Explore

Search

December 29, 2025 9:28 pm

ବଢ଼ିଲା କଳାକାର ସହାୟତାଙ୍କ ଭତ୍ତା : ଓଡ଼ିଆ ଅସ୍ମିତା ସମ୍ମାନରେ ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଢ଼ିଲା କଳାକାର ସହାୟତାଙ୍କ ଭତ୍ତା । ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କଳାକାର ସହୟତା ଯୋଜନାରେ ମାସିକ ଭତ୍ତାକୁ ବୃଦ୍ଧି କରାଯାଇଛି । ୪୦ ରୁ ୮୦ ବର୍ଷର କଳାକାରଙ୍କ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଥିବା ବେଳେ ୮୦ ବର୍ଷରୁ ଅଧିକ ବୟସ କଳାକାରଙ୍କ ଭତ୍ତା ୩୫୦୦ ଟଙ୍କା ବୃଦ୍ଧି କରାଯାଇଛି ।

କେନ୍ଦୁଝରରେ ଆୟୋଜିତ ୪୮ତମ ରାଜ୍ୟସ୍ତରୀୟ ପାଲା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଏହି ସହାୟତା ରାଶି ୨ହଜାର ଟଙ୍କାରୁ ବଢି ୩ହଜାର ଟଙ୍କା ହୋଇଛି । ସେହିପରି ୪୦-୮୦ ବର୍ଷ ବୟସର କଳାକାରମାନେ ବର୍ଦ୍ଧିତ ଭତ୍ତା ପାଇବେ । ୮୦ ବର୍ଷରୁ ଅଧିକ ବୟସର କଳାକାର ମାସକୁ ୨୫ଶହ ଟଙ୍କା ପରିବର୍ତ୍ତେ ଏଣିକି ମାସକୁ ୩୫ ଶହ ଟଙ୍କା ପାଇବେ । ତେବେ ଏହି କଳାକାର ଭତ୍ତା ବୃଦ୍ଧି ପରେ ୪୭ ହଜାର ୭୦୪ ଜଣ କଳାକାର ଉପକୃତ ହେବେ ।

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହିଛନ୍ତି ଯେ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର ପାଇଁ ପାଲାର ମହତ୍ୱପୂର୍ଣ୍ଣ ଅବଦାନ ରହିଛି । ପାଲା କଳାକାରଙ୍କ ଯୋଗୁଁ ସାହିତ୍ୟ ଜୀବନ୍ତ ହୋଇଛି । ତେଣୁ ଏଭଳି ଏକ ସମୃଦ୍ଧ ଲୋକକଳା ବଞ୍ଚାଇ ରଖି ଏହାର ଅଭିବୃଦ୍ଧି ଦିଗରେ ଚେଷ୍ଟା କରିବା ଆମ ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ । ପାଲା ହେଉଛି ସେହି ସଙ୍ଗୀତର ଅମୃତ ପରିପ୍ରକାଶ । ପ୍ରାୟ ୯୦ ଦଶକ ପର୍ଯ୍ୟନ୍ତ ପାଲାକୁ ସରକାରୀସ୍ତରରେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳ ପ୍ରଚାର ପ୍ରସାର ତଥା ଜନସଚେତନା ଲକ୍ଷ୍ୟରେ ବହୁଳ ଭାବେ ବ୍ୟବହାର କରାଯାଉଥିଲା। ଏଭଳି ଏକ ସମୃଦ୍ଧ ଲୋକକଳା ବଞ୍ଚାଇ ରଖି ଏହାର ଅଭିବୃଦ୍ଧି ଦିଗରେ ଚେଷ୍ଟା କରିବା ଆମ ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଓଡ଼ିଆ ଅସ୍ମିତା ସମ୍ମାନରେ ସମ୍ମାନିତ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି ଯୁବପୀଢ଼ିଙ୍କ ଭିତରେ ପାଲାକୁ ନେଇ ଆଗ୍ରହ ବଢିବ ତେବେ ନିଶ୍ଚିନ୍ତ ରୂପେ ଏହି ଲୋକକଳା ଆହୁରି ଉଜ୍ଜଳ ହେବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score