Explore

Search

January 15, 2026 2:42 am

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ହେବ ସ୍ମାରକୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଶର୍ମିଷ୍ଠା

odia latest news

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନୂଆଦିଲ୍ଲୀର ‘ରାଷ୍ଟ୍ରୀୟ ସ୍ମୃତି’ ଅଞ୍ଚଳରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାଇଁ ଏକ ସ୍ମାରକୀ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି।

୨୦୨୦ ଅଗଷ୍ଟ ୩୧ରେ ପୂର୍ବତନ ରାଷ୍ଟ୍ରପତି ସ୍ଵର୍ଗତ ପ୍ରଣବ ମୁଖାର୍ଜୀଙ୍କର ପରଲୋକ ହୋଇଥିଲା। ତାଙ୍କ ସମ୍ମାନରେ ସ୍ମାରକୀ ନିର୍ମାଣ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଥିବାରୁ ପ୍ରଣବଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଧନ୍ୟବାଦ ଜ୍ଞାପନ କରିଛନ୍ତି। ପ୍ରଣବଙ୍କ ସମାଧି ନିର୍ମାଣ ପାଇଁ ରାଜଘାଟ ପରିସର ଅନ୍ତର୍ଗତ ରାଷ୍ଟ୍ରୀୟ ସ୍ମୃତି କମ୍ପ୍ଲେକ୍ସ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଚିହ୍ନଟ କରାଯାଇଛି। ସରକାର ଏକ ଚିଠି ମାଧ୍ୟମରେ ଶର୍ମିଷ୍ଠାଙ୍କୁ ଏହି ନିଷ୍ପତ୍ତି ଜଣାଇଥିଲେ।

ତେବେ ଶର୍ମିଷ୍ଠା କହିଛନ୍ତି, ବାପା କହୁଥିଲେ ଯେ “କେବେବି ରାଜକୀୟ ସମ୍ମାନ ଦାବି କରାଯାଏ ନାହିଁ,ଏହା ମିଳିଥାଏ”। ମୁଁ କୃତଜ୍ଞ ଯେ ପ୍ରଧାନମନ୍ତ୍ରୀ ମୋଦି ବାପାଙ୍କ ସ୍ମୃତିର ସମ୍ମାନ କରିବାକୁ ଯାଇ ଏଭଳି କରିଛନ୍ତି। ଏଥିରୁ ବାପାଙ୍କୁ ଫରକ ପଡେନାହିଁ, କାରଣ ସେ ପ୍ରଶଂସା କିମ୍ବା ଆଲୋଚନାଠାରୁ ଊର୍ଦ୍ଧ୍ୱରେ ଅଛନ୍ତି। ହେଲେ ତାଙ୍କ ଝିଅ ହିସାବରେ ମୋର ଖୁସି ବ୍ୟକ୍ତ କରିବା ଲାଗି ଶବ୍ଦର ଅଭାବ ପଡ଼ୁଛି ବୋଲି ସେ କହିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score