ଆମେରିକା : ଇରାନ–ଆମେରିକା ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ତୀବ୍ର ସଂଘର୍ଷକୁ ପ୍ରାୟ ଏକ ମାସ ପୂରଣ ହେବାକୁ ଯାଉଥିବାବେଳେ ପରିସ୍ଥିତି ଏଯାବତ୍ ଉତ୍ତେଜନାପୂର୍ଣ୍ଣ ରହିଛି । ଦୁଇପକ୍ଷରୁ କେହି ମଧ୍ୟ ପଛକୁ ହଟିବାର ସଙ୍କେତ ଦେଉନଥିବା ସହିତ ମିସାଇଲ ଓ ଡ୍ରୋନ ଆକ୍ରମଣ ଜାରି ରହିଛି ।
ଏହି ପରିସ୍ଥିତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ସେ କହିଛନ୍ତି, ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଇରାନର ଶକ୍ତିକେନ୍ଦ୍ର ଓ ତେଲ ସମ୍ପର୍କିତ ଢାଞ୍ଚା ଉପରେ ଆମେରିକା ଆକ୍ରମଣ କରିବ ନାହିଁ। ପୂର୍ବରୁ ଏହାକୁ ୫ ଦିନ ପର୍ଯ୍ୟନ୍ତ ସୀମିତ ରଖାଯାଇଥିବାବେଳେ ବର୍ତ୍ତମାନ ଏହାକୁ ୧୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ଟ୍ରମ୍ପଙ୍କ କହିବା ଅନୁଯାୟୀ, ଇରାନ ସରକାରଙ୍କ ଅନୁରୋଧ ପରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହା ଫଳରେ ଉଭୟ ଦେଶ ମଧ୍ୟରେ ଆଲୋଚନାର ରାସ୍ତା ଖୋଲିପାରିବ। ସେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ Truth Social ମାଧ୍ୟମରେ ଏହା ସ୍ପଷ୍ଟ କରିଛନ୍ତି।
ଯୁଦ୍ଧ ଆରମ୍ଭ ପରେ ଏହା ପ୍ରଥମ ଥର ଯେ, ଆମେରିକା ପକ୍ଷରୁ ଇରାନର ଶକ୍ତି ଉତ୍ସକୁ ଟାର୍ଗେଟ କରିବାରୁ ସ୍ଥଗିତ ରହିବାର ଘୋଷଣା ହୋଇଛି । ପୂର୍ବରୁ ଆମେରିକା ଓ ଇସ୍ରାଏଲ ମିଶି ଇରାନର ତେଲ ଭଣ୍ଡାର ଓ ଶକ୍ତିକେନ୍ଦ୍ରକୁ ଲକ୍ଷ୍ୟ କରି ଆକ୍ରମଣ କରୁଥିଲେ । ଯାହାଦ୍ୱାରା ଇରାନକୁ ଆର୍ଥିକ ଭାବେ ଦୁର୍ବଳ କରିବା ଲକ୍ଷ୍ୟ ରହିଥିଲା।
ଅନ୍ୟପଟେ, ଇରାନ ମଧ୍ୟ ପ୍ରତିହତ୍ୟାରେ ପଛକୁ ହଟିନଥିଲା। ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ସାମରିକ ଘାଟି ଗୁଡ଼ିକୁ ଲକ୍ଷ୍ୟ କରି ଡ୍ରୋନ ଓ ମିସାଇଲ ଆକ୍ରମଣ କରାଯାଇଥିଲା। ତଥାପି, ନୂତନ ଘୋଷଣା ପରେ ଆସନ୍ତା ୧୦ ଦିନ ମଧ୍ୟରେ ଆକ୍ରମଣର ତୀବ୍ରତା କମିପାରେ ବୋଲି ଆଶା କରାଯାଉଛି।
ହେଲେ ଏହାପୂର୍ଣ୍ଣ ଯୁଦ୍ଧବିରତି କିମ୍ବା କେବଳ ସାମୟିକ ରାହତ, ତାହା ସ୍ପଷ୍ଟ ହୋଇନାହିଁ । କୂଟନୀତିକ ଆଲୋଚନା କେତେ ଦୂର ପ୍ରଗତି କରିବ, ତାହା ଉପରେ ଆଗାମୀ ପରିସ୍ଥିତି ନିର୍ଭର କରିବ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
