Explore

Search

February 11, 2026 1:46 pm

ଗୋପାଳପୁର ବେଳାଭୂମି ମହୋତ୍ସବ : ଶଶାଙ୍କ ଓ ସୋହିନୀଙ୍କ ଗୀତରେ ମତୁଆଲା ଦର୍ଶକ, ଦିଲଖୁସ କଲେ ରାହୁଲ- ମୈଥାଲି

ବ୍ରହ୍ମପୁର : ଆଜି ଗୋପାଳପୁର ବେଳାଭୂମି ମହୋତ୍ସବର ୨ୟ ଦିନ । ତେବେ ପ୍ରଥମ ଦିନ ଅପେକ୍ଷା ୨ୟ ଦିନରେ ଲୋକଙ୍କ ଗହଳି ଖୁବ ଜମିଛି । ଅପରାହ୍ନରୁ ଆରମ୍ଭ ହୋଇଛି ଏଠି ଲୋକଙ୍କ ଭିଡ । ତେବେ ଗତକାଲି ମହୋତ୍ସବର ପ୍ରଥମ ଦିନରେ ସବୁଠୁ ଅଧିକ ଆକର୍ଷଣ ଥିଲା ରାଜ୍ୟପାଳ ମହାମହିମ ଡ଼. ହରି ବାବୁ କମ୍ଭମପତିଙ୍କ ଦ୍ୱାରା ହୋଇଥିବା ସମୁଦ୍ର ଆଳତି । ଯାହା ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା।

ଗର୍ବ ଓ ଏକତାର ପ୍ରତୀକ ଭାବେ ଏହି ସମାବେଶ କଳା, ସଂସ୍କୃତି, ପରମ୍ପରା ଓ ବିଶ୍ୱାସର ଏକ ସୁନ୍ଦର ସଙ୍ଗମ ରୂପେ ପ୍ରକାଶ ପାଇଛି । ଯାହାର ସାକ୍ଷୀ ହୋଇ ରହିଛି ନୀଳ ସମୁଦ୍ର। ସମୁଦ୍ର କେବଳ ପ୍ରାକୃତିକ ସମ୍ପଦ ନୁହେଁ, ବରଂ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବାରେ ଏକ ମୁଖ୍ୟ ଆଧାର ।

‘ବ୍ଲୁ-ଇକୋନୋମି’ ଧାରଣା ପର୍ଯ୍ୟଟନ କ୍ଷେତ୍ରର ବିକାଶ ସହିତ ସହିତ ମତ୍ସ୍ୟଜୀବୀ ଓ ସମୁଦ୍ର ନିର୍ଭର ଜୀବିକାଧାରୀଙ୍କୁ ନୂଆ ରୋଜଗାର ସୁଯୋଗ ପ୍ରଦାନ କରିଛି । ଏହା ସାମୁଦ୍ରିକ ଜୈବ ବିବିଧତାକୁ ମଧ୍ୟ ଏକ ନୂଆ ପରିଚୟ ଦେଇଛି । ଏହି ପଦକ୍ଷେପ ଫଳରେ ସ୍ଥାନୀୟ ଅଞ୍ଚଳର ଲୋକେ ବିଭିନ୍ନ ରୋଜଗାର ସୁଯୋଗ ପାଇପାରୁଥିବା ବେଳେ, ଆଗାମୀ ଦିନରେ ଏହା ଅଞ୍ଚଳୀୟ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ସ୍ଥାନୀୟ ବ୍ୟବସାୟୀମାନେ ଆଶା ବ୍ୟକ୍ତ କରିଛନ୍ତି ।

ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ଆଗେଇ ନେବା ସହିତ ସହିତ ଲୋକଙ୍କ ଅର୍ଥନୈତିକ ବିକାଶରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ଗୋପାଳପୁର ବେଳାଭୂମି ମହୋତ୍ସବ। ଏଭଳି ମହୋତ୍ସବ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ଲୋକେ ବିଭିନ୍ନ ରୋଜଗାର ସୁଯୋଗ ଲାଭ କରୁଥିବା ବେଳେ, ତାଙ୍କର ଜୀବିକାକୁ ନୂଆ ଦିଗ ମିଳୁଛି।

ସେହିପରି ମହିଳା ସ୍ବୟଂସହାୟିକା ଗୋଷ୍ଠୀମାନେ ନିଜେ ତିଆରି କରିଥିବା ଉତ୍ପାଦକୁ ବଜାରରେ ପ୍ରଦର୍ଶନ ଓ ବିକ୍ରି କରିବାର ସୁଯୋଗ ପାଇ ଆତ୍ମନିର୍ଭରତାର ପଥରେ ଆଗୁଆ ହେଉଛନ୍ତି । ଏହି ମହୋତ୍ସବରେ ସଂସ୍କୃତି ଓ ବିକାଶ ଏକା ସାଙ୍ଗରେ ଦେଖିବାକୁ ମିଳୁଥିବା ବେଳେ, ଏହା ଗୋପାଳପୁରକୁ ଏକ ନୂଆ ପରିଚୟ ମଧ୍ୟ ଦେଉଛି ।

ଗୋପାଳପୁର ଆଜି କେବଳ ଓଡ଼ିଶାରେ ନୁହେଁ, ବରଂ ଜାତୀୟସ୍ତରରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହି ଦିଗରେ ଏଭଳି ମହୋତ୍ସବ ଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା କେବଳ ଏକ ଉତ୍ସବ ମାତ୍ର ନୁହେଁ, ବରଂ ଲୋକମାନଙ୍କୁ ଏକତ୍ର କରିବା ସହିତ ସହିତ ବିକାଶର ନୂଆ ଦିଗ ଓ ସମ୍ଭାବନା ଦେଖାଇବାର ଏକ ସଶକ୍ତ ମାଧ୍ୟମ ଭାବେ ଉଭା ହୋଇଛି । ସଂସ୍କୃତି, ପର୍ଯ୍ୟଟନ ଓ ଅର୍ଥନୈତିକ ସମୃଦ୍ଧିର ସମନ୍ୱୟ ମାଧ୍ୟମରେ ଗୋପାଳପୁର ଆଗାମୀ ଦିନରେ ଏକ ମଡେଲ ବେଳାଭୂମି ଅଞ୍ଚଳ ଭାବେ ଉଦୟ ହେବ ବୋଲି ଆଶା କରାଯାଉଛି । ମହୋତ୍ସବର ୨ୟ ସନ୍ଧ୍ୟାରେ ଶଶାଙ୍କ ଓ ସୋହିନୀଙ୍କ ଗୀତରେ ମତୁଆଲା ହୋଇଥିଲେ ଦର୍ଶକ। ସେହିପରି ସମସ୍ତଙ୍କର ଦିଲଖୁସ କରିଥିଲେ ସଙ୍ଗୀତଜ୍ଞ ରାହୁଲ ଓ ମୈଥାଲି ଠାକୁର । ଯାହା ଶୀତୁଆ ରାତିକୁ ଆହୁରି ରୋମାଞ୍ଚକ କରିଥିଲା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score