Explore

Search

March 27, 2026 12:00 am

ବୁଲେଟ ଛାଡି ଘୋଡାରେ ଅଫିସ ଗଲେ ଯୁବକ

ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଦେଖି ବୁଲେଟ ଛାଡି ଘୋଡାରେ ଅଫିସ ଗଲେ ଯୁବକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଦେବାସରେ । ଏଠାରେ ପେଟ୍ରୋଲ ପମ୍ପରେ ଅତ୍ୟଧିକ ଭିଡ ଦେଖିବାକୁ ମିଳିଥିଲା । ଆଉ ଯାହାକୁ ଦେଖି ଚିନ୍ତାରେ ପଡ଼ିଥିଲେ ଯୁବକ ଜଣକ । ଏହାପରେ ସେଠାରେ ଏକ ବିଚିତ୍ର ଘଟଣା ଘଟିଥିଲା ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ଦୃଶ୍ୟରେ ଗୋପାଳ ଠାକୁର ନାମକ ଜଣେ ଯୁବକ ଏଭଳି କାମ କରିଥିଲେ ଯାହାକୁ ଦେଖି ଲୋକେ ତାଯୁବ ହୋଇଯାଇଥିଲେ । ଗୋପାଳଙ୍କୁ ସମୟରେ ବ୍ୟାଙ୍କ ଅଫିସ ପହଞ୍ଚିବାର ଆବଶ୍ୟକତା ଥିଲା, ତେଣୁ ସେ ଏକ ଅଲଗା ଉପାୟ ଚୟନ କରି ବୁଲେଟ ଛାଡି ଘୋଡା ଚଢ଼ି ଅଫିସକୁ ଯାଇଥିଲେ । ଏ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ଗୋପାଳ ଠାକୁର ଜଣେ ବେସରକାରୀ ବ୍ୟାଙ୍କର କର୍ମଚାରୀ । ତାଙ୍କ ଘରରୁ ଜବାହର ନଗରରେ ଅବସ୍ଥିତ ବ୍ୟାଙ୍କ ପର୍ଯ୍ୟନ୍ତ ଦୂରତା ପ୍ରାୟ ୩ରୁ ୪ କିଲୋମିଟର । ଏହି ଦୂରତାକୁ ସେ ଘୋଡ଼ା ଚଢ଼ି ଅତିକ୍ରମ କରିଥିଲେ। ସହରର ବ୍ୟସ୍ତ ରାସ୍ତାରେ ଘୋଡ଼ାରେ ତାଙ୍କ ଯାତ୍ରା ଦେଖି ଲୋକମାନେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ । ପଥଚାରୀମାନେ ଏହି ଦୃଶ୍ୟକୁ ମୋବାଇଲରେ ଭିଡିଓ କରୁଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score