Explore

Search

February 11, 2026 7:56 pm

ଭକ୍ତଙ୍କ ପାଇଁ ଖୋଲିଲା କେଦାରନାଥ ଧାମ

ଅପେକ୍ଷାର ହେଲା ଅନ୍ତ। ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର। ନିର୍ଦ୍ଧାରିତ ସମୟ ୭ଟାରେ କେଦାର ଧାମ ଖୋଲିଛି। ପୂଜାର୍ଚ୍ଚନା ଓ ବେଦ ମନ୍ତ୍ରରେ କମ୍ପିଲା ଆଧ୍ୟାତ୍ମିକ ପରିବେଶ। ଏଥିପାଇଁ ଗତକାଲିଠୁ ହିଁ ଧାମରେ ପହଞ୍ଚିସାରିଛି ପ୍ରଭୁ କେଦାରନାଥଙ୍କ ପ୍ରତିମା।

ପ୍ରଭୁ କେଦାରନାଥ ମନ୍ଦିରକୁ ପ୍ରାୟ ୧୩ କ୍ୱିଣ୍ଟାଲ ଫୁଲରେ ସଜ୍ଜା ହୋଇଛି। ଏଥିସହିତ ଆଜି କେଦାରନାଥ ଧାମରେ ବିଶେଷ ପୂଜାର୍ଚ୍ଚନାର ଆୟୋଜନ କରାଯାଇଛି।
ଅନ୍ୟପକ୍ଷରେ ଯାତ୍ରୀଙ୍କ ଆଗମନକୁ ଦେଖି ସୋନପ୍ରୟାଗରୁ ଆରମ୍ଭ ହୋଇଛି ହେଲିକପ୍ଟର ସେବା। ଫଳରେ ଭକ୍ତମାନେ ସହଜରେ ମନ୍ଦିରରେ ପହଞ୍ଚିପାରିବେ। ପରମ୍ପରା ଅନୁସାରେ ଭୈରବ ଉପତ୍ୟକାରେ ଥିବା ଭୈରବ ମନ୍ଦିରରୁ ମା’ଗଙ୍ଗାଙ୍କ ଉତ୍ସବ ଦୋଳି ଗଙ୍ଗୋତ୍ରୀ ଧାମରେ ପହଞ୍ଚିଥିଲା। କେଦାରନାଥ ଧାମ ଖୋଲୁଥିବାରୁ ମନ୍ଦିର ଇଲାକାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score