Explore

Search

January 14, 2026 12:53 pm

ପରାକ୍ରମ ଶୋଭାଯାତ୍ରାରେ ସାମିଲ ହେଲେ ଛତ୍ରପୁର ବିଧାୟକ

ଛତ୍ରପୁର: ଅପରେସନ ସିନ୍ଦୁରର ସଫଳତା ଅବସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଟାଙ୍ଗଣାପଲ୍ଲି ମଣ୍ଡଳର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣଙ୍କ ସହ ‘ପରାକ୍ରମ ଶୋଭାଯାତ୍ରା’ରେ ସାମିଲ ହୋଇ ଗର୍ବିତ ଅନୁଭବ କରିବା ସହିତ ଭାରତୀୟ ସୈନ୍ୟଙ୍କ ମନୋବଳକୁ ଦୃଢ କରିବା ପାଇଁ ଉତ୍ସାହିତ କରିଛନ୍ତି । ଏହି ଶୋଭାଯାତ୍ରା ଅପରେସନ ସିନ୍ଦୂରର ସଫଳତା, ଦେଶର ସୈନ୍ୟଶକ୍ତିର ଶୌର୍ଯ୍ୟ ଓ ପରାକ୍ରମକୁ ସମ୍ମାନ ଜଣାଇବାର ଏକ ସୁବର୍ଣ୍ଣ ଅବସର ଅଟେ ଯାହା ଭାରତୀୟ ସୈନ୍ୟଙ୍କ ଅବଦାନକୁ ସମ୍ମାନ ଦେବାର ପ୍ରତ୍ୟେକ ଭାରତର ନାଗରିକଙ୍କ କର୍ତ୍ତବ୍ୟ ବୋଲି ହୃଦବୋଧ କରିଥିଲେ ମାନ୍ୟବର ବିଧାୟକ l

ଅପରେସନ ସିନ୍ଦୁର ଯାହା ଜରିଆରେ ଭାରତର ପରାକ୍ରମକୁ ସାରା ବିଶ୍ୱ ଦେଖିଛି । ଭାରତର ସୈନିକ ଶକ୍ତି ନିଜର ପରାକାଷ୍ଠା ଦେଖାଇଛି । ଆମର ଭାରତୀୟ ସେନାମାନେ ନିପୁଣତାର ସହ ଆତଙ୍କବାଦୀ ତଥା ସେମାନଙ୍କୁ ପ୍ରଶୟ ଦେଉଥିବା ପାକିସ୍ତାନକୁ ଉଚିତ୍ ଜବାବ୍ ଦେଇଛି । ‘ଅପରେସନ ସିନ୍ଦୂର’ରେ ଭାରତୀୟ ସେନାର ପରାକ୍ରମ ସମଗ୍ର ଦେଶବାସୀଙ୍କୁ ଗର୍ବିତ କରିଥିବା ବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତତ୍ୱରେ ଭାରତ ସାମରିକ ଶକ୍ତି କ୍ଷେତ୍ରରେ ବିଶ୍ୱରେ ନୂଆ ପରିଚୟ ସୃଷ୍ଟି କରିପାରିଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score