କାହିଁକି ଛିଙ୍କ ଆସିଲେ ବନ୍ଦ ହୋଇଯାଏ ଆମ ଆଖି ? କ’ଣ ରହିଥାଏ ଏହା ପଛର କାରଣ କେବେ ଭାବିଛନ୍ତି ? ତେବେ ଜାଣନ୍ତୁ କ’ଣ ରହିଛି କାରଣ । ଛିଙ୍କିବା, ଆମ ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା । ଯାହା କେତେବେଳେ ବି ବାହାରକୁ ଆସିଥାଏ । ସାଧାରଣତଃ ଆମକୁ ସେତେବେଳେ ଛିଙ୍କ ଆସେ ଯେତେବେଳେ ବାହାରର ଧୂଳି କିମ୍ବା ଜୀବାଣୁ ଆମ ନାକ ବାଟ ଦେଇ ଶ୍ୱାସକ୍ରିୟା ନଳୀରେ ପଶିଯାଏ । ଆଉ ସେହି ପଦାର୍ଥକୁ ବାହାର କରିବା ପାଇଁ ମଣିଷର ଛିଙ୍କ ହୋଇଥାଏ । ତେବେ ଏହି ଛିଙ୍କ ହେଲେ ଆଖି ଆପେ ଆପେ ବନ୍ଦ ହୋଇଯାଏ । ଆଉ ଏହି ପ୍ରକ୍ରିୟା ସମସ୍ତଙ୍କ ପାଇଁ ସମାନ ଥାଏ । ଜନ୍ମ ହୋଇଥିବା ଶିଶୁଠୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ।
ଆଖି ବନ୍ଦ କରିବା ପଛର କାରଣ :
ଯେତେବେଳେ ଆମେ ଛିଙ୍କୁ ସେତେବେଳେ ନାକ ପଟୁ ବାହାରୁଥିବା ଛୋଟ ଛୋଟ ଜୀବାଣୁ ଆମ ମୁହଁରୁ ବାହାରକୁ ଆସିଯାଏ । ତେଣୁ ଏହି ସମୟରେ ଯଦି ଆମର ଆଖି ଖୋଲା ଥାଏ, ତେବେ ଏହି କଣିକା ଗୁଡ଼ିକ ଆମ ଆଖି ଭିତରକୁ ପଶି ଯାଇପାରେ । ଯାହା ଆଖିକୁ ନଷ୍ଟ କରି ଦେଇପାରେ । ତେଣୁ ଛିଙ୍କିବା ସମୟରେ କୌଣସି ସଂକ୍ରମଣରୁ ରକ୍ଷା କରିବା ପାଇଁ ଆମ ଶରୀର ସ୍ୱୟଂଚାଳିତ ଭାବରେ ଆମ ଆଖିକୁ ବନ୍ଦ କରିଦିଏ ।
ଯେତେବେଳେ ଆମ ନାକରେ କିଛି ଅସ୍ୱସ୍ତି ଅନୁଭବ ହୁଏ ସେତେବେଳେ ତୁରନ୍ତ ମସ୍ତିଷ୍କ ଛିଙ୍କକୁ ସଙ୍କେତ ଦିଏ । ଆଉ ଛିଙ୍କ ଆରମ୍ଭ ହେବାକ୍ଷଣି ସେତେବେଳେ ଆପଣାଛାଏଁ ଆଖି ବନ୍ଦ ହୋଇଯାଏ। ଆଉ ଆମ ଆଖି ସୁରକ୍ଷିତ ରହିଯାଏ । ଅଧିକାଂଶ ଲୋକେ ଜୋରଜବରଦସ୍ତି ଛିଙ୍କକୁ ବନ୍ଦ କରିଥାନ୍ତି । କିନ୍ତୁ ଏହା କରିବା ଠିକ ନୁହେଁ । ଏହା ନାକ, କାନ ଏବଂ ଆଖି ଉପରେ ଚାପ ପକାଇଥାଏ । କିଛି କ୍ଷେତ୍ରରେ ରକ୍ତବାହୀ ନଳୀକୁ ମଧ୍ୟ କ୍ଷତି ପହଞ୍ଚାଇପାରେ । ଏପରିକି ହାର୍ଟଷ୍ଟ୍ରୋକ ମଧ୍ୟ ହୋଇପାରେ । ତେଣୁ ବିଶେଷଜ୍ଞଙ୍କ ମତରେ ଛିଙ୍କକୁ ସ୍ୱାଭାବିକ ଭାବରେ ପ୍ରବାହିତ ହେବାକୁ ଦେବା ସବୁବେଳେ ଶରୀର ପାଇଁ ଭଲ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
