠାରେ ଶ୍ରୀମତୀ ମୁର୍ମୁଙ୍କୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଭିତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ ସହ ସମ୍ବର୍ଦ୍ଧନା କରାଯାଇଥିଲା।

ଏହାପରେ ହେଲିପ୍ୟାଡ ନିକଟରୁ ମହାମହିମ ରାଷ୍ଟ୍ରପତି କଡା ସୁରକ୍ଷା ଭିତରେ ଯାଜପୁରର ଆରାଧ୍ୟା ଦେବୀ ମା’ ବିରଜାଙ୍କ ମନ୍ଦିରକୁ ଯାଇଥିଲେ। ସେଠାରେ ମହାମହିମ ରାଷ୍ଟ୍ରପତି ମା’ ବିରଜାଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ । ରାଷ୍ଟ୍ରପତିଙ୍କ ସହ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ଉପସ୍ଥିତ ଥିଲେ। ସେହିପରି ମନ୍ଦିର ପରିସରରେ ନାଭିଗୟା ନିକଟରେ ରାଷ୍ଟ୍ରପତିଙ୍କ ଦ୍ଵାରା ପିତୃପୁରୁଷଙ୍କୁ ପିଣ୍ଡଦାନ କାର୍ଯ୍ୟକ୍ରମ ହୋଇଥିଲା। ପିଣ୍ଡଦାନ କରାଇଥିଲେ ମନ୍ଦିର ସେବାୟତ ସରୋଜ ପତି l

ତେବେ ଆସନ୍ତାକାଲି ଠାରୁ ରାଷ୍ଟ୍ରପତି ୬ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ ଗସ୍ତରେ ରହିବେ । ଆସନ୍ତକାଲି ପ୍ରଥମ ପର୍ଯ୍ୟାୟରେ ଫକୀର ମୋହନ ବିଶ୍ଵବିଦ୍ୟାଳୟ ଯିବେ ରାଷ୍ଟ୍ରପତି । ଏନେଇ ଦୁଇଟି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଲୋକଭବନ ଠାରୁ ଶ୍ଵେତଗଙ୍ଗା ଏବଂ ଶ୍ରୀମନ୍ଦିର ପର୍ଯ୍ୟନ୍ତ ରାସ୍ତାକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯିବ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ସମୟରେ ଟ୍ରାଫିକ କଟକଣା ରହିବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score