Explore

Search

February 28, 2026 1:31 pm

ବଦଳିବ ରାଜ୍ୟର ୭ ଜିଲ୍ଲାର ଇଂରାଜୀ ନାମ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବଦଳିବ ରାଜ୍ୟର ୭ ଜିଲ୍ଲାର ଇଂରାଜୀ ନାମ । ରାଜ୍ୟର ୭ଟି ଜିଲ୍ଲାର ଇଂରାଜୀ ନାମ ସଂଶୋଧନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଗାମୀ ଦିନରେ ଓଡ଼ିଆ ନାମ ଅନୁସାରେ ଇଂରାଜୀ ସ୍ପେଲିଂ ବ୍ୟବହାର କରାଯିବ । ଏହାସହିତ ୧୧ଟି ଜିଲ୍ଲାର ୨୪ଟି ସ୍ଥାନ ନାମର ଇଂରାଜୀ ନାମ ମଧ୍ୟ ସଂଶୋଧନ କରାଯିବ। ବିଜ୍ଞପ୍ତି ପ୍ରକାଶ ପରେ ୧୫ ଦିନ ମଧ୍ୟରେ ଯଦି କାହାର କୌଣସି ଅଭିଯୋଗ କିମ୍ବା ଆପତ୍ତି ଥାଏ, ସେଥିପାଇଁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଜ୍ଞପ୍ତି ଅନୁସାରେ, ଖୋର୍ଦ୍ଧା ଜିଲ୍ଲାକୁ ଓଡ଼ିଆ ନାମ ଅନୁସାରେ ଖୋରଧା ଲେଖାଯିବ । ମହାକାଳପଡ଼ାକୁ ଆଉ ମହାକାଳପରା ଲେଖାଯିବ ନାହିଁ । ସେହିପରି ଦେବଗଡ଼ ଜିଲ୍ଲାକୁ ଆଉ ଇଂରାଜୀରେ ଦେଓଗଡ଼ ଲେଖାଯିବ ନାହିଁ । ଦେଓଗଡ଼ ବଦଳରେ ଦେବଗଡ଼ ଲେଖାଯିବ । କେନ୍ଦ୍ରାପଡ଼ାକୁ କେନ୍ଦ୍ରାପରା ଓ ନୟାଗଡ଼କୁ ନୟାଗର ଲେଖାଯାଉଛି । କିନ୍ତୁ ଆଉ ଏଭଳି ଲେଖାଯିବ ନାହିଁ । ଏହି ସବୁ ଇଂରାଜୀ ନାମ ବଦଳିବ ।

ନିକଟରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନେଇ ଅନୁଷ୍ଠିତ ନିର୍ମାଣ ବିଭାଗର ସମୀକ୍ଷା ବୈଠକରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଆ ଭାଷାର ପ୍ରଚଳନକୁ ମଜବୁତ କରିବାକୁ ନିର୍ମାଣ ବିଭାଗ ପକ୍ଷରୁ ଏହି ନିଷ୍ପତି ନିଆ ଯାଇଛି । ଏପରିକି ଚିଠିପତ୍ର, ସରକାରୀ ନିର୍ଦ୍ଦେଶନାମା ଓ ଅନ୍ୟାନ୍ୟ ଦଲିଲ ସମ୍ପୂର୍ଣ୍ଣ ଭାବେ ଓଡ଼ିଆ ଭାଷାରେ କରିବାକୁ ନିର୍ମାଣ ବିଭାଗର ପ୍ରମୁଖ ସଚିବ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ।

ଆଉ ଏବେ ଜିଲ୍ଲାର ନାଁକୁ ସଂଶୋଧନ କରିବାକୁ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ଏଥର ଯେଉଁ ଜିଲ୍ଲାର ନାଁ ଯେମିତି ସେମିତି ଓଡ଼ିଆ ଅନୁସାରେ ଇଂରାଜୀରେ ବି ଲେଖା ରହିବ । ଆଉ ଏହାକୁ ତୁରନ୍ତ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score