ନୂଆପଡ଼ା : ଶେଷରେ ପୂରଣ ହେଲା ଦୀର୍ଘଦିନର ସ୍ବପ୍ନ । ନୂଆପଡ଼ାରେ ହେଲା ଜୟଙ୍କ ଜୟକାର । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପିନ୍ଧିଲେ ବିଜୟ ମୁକୁଟ । ସେହ୍ନାଙ୍ଗିନୀ ଓ ଘାସିରାମଙ୍କୁ ପଛରେ ପକାଇ ବିଜୟର ମୁକୁଟ ପିନ୍ଧିଛନ୍ତି ଜୟ ଢୋଲକିଆ। ରାଜନୀତିର ଜବରଦସ୍ତ ରଙ୍ଗରେ ରଙ୍ଗାୟିତ ହୋଇଛି ନୂଆପଡ଼ା ଉପନିର୍ବାଚନ । ବିଜେପିର ଜୟ ଢୋଲକିଆ, ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସର ଘାସିରାମ ମାଝୀଙ୍କ ତ୍ରିକୋଣୀୟ ଲଢ଼େଇ ମଧ୍ୟରେ ୮୩୭୪୮ ଭୋଟରେ ଆଗୁଆ ରହି ବିଜୟ ହୋଇଛନ୍ତି ଜୟ । ନୂଆପଡ଼ା ଉପନିର୍ଚାଚନରେ ବିଜେପିକୁ ସମୁଦାୟ ୧୨୩୮୬୯ ଭୋଟ ମିଳିଛି । ବିଜେପି ପ୍ରାର୍ଥୀ ଜୟ ୮୩୭୪୮ ଖଣ୍ଡ ଭୋଟ ମିଳିଥିବା ବେଳେ ସେହ୍ନାଙ୍ଗିନୀଙ୍କୁ ୩୮୪୦୮ ଓ ଘାସିରାମଙ୍କୁ ୪୦୧୨୧ ଭୋଟ ମିଳିଛି । ଜନାଦେଶ ଅନୁସାରେ ବିଜେପି ପ୍ରଥମ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ଥିବାବେଳେ ବିଜେଡି ତୃତୀୟ ସ୍ଥାନରେ ରହିଛି।
ନୂଆପଡ଼ାରେ ବିଜୟର ବିପୁଳ ବାଜି ମାତ୍ ପରେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ଦିବଂଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ସାଜିଛନ୍ତି ନୂଆପଡ଼ାର ନୂଆ ମଉଡମଣି । ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଜୟ ବିଜେଡିରୁ ଲଢ଼ିବା ନେଇ ଏକ ପ୍ରକାରର ସ୍ଥିର ହୋଇସାରିଥିଲା । କିନ୍ତୁ ମଝିରେ ଖେଳ ପଲଟାଇ ଦେଇଥିଲେ ବର୍ତ୍ତମାନର ବିଜେପି ପ୍ରାର୍ଥୀ । ବିଜେଡି ଛାଡି ପଦ୍ମ ଧରିଥିଲେ ଜୟ । ଦଳ ମଧ୍ୟ ତାଙ୍କ ଉପରେ ଭରସା କରି ନୂଆପଡ଼ାର ଉପନର୍ବାଚନ ପାଇଁ ଟିକେଟ୍ ପ୍ରଦାନ କରିଥିଲା । ଆଉ ଏବେ ବିଜେପିକୁ ପୁଣି ସଫଳତାର ସ୍ୱାଦ ଚଖାଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।
ଶେଷ ହୋଇଛି ନୂଆପଡ଼ା ଉପନିର୍ବାଚନ ମତଦାନର ମତ ଗଣନା । ସବୁ ଆଶା ଓ ଆଶଙ୍କାର ଅବସାନ ଘଟାଇ ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ବାଜି ମାରିଛି । ୨୯ ତମ ବା ଶେଷ ରାଉଣ୍ଡର ଭୋଟ୍ ଗଣତି ପରେ ନୂ୍ଆପଡ଼ାରେ ଭାରତୀୟ ଜନତା ପାର୍ଟି (ବିଜେପି) ବିଜୟ ଲାଭ କରିଛି । ସବୁଠାରୁ ବଡ଼ କଥା ହେଲା, ବିଜେପି ଏଠାରେ ବଡ଼ ବ୍ୟବଧାନ ସହିତ ବିଜୟ ହାସଲ କରିଛି।
ଜୟ ଢୋଲକିଆ ୧, ୨୩, ୮୬୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୪୦,୧୨୧ ଖଣ୍ଡ ଭୋଟ୍ ମିଳିଛି। ଅର୍ଥାତ ଜୟ ଢୋଲକିଆ ୮୩,୭୪୮ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଓ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଶା ଅନୁରୂପ ଭୋଟ ପାଇ ନାହାଁନ୍ତି । ତେବେ ନିର୍ବାଚନ କମିଶନ ପକ୍ଷରୁ ନୂଆପଡ଼ା ନିର୍ବାଚନ ନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇ ନଥିଲେ ମଧ୍ୟ ଭାରତୀୟ ଜନତା ପାର୍ଟି ଜୟ ଢୋଲକିଆ ନୂଆପଡା ଉପ ନିର୍ବାଚନରେ ବିଜୟଲାଭ କରିଛନ୍ତି ।
୧୦ ବର୍ଷ ପରେ ନୂଆପଡ଼ାରେ ପୁଣି ଥରେ ପଦ୍ମ ଫୁଟିଛି । ନୂଆପଡ଼ାର ଜନତା ଭାରତୀୟ ଜନତା ପାର୍ଟିକୁ ପୁଣି ଥରେ ବିପୁଳ ଭୋଟ୍ ଦେଇଛନ୍ତି । ବିଜୟୀ ପ୍ରାର୍ଥୀ ଜୟ ଢୋଲକିଆ ବିଜୟ ଶୋଭାଯାତ୍ରାରେ ବାହାରିଛନ୍ତି । ଖରିଆର ରୋଡ୍ରେ ନିଜ ପରିବାର ଏବଂ ସମର୍ଥକମାନଙ୍କ ସହିତ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଜୟ ଢୋଲକିଆ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
