ଭୁବନେଶ୍ୱର : ଆସିଲା ସୁଭଦ୍ରା ଟଙ୍କା । ମୋଟ ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା। ଲକ୍ଷ ଲକ୍ଷ ମହିଳାଙ୍କ ଖାତାକୁ ଠନଠନ୍ ହୋଇ ପହଞ୍ଚିଲା ୨ଟି କିସ୍ତି। ଏଥିରେ ନୂଆ ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନଙ୍କୁ ମଧ୍ୟ ସୁଭଦ୍ରା ସହାୟତା ପ୍ରଦାନ କରାଯାଇଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ଘୋଷଣା କରିଛନ୍ତି ।
ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣ ହିତାଧିକାରୀଙ୍କୁ ଏଥର ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି। ସେହିପରି ଅଭିଯୋଗ ଶୁଣାଣି ପରେ ୨୪ ହଜାର ୧୮ ଜଣ ମହିଳାଙ୍କୁ ମଧ୍ୟ ଯୋଜନାରେ ସଂଯୋଜନ କରାଯାଇଛି। ପ୍ରଥମ ଥର ପାଇଁ ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ମହିଳା ଓ ପୂର୍ବରୁ କୌଣସି କାରଣରୁ ବଞ୍ଚିତ ରହିଥିବା ମହିଳାମାନେ ଏକା ସାଙ୍ଗରେ ଦୁଇଟି କିସ୍ତିର ଅର୍ଥ ପାଇଛନ୍ତି ।
ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଦିଗରେ ସୁଭଦ୍ରା ଯୋଜନା ଗୋଟିଏ ମୁଖ୍ୟ ବିକାଶମୁଖୀ ପଦକ୍ଷେପ। ଏହି ଯୋଜନା ଅଧୀନରେ ପ୍ରତିବର୍ଷ ପ୍ରତି ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୩ଟି କିସ୍ତି ପ୍ରଦାନ କରିଛନ୍ତି । ଚଳିତ ଥର ସୁଭଦ୍ରା ଟଙ୍କା ପାଇଥିବା ମହିଳାଙ୍କ ମଧ୍ୟରେ ନୂଆ ପଞ୍ଜୀକରଣ କରିଥିବା ୧ ଲକ୍ଷ ୭୮ ହଜାର ୩୯୮ ଜଣ ହିତାଧିକାରୀ ପ୍ରଥମ କିସ୍ତି ଅର୍ଥ ପାଇଥିବା ବେଳେ, ଟେକ୍ନିକାଲ ସମସ୍ୟା ପାଇଁ ପୂର୍ବ କିସ୍ତିରୁ ବଞ୍ଚିତ ହୋଇଥିବା ମହିଳାମାନେ ମଧ୍ୟ ଏଥର ଲାଭାନ୍ୱିତ ହୋଇଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
