Explore

Search

February 11, 2026 10:06 am

ଜାତୀୟ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଛାତ୍ରୀଙ୍କ ଦମଦାର ପ୍ରଦର୍ଶନ : ଚମକିଲେ ବ୍ରିନ୍ଦାରାଣୀ

ବ୍ରହ୍ମପୁର : ଜାତୀୟସ୍ତରୀୟ ଏକ ମର୍ଯ୍ୟାଦାପୂର୍ଣ୍ଣ କାର୍ଯ୍ୟକ୍ରମରେ ବ୍ରହ୍ମପୁରର ନବମ ଶ୍ରେଣୀର ଛାତ୍ରୀ ବ୍ରିନ୍ଦାରାଣୀ ପଣ୍ଡା ନିଜ ପ୍ରତିଭାର ଉଜ୍ଜ୍ୱଳ ପ୍ରମାଣ ଦେଇଛନ୍ତି । ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତକାର କରିବାର ସୁଯୋଗ ପାଇଥିବା ବ୍ରିନ୍ଦାରାଣୀ ବ୍ରହ୍ମପୁର ସହର ପାଇଁ ଗର୍ବର ବିଷୟ ହୋଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ପ୍ରାୟ ତିନି ଘଣ୍ଟା ଧରି ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ଚାପ, ସମସ୍ୟା ଏବଂ ତାହାର ସମାଧାନ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ବ୍ରିନ୍ଦାରାଣୀ। ତାଙ୍କର ଆତ୍ମବିଶ୍ୱାସ, ସଚେତନତା ଓ ସ୍ପଷ୍ଟ ମତାମତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଦେଶର ଜାତୀୟତାବୋଧକ ଓ ମର୍ଯ୍ୟାଦାପୂର୍ଣ୍ଣ କାର୍ଯ୍ୟକ୍ରମ ଭାବେ ପରିଚିତ ‘ବୀର୍‌ ଗାଥା ୫.୦ ’ ଭଳି ଜାତୀୟସ୍ତରୀୟ ମଞ୍ଚରେ ଯୋଗଦେଇ ବ୍ରହ୍ମପୁରର ଛାତ୍ରୀ ବ୍ରିନ୍ଦାରାଣୀ ପଣ୍ଡା ସଫଳତାର ସହ ନିଜ ପ୍ରତିଭା ପ୍ରମାଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ସମ୍ମାନିତ ହେବା ସହିତ ୧୦ ହଜାର ଟଙ୍କା ଅର୍ଥରାଶିର ପୁରସ୍କାର ମଧ୍ୟ ପାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତକାର ଏବଂ ‘ବୀର ଗାଥା – ୫.୦ କାର୍ଯ୍ୟକ୍ରମରେ ଏହି ସଫଳତା ପରେ ନିଜ ବିଦ୍ୟାଳୟକୁ ଫେରିବା ସମୟରେ ବ୍ରିନ୍ଦାରାଣୀଙ୍କୁ ବିଦ୍ୟାଳୟ ପକ୍ଷରୁ ଭବ୍ୟ ଭାବେ ସମ୍ବର୍ଦ୍ଧନା କରାଯାଇଥିଲା । ତାଙ୍କର ଏହି ସଫଳତା ବିଦ୍ୟାଳୟ ସହ ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଛି ।

ପିଲା ବେଳୁ ମନରେ ଏକ ସ୍ୱପ୍ନ ଥିଲା ଦିନେ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଅନେକଥର ଭାବନାରେ ଆସିଥିଲା ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର ଆକାଂକ୍ଷା । କିନ୍ତୁ ଏତେ ଶୀଘ୍ର ସେହି ସ୍ୱପ୍ନ ସାକାର ହୋଇଯିବ ବୋଲି ଏବେ ମଧ୍ୟ କଳ୍ପନା କରିପାରୁ ନାହାଁନ୍ତି ବ୍ରହ୍ମପୁରର ନବମ ଶ୍ରେଣୀର ଛାତ୍ରୀ ବ୍ରିନ୍ଦାରାଣୀ ପଣ୍ଡା ।

‘ପରୀକ୍ଷା ପେ ଚର୍ଚ୍ଚା’ ଓ ‘ବୀର ଗାଥା’ ଭଳି ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ନିଜ ପ୍ରତିଭା, ପାରଦର୍ଶିତା ଓ ଆତ୍ମବିଶ୍ୱାସର ପ୍ରଦର୍ଶନ କରି ସେ ସମଗ୍ର ରାଜ୍ୟ ସହ ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି । ବ୍ରହ୍ମପୁରର ଏହି ଛାତ୍ରୀଙ୍କ ସଫଳତା ଆଜି ଅନେକ ପିଲାଙ୍କ ପାଇଁ ପ୍ରେରଣାର ଉଦାହରଣ ହୋଇ ଉଠିଛି ।

ପ୍ରଧାନମନ୍ତ୍ରୀଙ୍କ ଏଭଳି ପରାମର୍ଶ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଅନେକ ଚିନ୍ତା ଓ ସମସ୍ୟା ସମାଧାନରେ ନିଶ୍ଚିତ ଭାବେ ସହାୟକ ହେବ ବୋଲି କହିଛନ୍ତି ବ୍ରିନ୍ଦାରାଣୀ । ବ୍ରହ୍ମପୁରକୁ ଫେରିବା ପରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ସେହି ଅନୁଭୂତି ନେଇ ତାଙ୍କ ସହପାଠୀ ଓ ସାଙ୍ଗସାଥୀମାନେ ଅନେକ ପ୍ରଶ୍ନ କରିଥିବା ବେଳେ, ବ୍ରିନ୍ଦା ସେହି ସମୟର ସ୍ମୃତି ଓ ଅନୁଭବକୁ ଆନନ୍ଦର ସହିତ ସେମାନଙ୍କ ସହ ବାଣ୍ଟିଥିଲେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score