Explore

Search

January 14, 2026 3:05 am

ବହୁମୁଖୀ ପ୍ରତିଭାର ରାଣୀ ଓମରାନ୍ନି ପରିଡା

ଭୁବନେଶ୍ୱର: କଥାରେ ଅଛି ଇଚ୍ଛା ଥିଲେ ଆଉ ମନୋବଳ ଦୃଢ ଥିଲେ ସବୁ ସମ୍ଭବ । ରାସ୍ତା ଯେତେ ବି କଠିନ ହେଉନା କାହିଁକି ମଣିଷ ସବୁ କିଛି କରିପାରିବ । ଯାହା କରି ଦେଖାଇଛନ୍ତି ଜଣେ କମ ବୟସର ଝିଅଟିଏ । ପ୍ରତି ମହିଳା ଓ ଝିଅଙ୍କ ପାଇଁ ପ୍ରେରଣା ସାଜିଛନ୍ତି ବହୁମୁଖୀ ପ୍ରତିଭାର ରାଣୀ ଓମରାନ୍ନି । କେବଳ ପାଠରେ ନୁହେଁ ନାଚ ଠୁ ନେଇ ଘୋଡା ଚଢିବା ସବୁଥିରେ ସେ ଅଛନ୍ତି ପାରଙ୍ଗମ । କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ସେମିତି ଜଣେ ସର୍ବଗୁଣ ସମ୍ପନ୍ନ ଯୁବ ପ୍ରତିଭା ହେଉଛନ୍ତି ଭୁବନେଶ୍ବରର ଓମରାନ୍ନି ପରିଡ଼ା । ଏକାଧାରାରେ ସେ ଜଣେ ନୃତ୍ୟଶିଳ୍ପୀ ଏବଂ କ୍ରୀଡ଼ାବିତ ।

ଏବେ ଓମରାନ୍ନି ପାଠ ପଢିବା ସହ ନୃତ୍ୟ ସାଧନା ଓ କ୍ରୀଡ଼ା ଅଭ୍ୟାସ ଜାରି ରଖିଛନ୍ତି । ନିଜ ଜୀବନକୁ ଏକ ସୁନ୍ଦର କରି ଗଢିବା ପାଇଁ ସଫଳତାର ସହ ସେ ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲିଛନ୍ତି । ଭବିଷ୍ୟତରେ ଜଣେ ସଫଳ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ଓମରାନ୍ନି । ଏପରିକି ସେ ନିଜ ଜୀବନରେ ଜଣେ ଭଲ ସଫଳ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ଓମରାନ୍ନି ।

ଘରେ ଥାକଥାକ ହୋଇ ଥୁଆ ହେଇଛି ଓମରାନ୍ନିଙ୍କ ସଫଳ ସାର୍ଟିଫିକେଟ ଓ ମାନପତ୍ର । ଆଉ ବେକରେ ଝୁଲାଇଛନ୍ତି ରଙ୍ଗ ବେରଙ୍ଗର ମେଡାଲ । ଓମରାନ୍ନି ହେଉଛନ୍ତି ଜଣେ ସଫଳ ନୃତ୍ୟଶିଳ୍ପୀ ଏବଂ ପ୍ରତିଭାବାନ କ୍ରୀଡ଼ାବିତ । ସ୍କୁଲରୁ ଆରମ୍ଭ କରି ଜାତୀୟସ୍ତର ପର୍ଯ୍ୟନ୍ତ ଜାରୀ ରହିଛି ଓମରାନ୍ନିଙ୍କ ସଫଳତାର ଗାଥା । ବର୍ତ୍ତମାନ ଓମରାନ୍ନି ପାଠ ସହ ନୃତ୍ୟ ସାଧନା ଓ କ୍ରୀଡ଼ା ଅଭ୍ୟାସ ଜାରି ରଖିଛନ୍ତି । ୨୦୦୯ ସେପ୍ଟେମ୍ବର ୨୩ରେ ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିବା ଓମରାନ୍ନି ପାଠରେ ଯେମିତି ଉଚ୍ଚରେ ଓଡ଼ିଶୀ ନୃତ୍ୟ ଏବଂ କ୍ରୀଡ଼ାରେ ମଧ୍ୟ ବେଶ ନିପୁଣ ।

ଓମରାନ୍ନି ଭୁବନେଶ୍ଵର କେନ୍ଦ୍ରୀୟ ବିଦ୍ୟାଳୟର ଦ୍ଵାଦଶ ଶ୍ରେଣୀ ଛାତ୍ରୀ । ପାଠପଢା ସହ ସେ ଭୁବନେଶ୍ଵର ଗୋପବନ୍ଧୁ ଛକରେ ଥିବା ଓଡ଼ିଶା ଡ୍ୟାନ୍ସ ଏକାଡେମୀରେ ଓଡ଼ିଶୀ ନୃତ୍ୟ ଶିକ୍ଷା ଗ୍ରହଣ କରୁଛନ୍ତି । ଛୋଟ ବେଳୁ ନୃତ୍ୟ ନିପୁଣ ଓମରାନ୍ନି ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସାମିଲ ହୋଇ ସାଉଣ୍ଟିଛନ୍ତି ସଫଳତା । ସେହିପରି ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଥିବା ଭାରତୀୟ ସଡ଼କ କଂଗ୍ରେସ କାର୍ଯ୍ୟକ୍ରମରେ ଓମରାନ୍ନି ସାମିଲ ହୋଇଛନ୍ତି ।

ଅନ୍ୟପକ୍ଷେ ଜାତୀୟସ୍ତରରେ କବାଡି ଓ ଖୋଖୋ ଖେଳି ସଫଳତା ଅର୍ଜନ କରିଛନ୍ତି ଓମରାନ୍ନି । ପ୍ରଥମ ଶ୍ରେଣୀରୁ ହିଁ କ୍ରୀଡାରେ ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହୋଇ ଅନେକ ସଫଳତା ସାଉଣ୍ଟିଛନ୍ତି । ଏହାସହ ସେ ଜଣେ ଭଲ ଧାବିକା ମଧ୍ୟ । ନିକଟରେ ରାଉରକେଲାରେ ଆୟୋଜିତ ଏକ ପ୍ରତିଯୋଗିତାରେ ୨ଟି ସ୍ୱର୍ଣ୍ଣ, ପଦକ ହାସଲ କରିଛନ୍ତି । ସେହିପରି ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହେବା ପାଇଁ ଉତ୍ତରପ୍ରଦେଶ, ନୂଆଦିଲ୍ଲୀ ଭଳି ରାଜ୍ୟ ବାହାରର ଅନେକ ସ୍ଥାନକୁ ମଧ୍ୟ ଗସ୍ତ କରିଛନ୍ତି । ଓମରାନ୍ନି ନିଜ ବିଦ୍ୟାଳୟ ସହ ପୈତୃକ ଗାଁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁରରେ ମଧ୍ୟ ପ୍ରଶଂସାର ପାତ୍ର ହୋଇଛନ୍ତି ।

ଛୋଟ ବେଳେ ସ୍କୁଲ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇବାରେ ଲାଗିଥିଲେ । ସ୍କୁଲ ପରେ ଜିଲ୍ଲାସ୍ତରରେ ଖେଳିବା ଆରମ୍ଭ କରିଥିଲେ । ହେଲେ କୋଭିଡ଼ ସମୟରେ କ୍ରୀଡା ବାଧାପ୍ରାପ୍ତ ହୋଇଥିଲା । କିନ୍ତୁ ଅଟକି ନଥିଲେ ଓମରାନ୍ନି । ଘରେ ରହି ଓଡିଶୀ ଡ୍ୟାନ୍ସ ଜାରି ରଖିଥିଲେ । ଆଉ ମହାମାରୀ ହଟିବ ପରେ ସେ ଆଞ୍ଚଳିକସ୍ତରରେ ଖେଳି ସଫଳ ହେବା ପରେ ରାଜ୍ୟ ଓ ଜାତୀୟ ସ୍ତରରେ ମଧ୍ୟ ଏବେ ଖେଳୁଛନ୍ତି । ଲଙ୍ଗ ରନର ଭାବେ ସେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।

ପାଠପଢା ସହ ଘୋଡା ଚଢିବା ଓ ନିଜର ସ୍ବପ୍ନ ଏବଂ ଫ୍ୟାସନକୁ ଆଗକୁ ବଢ଼େଇବାକୁ ଚାହୁଁଛନ୍ତି ଓମରାନ୍ନି । ଦ୍ଵାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ ନିଜ କ୍ୟାରିୟର କରିବାକୁ ସ୍ଵପ୍ନ ଦେଖୁଛନ୍ତି । ସେହିପରି ସେ ଇଣ୍ଡିଆନ ଫରେନ ସର୍ଭିସ ବା ଆଇଏଫଏସ ହେବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ମିଳୁଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score