Explore

Search

February 24, 2026 11:33 pm

ଘଞ୍ଚ ଜଙ୍ଗଲରେ ଖସି ପଡିଲା ଏୟାର ଆମ୍ବୁଲାନ୍ସ , ପାଇଲଟଙ୍କ ସମେତ ୭ ମୃତ

ରାଞ୍ଚି : ଘଞ୍ଚ ଜଙ୍ଗଲରେ ଖସି ପଡିଲା ଏୟାର ଆମ୍ବୁଲାନ୍ସ । ଏହି ଘଟଣାରେ ପାଇଲଟଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ବିମାନଟି ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା । ହେଲେ ଝାଡ଼ଖଣ୍ଡ ଛତ୍ରା ଜିଲ୍ଲା ସିମାରିଆ ନିକଟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ସମସ୍ତ ୭ଯାତ୍ରୀଙ୍କ ମୃତ୍ୟୁ ହୋଇଛି ବୋଲି ଉଚ୍ଚ ଅଧିକାରୀ ସୂଚନା ଦେଇଛନ୍ତି ।

ବିମାନଟି ସୋମବାର ସନ୍ଧ୍ୟା ୭ଟା ୧୧ ମିନିଟରେ ରାଞ୍ଚି ବିମାନ ବନ୍ଦରରୁ ଉଡ଼ିଥିଲା । ଉଡ଼ାଣର କିଛି ସମୟ ମଧ୍ୟରେ ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) ସହ ସମ୍ପର୍କ ବିଛିନ୍ନ ହୋଇଯାଇଥିଲା । ପରେ ପ୍ରାୟ ୭ଟା ୩୦ ମିନିଟ ସମୟରେ ବିମାନଟି ରାଡାରରୁ ଅଦୃଶ୍ୟ ହୋଇଥିଲା ।

ପରେ ସିମାରିଆର ବାରିଆଟୁ ପଞ୍ଚାୟତ ଅଞ୍ଚଳର ଘଞ୍ଚ ଜଙ୍ଗଲ ମଧ୍ୟରେ ବିମାନର ଅବଶେଷ ମିଳିଥିଲା । ଅନ୍ଧାର ରାତିସହ ଦୁର୍ଗମ ଅଞ୍ଚଳ ହେବାରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହୋଇଥିଲା। ପ୍ରଶାସନ ଓ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି।

ପ୍ରାଥମିକ ତଥ୍ୟ ଅନୁଯାୟୀ, ଅଚାନକ ପାଣିପାଗ ପରିବର୍ତ୍ତନ ଓ ବଜ୍ରପାତ ଦୁର୍ଘଟଣାର ସମ୍ଭାବ୍ୟ କାରଣ ହୋଇପାରେ। ତେବେ ତଦନ୍ତ ପରେ ସଠିକ କାରଣ ସ୍ପଷ୍ଟ ହେବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ।

ସୂଚନା ଅନୁସାରେ ଲାଟେହାର ଜିଲ୍ଲାର ୪୧ ବର୍ଷୀୟ ସଞ୍ଜୟ କୁମାରଙ୍କ ଶରୀରର ପ୍ରାୟ ୬୫ ପ୍ରତିଶତ ପୋଡିଯାଇଥିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀକୁ ନେବା ନିଷ୍ପତ୍ତି ହୋଇଥିଲା । ଆଉ ଏଥିପାଇଁ ଆମ୍ବୁଲାନ୍ସ ବିମାନ ସେବା ମଧ୍ୟ ପ୍ରସ୍ତୁତ ଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ବିମାନଟି ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ଘଟିଥିଲା। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅନ୍ୟପକ୍ଷରେ ପ୍ରଶାସନ ଏହାର ସଠିକ କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score