Explore

Search

February 28, 2026 8:20 pm

ଜାତୀୟ ମହିଳା ହକି ଲିଗରେ ଫାଇନାଲ୍‌ରେ ପ୍ରବେଶ କରିଲା ଓଡ଼ିଶା

ଜାତୀୟ ମହିଳା ହକି ଲିଗରେ ଫାଇନାଲ୍‌ରେ ପ୍ରବେଶ କରିଲା ଓଡ଼ିଶା

ରାଞ୍ଚିରେ ଚାଲିଥିବା ଜାତୀୟ ମହିଳା ହକି ଲିଗ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି ଓଡ଼ିଶା। ଓଡ଼ିଶା ଟପ୍ପର୍ ଟେବୁଲରେ ହରିୟାଣାକୁ ଭେଟିବ। ଏହି ମ୍ୟାଚ୍ ଶୁକ୍ରବାର ଖେଳାଯିବ। ଉଭୟ ଓଡ଼ିଶା ଓ ହରିୟାଣା ୧୫ ପଏଣ୍ଟ୍‌ ଲେଖାଏଁ ପାଇଥିଲେ ମଧ୍ୟ ଗୋଲ୍‌ ବ୍ୟବଧାନରେ ଉନ୍ନତ ସ୍ଥିତିରେ ରହି ହରିୟାଣା ଗୁରୁବାର ଶେଷ ‌ହୋଇଥିବା ଏହି ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟର ଶୀର୍ଷ ସ୍ଥାନରେ ରହି ଫାଇନାଲ୍‌କୁ ଯାଇଛି। ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଆୟୋଜକ ଝାଡ଼ଖଣ୍ଡ ଓ ମିଜୋରାମ ମୁହାଁମୁହିଁ ହେବେ।

ଗୁରୁବାର ଗ୍ରୁପ୍‌-ଏ’ରେ ଥିବା ଓଡ଼ିଶା କିନ୍ତୁ ନିଜ ଶେଷ ଲିଗ୍‌ ମ୍ୟାଚ୍‌ରେ ଘରୋଇ ଝାଡ଼ଖଣ୍ଡଠାରୁ ୦-୨ରେ ହାରି ଯାଇଥିଲା। ଶାନ୍ତି କୁମାରୀ (୩ ମିନିଟ୍) ଏବଂ ହେମ୍ରମ ଲିଓନି (୪୨ ମିନିଟ୍) ଦୁଇଟି ଗୋଲ୍‌ ଦେଇ ଓଡ଼ିଶା ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ। ଏହି ବିଜୟ ଆଧାରରେ ଝାଡ଼ଖଣ୍ଡ ୨ ପଏଣ୍ଟ୍ ଅର୍ଜନ କରି ପଏଣ୍ଟ୍‌ ତାଲିକାର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲା। ଆଜିର ପରାଜୟ ସତ୍ତ୍ବେ ଓଡ଼ିଶା ମୋଟ ୭ ମ୍ୟାଚ୍‌ରୁ ୫ ବିଜୟ (ଗୋଟିଏ ସୁଟ୍ ଆଉଟ୍ ବିଜୟ ସହ) ଓ ଦୁଇଟି ପରାଜୟ ବରଣ କରି ପଏଣ୍ଟ୍‌ ତାଲିକାର ଦ୍ବିତୀୟ ସ୍ଥାନରେ ରହିଥିଲା। ଦିନର ଅନ୍ୟ ଦୁଇଟି ମ୍ୟାଚ୍‌ରେ ମଣିପୁରକୁ ହକି ବେଙ୍ଗଲ ଏବଂ ହରିୟାଣାକୁ ମଧ୍ୟପ୍ରଦେଶ ୨-୧ ଗୋଲ୍‌ରେ ହରାଇଥିଲେ। ତୃତୀୟ ରୋମାଞ୍ଚକ ମୁକାବିଲାରେ ମହାରାଷ୍ଟ୍ର ସେହି ୨-୧ ଗୋଲ୍‌ରେ ମିଜୋରାମକୁ ମାତ୍ ଦେଇଥିଲା।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score