Explore

Search

January 28, 2026 8:44 am

ପାଳିତ ହେଲା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ : ତ୍ରିରଙ୍ଗା ଉଡ଼େଇଲେ ରାଜ୍ୟପାଳ–ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/କଟକ : ସାରା ଦେଶରେ ଆଜି ଉତ୍ସାହ ଓ ଗରିମାର ସହ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମ୍ପନ୍ନ ହୋଇଛି ସାଧାରଣତନ୍ତ୍ର ଦିବସ–୨୦୨୬। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ଆୟୋଜିତ ହୋଇଥିଲା ।

ସମାରୋହକୁ ଦୃଷ୍ଟିରେ ରଖି ଲୋୟର ପିଏମଜି ରାସ୍ତା ସହ ସମଗ୍ର ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ମହାମହିମ ଡା. ହରିବାବୁ କମ୍ଭମପତି ଜାତୀୟ ପତାକା ଉଡ଼ାଇଥିଲେ । ଏହାସହ ରାଜ୍ୟପାଳ ମହାମହିମ ଡା. ହରିବାବୁ କମ୍ଭମପତି ପରେଡର ଅଭିବାଦନ ଗ୍ରହଣ କରିଥିଲେ ।

ଏହି ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡରେ ପୋଲିସ, ଶସ୍ତ୍ରବାହିନୀ ସହିତ ବିଭିନ୍ନ ବିଭାଗର ପ୍ରାୟ ୫୦ରୁ ଅଧିକ କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଥିଲେ। ସାଧାରଣତନ୍ତ୍ର ଦିବସ ପରେଡରେ ଡେୟାର ଡେଭିଲ ଗ୍ରୁପ ଓ ସ୍କେଟି ଗ୍ରୁପ ଦ୍ୱାରା ରୋମାଞ୍ଚକର କୌଶଳ ପ୍ରଦର୍ଶନ କରାଯାଇଥିଲା । ଯାହା ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଏହାସହ ରାଜ୍ୟର ୧୨ଟି ବିଭାଗର ପ୍ରଜ୍ଞାପନ ମେଢ଼ ପରେଡରେ ଅଂଶ ଗ୍ରହଣ କରି ରାଜ୍ୟ ସରକାରଙ୍କ ଯୋଜନା ଓ ସଫଳତାକୁ ପ୍ରଦର୍ଶନ କରିଥିଲେ।

ପରେଡରେ ରାଜଧାନୀର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଅନନ୍ୟ ନିଦର୍ଶନ ପ୍ରଦାନ କରିଥିଲେ । ଏଥିସହ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ୫ଟି ଲୋକନୃତ୍ୟ ଓ ଲୋକକଳା ଦଳ ପରେଡକୁ ଆହୁରି ରଙ୍ଗୀନ କରିଥିଲେ। ସମଗ୍ର ସମାରୋହକୁ ସୂଚାରୁ ଭାବେ ସମ୍ପନ୍ନ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ଓ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ସେପଟେ କଟକ ବାରବାଟୀ ଷ୍ଟାଡିୟମରେ ମଧ୍ୟ ପାଳିତ ହୋଇଥିଲା ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ । ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ପରେଡରେ ୪୭ଟି କଣ୍ଟିଜେଣ୍ଟ ସାମିଲ ହୋଇଥିଲେ । ସେହିପରି ୯ଟି ସରକାରୀ ପ୍ରଜ୍ଞାପନ ମେଢ଼ ମଧ୍ୟ ପରେଡ ପରେ ପ୍ରଦର୍ଶିତ ହୋଇଛି । ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ଡିସିପିଙ୍କ ସମେତ ୫ ଜଣ ଅତିରିକ୍ତ ଡିସିପି, ୧୧ ଜଣ ଏସିପି, ୩୨ ଜଣ ଇନ୍ସପେକ୍ଟର ଓ ୧୦୫ ଜଣ ଏସଆଇ ଓ ଏଏସ୍ ଆଇଙ୍କୁ ଦାୟିତ୍ଵ ଦିଆଯାଇଥିଲା ।
ସମାରୋହ ସୂଚାରୁ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଡିସିପିଙ୍କ ସମେତ ୫ ଜଣ ଅତିରିକ୍ତ ଡିସିପି, ୧୧ ଜଣ ଏସିପି, ୩୨ ଜଣ ଇନ୍ସପେକ୍ଟର ଓ ୧୦୫ ଜଣ ଏସଆଇ ଓ ଏଏସଆଇଙ୍କୁ ଦାୟିତ୍ୱ ଦିଆଯାଇଥିଲା।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score