Explore

Search

March 2, 2026 8:07 am

ଫ୍ରାନ୍ସର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେଲେ ଫ୍ରାଙ୍କୋଇସ୍ ବାଇରୁ

France Prime Minister Francois Bayrou

ଫ୍ରାନ୍ସ: ମାସ ମାସ ଧରି ଚାଲିଥିବା ରାଜନୈତିକ ଅସ୍ଥିରତାକୁ ଶେଷ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଫ୍ରାନ୍ସର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ସେଣ୍ଟ୍ରିଷ୍ଟ ନେତା ଫ୍ରାଙ୍କୋଇସ୍ ବାଇରୁଙ୍କୁ ନିଯୁକ୍ତ କରିଛନ୍ତି। ଫ୍ରାନ୍ସର ରାଷ୍ଟ୍ରପତି କହିଛନ୍ତି ଯେ ” ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ରୂପେ ଫ୍ରାଙ୍କୋଇସ୍ ବାରୁଙ୍କୁ ନିଯୁକ୍ତ କରାଯିବା ସହ ତାଙ୍କୁ ସରକାର ଗଠନର ଦାୟିତ୍ଵ ଦିଆଯାଇଛି”।

ପୂର୍ବ ପ୍ରଧାନମନ୍ତ୍ରୀ ମିସେଲ ବର୍ଣ୍ଣିଅର୍ ମାତ୍ର ତିନିମାସ କ୍ଷମତାରେ ରହି ଲୋକଙ୍କ ସେବା କରିଥିଲେ ଏବଂ ଫ୍ରାନ୍ସ ଇତିହାସରେ ସବୁଠାରୁ କମ୍ ଦିନ ଏହି ପଦରେ କରିଥିଲେ। ବାଇରୁ ବହୁ ବର୍ଷ ଧରି ଫ୍ରାନ୍ସ ରାଜନୀତିରେ ସକ୍ରିୟ ଥିଲେ। ଜାତୀୟ ସଭାରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ନ ଥିବାରୁ ସ୍ଥିରତା ଫେରାଇବା ପାଇଁ ବାଇରୁଙ୍କ ଅଭିଜ୍ଞତା ଗୁରୁତ୍ୱପୂର୍ଣ୍ଣ ମନେହୁଏ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score