Explore

Search

February 21, 2026 10:48 pm

ଟ୍ରାଏଲ ରୁମ ବଦଳରେ ସ୍ମାର୍ଟ ଦର୍ପଣ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଏବେ ଏକ ନୂଆ ପ୍ରଯୁକ୍ତି ଆଲୋଚନାର ବିଷୟ ହୋଇଛି । ସପିଂ ମଲରେ ଆଗାମୀ ଦିନରେ ଆଉ ଟ୍ରାଏଲ ରୁମ ଦରକାର ପଡିବ ନାହିଁ । ଏଆଇ ଭିତ୍ତିକ ସ୍ମାର୍ଟ ଦର୍ପଣ ଆପଣଙ୍କୁ ଦେଖାଇଦେବ ନୂଆ ପୋଷାକ କେମିତି ମାନୁଛି ।

ଭାରତ ମଣ୍ଡପମରେ ଚାଲିଥିବା “ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ ୨୦୨୬”ରେ ଏହି ନୂଆ ବ୍ୟବସ୍ଥା ଦେଖାଯାଇଛି। ଭାରତର ଅଗ୍ରଣୀ ଆଇଟି କମ୍ପାନୀ ଟାଟା କନସଲ୍ଟାନ୍ସି କମ୍ପାନୀ (TCS) ଏହି ସ୍ମାର୍ଟ ମିରର ତିଆରି କରିଛି ।

କେମିତି କାମ କରେ ଏହି ସ୍ମାର୍ଟ ମିରର?

ଗ୍ରାହକ ସ୍କ୍ରିନ ସାମ୍ନାରେ ଛିଡା ହେଲେ, କ୍ୟାମେରା ତାଙ୍କର ଉଚ୍ଚତା ଓ ଶରୀର ଆକୃତି ମାପି ନେଇଥାଏ । ପରେ ସେ କ୍ୟାଟାଲଗରୁ ନିଜ ପସନ୍ଦର ଡ୍ରେସ ବାଛନ୍ତି । କେବଳ କିଛି ସେକେଣ୍ଡରେ ସ୍କ୍ରିନରେ ଦେଖାଯାଏ ସେହି ପୋଷାକ ତାଙ୍କ ଦେହରେ କେମିତି ମାନୁଛି।

ଗ୍ରାହକ ଆଗପଟୁ, ପଛପଟୁ ଓ ପାର୍ଶ୍ୱରୁ ମଧ୍ୟ ଦେଖିପାରିବେ। ୩-ଡି ପ୍ରଯୁକ୍ତି ଦ୍ୱାରା ଚାଲିବା ବା ଘୁରିବା ସମୟରେ ମଧ୍ୟ ପୋଷାକ କେମିତି ଦିଶୁଛି ଦେଖି ପାରିବେ ।

ଲାଭ କ’ଣ ?

  • ଟ୍ରାଏଲ ରୁମ ପାଖରେ ଲମ୍ବା ଲାଇନ ନ ଲଗାଇବାକୁ ପଡିବ।
  • ବାରମ୍ବାର ପୋଷାକ ବଦଳାଇବାର ଅସୁବିଧା ନଥିବ।
  • ଅନଲାଇନ ସପିଂରେ ଭୁଲ୍‌ ମାପ ହେତୁ ଫେରାଇବା ଘଟଣା କମିଯିବ।
  • ଏହା ଅଧିକ ସୁଚିତ୍ର ଓ ସୁରକ୍ଷିତ ବ୍ୟବସ୍ଥା।
  • ଏଆଇ ସିଷ୍ଟମ ଗ୍ରାହକଙ୍କ ଶରୀରର ରଙ୍ଗ ଓ ଶରୀର ଆକୃତି ଅନୁଯାୟୀ କେଉଁ ରଙ୍ଗ ବା ଡିଜାଇନ ଭଲ ଲାଗିବ ସେଥିପାଇଁ ମଧ୍ୟ ପରାମର୍ଶ ଦେଉଛି ।

ତେବେ ଏହି ସମ୍ମିଳନୀକୁ ଆସିଥିବା ଅନେକ ଲୋକ ଏହି ସ୍ମାର୍ଟ ମିରର ପରୀକ୍ଷା କରି ସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି, ଯଦି ଏହି ବ୍ୟବସ୍ଥା ମଲ ଓ ଦୋକାନରେ ଆସିଯାଏ, ତେବେ ସପିଂ କରିବା ଅଧିକ ସହଜ ହେବ।

ଏହି ପ୍ରଯୁକ୍ତି ଦେଖାଉଛି ଯେ ଭାରତ ଏବେ କେବଳ ସଫ୍ଟୱେୟାର ନୁହେଁ, ନୂଆ ଜୀବନ ଶୈଳୀ ତିଆରି କରିବାରେ ମଧ୍ୟ ଆଗକୁ ବଢ଼ୁଛି । ଆଗାମୀ ଦିନରେ ବଡ଼ ବଡ଼ ମଲରେ ଟ୍ରାଏଲ ରୁମ ବଦଳରେ ସ୍ମାର୍ଟ ସ୍କ୍ରିନ ଦେଖିବାକୁ ମିଳିପାରେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score