Explore

Search

January 14, 2026 4:22 am

ନୂଆବର୍ଷରେ ରାତି ୨ଟାରେ ଦ୍ଵାର ଫିଟା

ଭୁବନେଶ୍ୱର : ଆଉ ମାତ୍ର ଗୋଟିଏ ଦିନ । ଏହାପରେ ସରିବ ୨୦୨୫ ବର୍ଷ । ପାଦ ଥାପିବ ୨୦୨୬ ବର୍ଷ । ସାରା ବିଶ୍ୱ ଦେଖିବ ନୂଆ ସକାଳ । ଖାଲି ଅପେକ୍ଷା ୩୧ ଡିସେମ୍ବର ରାତିକୁ । ତେବେ ନୂଆବର୍ଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଭେଟିବା ପାଇଁ ଏବେଠୁ ଲାଗିଲାଣି ପୁରୀ ଶ୍ରୀମନ୍ଦିରରେ ଭିଡ । ଏଥିପାଇଁ ଶ୍ରୀ ମନ୍ଦିରରେ ଲାଗିଛି ନୂଆ କଟକଣା । ଏଥର ନୂଆବର୍ଷରେ ରାତି ୨ଟାରେ ହେବ ଶ୍ରୀମନ୍ଦିର ଦ୍ଵାର ଫିଟା । ଡିସେମ୍ବର ୩୧ ତାରିଖରେ ରାତି ୧୧ଟାରେ ହେବ ଶ୍ରୀଜୀଉଙ୍କ ରାତ୍ର ପହୁଡ଼ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ନୂଆବର୍ଷରେ ରାତି ୨ ଟାରୁ ଫିଟିବ ଶ୍ରୀମନ୍ଦିର ଦ୍ଵାର । ତେବେ ଜାନୁଆରୀ ୧ ତାରିଖରେ ଅର୍ଥାତ ନୂଆବର୍ଷରେ ଶ୍ରୀମନ୍ଦିରର ବାହାର କାଠ ପାଖରୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ । ଭିତର କାଠ ଦର୍ଶନ ହେବ ନାହିଁ । ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ।
ଏଥିପାଇଁ ଶ୍ରୀକ୍ଷେତ୍ରରେ ମୁତୟନ ହେବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ । ମେଡିକାଲ ଛକରୁ ଶ୍ରୀମନ୍ଦିର, ମେଡିକାଲ ଛକରୁ ବେଳାଭୂମି ପର୍ଯ୍ୟନ୍ତ ଚାରି ଚକିଆ ଯାନ ଯାତାୟାତ ପାଇଁ ନିଷେଧ କରାଯାଇଛି । ସେହିପରି ୩୧ ତାରିଖ ଠାରୁ ୧ ତାରିଖ ପର୍ଯ୍ୟନ୍ତ ମେଡିକାଲ ଛକ ଠାରୁ ଶ୍ରୀମନ୍ଦିର ଓ ମେଡିକାଲ ଛକଠାରୁ ବେଳାଭୂମି ପର୍ଯ୍ୟନ୍ତ କୌଣସି ଚାରିଚକିଆ ଯାନ ଯାତାୟାତ କରିବ ନାହିଁ । ଶ୍ରୀମନ୍ଦିର ବାହାରେ ଓ ଶ୍ରୀମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score