Explore

Search

January 14, 2026 1:23 pm

ନାଗରିକତା ସଂଶୋଧନ ଆଇନ ବା ସିଏଏରେ ବଡ଼ ସଂଶୋଧନ

୨୦୨୪ ଡିସେମ୍ବର ୩୧ ସୁଦ୍ଧା ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଭାରତ ଚାଲି ଆସିଥିବା ଅଣ ମୁସଲିମଙ୍କୁ ଦେଶ ଛାଡ଼ିବାର କୌଣସି ଆବଶ୍ୟକତା ନାହିଁ।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଭାରତ ଚାଲି ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧାଧର୍ମାବଲମ୍ବୀ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକମାନେ ନୂଆଦିଲ୍ଲୀରେ ରହିପାରିବେ। ସେମାନଙ୍କ ପାଖରେ ପାସପୋର୍ଟ କିମ୍ବା କୌଣସି ବୈଧ ଯାତ୍ରା ଦସ୍ତାବିଜ ନଥିଲେ ମଧ୍ୟ ସେମାନେ ଭାରତରେ ରହିପାରିବେ ବୋଲି ମନ୍ତ୍ରଣାଳୟ କହିଛି।

ଗତବର୍ଷ ଦେଶରେ ଲାଗୁ ହୋଇଥିବା ସିଏଏରେ କୁହାଯାଇଥିଲା ୨୦୧୪ ମସିହା ଡିସେମ୍ବର ୩୧ ସୁଦ୍ଧା ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇଥିବା ଭାରତ ଚାଲି ଆସିଥିବା ସଂଖ୍ୟାଲଘୁମାନଙ୍କୁ ହିଁ ଦେଶର ନାଗରିକତା ମିଳିବ। ଏବେ ଏହି ସମୟସୀମାକୁ ୨୦୨୪ ମସିହା ଡିସେମ୍ବର ୩୧ ଯାଏ ବୃଦ୍ଧି କରି ଦିଆଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score