Explore

Search

March 17, 2026 10:00 pm

ନିର୍ବାଚନ ଜିତିବା ପରେ ଶ୍ରୀମନ୍ଦିର ଗଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର/ପୁରୀ : ରାଜ୍ୟସଭା ନିର୍ବାଚନରେ ବିଜୟ ଲାଭ କରିବା ପରେ ନବନିର୍ବାଚିତ ସାଂସଦ ଶ୍ରୀଯୁକ୍ତ ଦିଲ୍ଲୀପ ରାୟ ପୁରୀ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଦର୍ଶନ ପରେ ସେ ମହାପ୍ରଭୁଙ୍କ ପାଖରେ ଓଡ଼ିଶାବାସୀଙ୍କ ସେବା ପାଇଁ ଶକ୍ତି ଓ ସାହସ ଦେବାକୁ ପ୍ରାର୍ଥନା କରିଛନ୍ତି ।

ମନ୍ଦିରରୁ ଫେରି କହିଥିଲେ ଯେ, ଏହି ବିଜୟ ମହାପ୍ରଭୁଙ୍କ କୃପା ଓ ସମସ୍ତଙ୍କ ଆଶୀର୍ବାଦର ଫଳ । ଆଗାମୀ ଦିନରେ ଲୋକସେବାକୁ ଅଧିକ ଗୁରୁତ୍ୱ ଦେବେ ବୋଲି ଶ୍ରୀଯୁକ୍ତ ଦିଲ୍ଲୀପ ରାୟ ଉଲ୍ଲେଖ କରିଛନ୍ତି ।

ଶ୍ରୀଯୁକ୍ତ ଦିଲ୍ଲୀପ ରାୟ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନରେ ବିଜୟ ନେଇ ସେ ଆଗରୁ ଆଶାବାଦୀ ଥିଲେ ଏବଂ ଦୁଇ ମାସ ପୂର୍ବରୁ ସେ ପ୍ରସ୍ତୁତି ଆରମ୍ଭ କରିଥିଲେ । ବିଭିନ୍ନ ଦଳର ବିଧାୟକମାନଙ୍କ ସହ ତାଙ୍କର ସୁସମ୍ପର୍କ ଓ ସମର୍ଥନ ଏହି ବିଜୟରେ ମୂଲ ଭୂମିକା ନେଇଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର, ବିଜେଡିର ସଂତୃପ୍ତ ମିଶ୍ର ସହ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି ।

ଏହି ନିର୍ବାଚନର ଏକ ବିଶେଷ ଦିଗ ହେଉଛି କ୍ରସ ଭୋଟିଂ, ଯାହାଫଳରେ ଦିଲ୍ଲୀପ ରାୟଙ୍କ ପକ୍ଷରେ ଅପେକ୍ଷାକୃତ ଅଧିକ ମତ ପଡ଼ିଥିଲା। ବିଭିନ୍ନ ଦଳର କିଛି ବିଧାୟକଙ୍କ ସମର୍ଥନ ତାଙ୍କ ବିଜୟକୁ ସୁନିଶ୍ଚିତ କରିଥିବା କୁହାଯାଉଛି ।

ଅନ୍ୟପକ୍ଷରେ, ନିର୍ବାଚନ ସମୟରେ ବିଧାନସଭା ପରିସରରେ କିଛି ଅସନ୍ତୋଷଜନକ ଘଟଣା ମଧ୍ୟ ଦେଖାଯାଇଥିଲା, ଯାହା ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛି । ତଥାପି ସମଗ୍ର ପ୍ରକ୍ରିୟା ଶେଷ ହେବା ପରେ ଏବେ ନୂତନ ସାଂସଦମାନଙ୍କ ଉପରେ ଲୋକଙ୍କ ଆଶା ଆହୁରି ବଢ଼ିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score