Explore

Search

January 15, 2026 12:14 pm

ତ୍ରି-ରାଷ୍ଟ୍ରୀୟ ଗସ୍ତରେ ପ୍ରଧାନମନ୍ତ୍ରୀ, ଦ୍ବିପାକ୍ଷିକ ଆଲୋଚନା ମୁଖ୍ୟ ଲକ୍ଷ୍ୟ

PM Modi

ନୂଆଦିଲ୍ଲୀ: ପାଞ୍ଚ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ୧୭ ତାରିଖରେ ପ୍ରଥମକରି ନାଇଜେରିଆ ଗସ୍ତ କରି ସେଠାରେ ନାଇଜେରିଆର ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବୁଙ୍କ ନିମନ୍ତ୍ରଣ କ୍ରମେ ମୋଦି ତାଙ୍କ ସହିତ ସାକ୍ଷାତ କରିଥିଲେ। ଭାରତ ଓ ନାଇଜେରିଆ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଏହି ଗସ୍ତର ଲକ୍ଷ୍ୟ ବୋଲି ମୋଦୀ କହିଛନ୍ତି। ନାଇଜେରିଆ ପରେ ମୋଦି ବ୍ରାଜିଲ ଅଭିମୁଖେ ଯାତ୍ରା କରିଛନ୍ତି । ଆସନ୍ତା ୧୮ ଓ ୧୯ରେ ବ୍ରାଜିଲରେ ଜି୨୦ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ମୋଦି ଯୋଗ ଦେବେ । ଗତବର୍ଷ ଭାରତ ଅଧ୍ୟକ୍ଷତାରେ ଜି- ୨୦ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବ୍ରାଜିଲରେ ଅନୁଷ୍ଠିତ ହେବାକୁ ଥ‌ିବା ଜି-୨୦ ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗ ଓ ଆମେରିକା ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପକ୍ଷରେ ଜି୨୦ ବୈଠକରେ ଯୋଗଦେଇ ମୋଦି ଆସନ୍ତା ୧୯ ରୁ ୨୧ ପର୍ଯ୍ୟନ୍ତ ଗାଏନା ଗସ୍ତରେ ଯିବେ। ଗାଏନା ରାଷ୍ଟ୍ରପତି ମହମ୍ମଦ ଇର୍ଯ୍ୟନ ଅଲ୍ଲିଙ୍କ ନିମନ୍ତ୍ରଣକ୍ରମେ ମୋଦି ସେଠାକୁ ଯିବେ। ଗତ ୫୦ ବର୍ଷରୁ ଅଧିକ ସମୟ ପରେ ଭାରତର ପ୍ରଧାନମନ୍ତ୍ରୀ ଗାଏନା ଗସ୍ତରେ ଯାଉଛନ୍ତି। ଗାଏନା ଗସ୍ତ ସମ୍ପର୍କରେ ମୋଦି କହିଥିଲେ “ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ତାଙ୍କର ମୂଳ ଲକ୍ଷ୍ୟ ଅଟେ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score