Explore

Search

February 28, 2026 6:32 pm

ମଣିଷ ଭଳି ପାଣି ପିଉଛି ଏଆଇ

ପାଣି ପିଉଛି ଏଆଇ । ମଣିଷ ଭଳି ଏଆଇ ବି ପିଉଛି ପାଣି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କୃତ୍ରିମ ବୁଦ୍ଧିମତ୍ତା (AI) ବା ଚାର୍ଟ ଜିପିଟି ଭଳି ଯେଉଁ ସୁବିଧା ଆମେ ସମସ୍ତେ ବ୍ୟବହାର କରୁଛୁ ତାହା ପାଣି ପିଇକି କାମ କରେ । ଅର୍ଥାତ ଏଆଇକୁ ଯଦି କିଛି ପ୍ରଶ୍ନ ପଚରା ଯାଏ ତେବେ ସେହି ସମୟରେ ପ୍ରାୟେ ଅଧଲିଟର ପାଣି ପିଇ ଥାଏ ଏଆଇ। ତେବେ ଏହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠେ କି ଏଆଇ ଗୋଟେ ମେସିନ ମଣିଷ ନୁହେଁ କେମିତି ପାଣି ପିଉଛି । ତେବେ ଏକ ରିପୋର୍ଟରୁ ଜଣା ପଡିଛି କି ଏଆଇକୁ ଚଲାଇବା ପାଇଁ ହଜାର ହଜାର ଶକ୍ତିଶାଳୀ କମ୍ପ୍ୟୁଟର ବା ଡାଟା ସେଣ୍ଟର ଦିନରାତି କାମ କରିଥାଏ ।

ଆଉ ଏହି ମେସିନ ଗୁଡ଼ିକ ଚାଲିବା ସମୟରେ ପ୍ରବଳ ଗରମ ହୋଇଯାଏ । ତେଣୁ ସେଗୁଡ଼ିକୁ ନିୟନ୍ତ୍ରଣରେ ରଖିବା ପାଇଁ ଓ ଥଣ୍ଡା ରଖିବା ପାଇଁ ଲକ୍ଷ ଲକ୍ଷ ଲିଟର ପାଣିର ବ୍ୟବହାର କରାଯାଏ । ଯାହାକୁ କୁଲିଙ୍ଗ ସିଷ୍ଟମ କୁହାଯାଇଥାଏ । ଯଦି ଏଆଇକୁ କୌଣସି ଛୋଟ ପ୍ରଶ୍ନ ପଚରାଯାଏ ତେବେ ସେହି ସମୟରେ ଏଆଇ ସିଷ୍ଟମକୁ ଥଣ୍ଡା ରଖିବା ପାଇଁ ପ୍ରାୟ ଅଧ ଲିଟର ପାଣି ଖର୍ଚ୍ଚ ହୋଇଯାଏ । ଅର୍ଥାତ ଏଆଇ ଅଧ ଲିଟର ପାଣି ପିଇଥାଏ । ଯାହା ମଣିଷ ପିଉଥିବା ବୋତଲ ପାଣି ଠାରୁ ଏହି ଖର୍ଚ୍ଚ ଅଧିକ ଥାଏ । ଗୁଗଲ ଏବଂ ମାଇକ୍ରୋସଫ୍ଟ ଭଳି କମ୍ପାନୀ ଗୁଡ଼ିକ କୋଟି କୋଟି ଲିଟର ପାଣି ଏହି କାମରେ ବ୍ୟବହାର କରୁଛନ୍ତି । ଅନ୍ୟପକ୍ଷରେ ପୃଥିବୀରେ ପାନୀୟ ଜଳର ଅଭାବ ଦେଖାଦେଉଥିବା ବେଳେ ଏଆଇ ଟେକ୍ନୋଲୋଜି ପାଇଁ ଏତେ ପାଣି ଖର୍ଚ୍ଚ ହେବା ଏକ ବଡ଼ ଚିନ୍ତାର କାରଣ ପାଲଟିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score