Explore

Search

January 14, 2026 4:14 am

ଗୁଗୁଲ ଲଞ୍ଚ କଲା Gemini 3 Deep Think , ଜାଣନ୍ତୁ ଏହା କେତେ ଶକ୍ତିଶାଳୀ ?

ସାରା ବିଶ୍ୱର ଏକମାତ୍ର ଭରସା ଗୁଗୁଲ। ଯିଏ ପ୍ରତ୍ୟେକ ସମୟରେ ଅପଡେଟ ଦେଉଥାଏ ଲୋକଙ୍କୁ । ଏବେ ପୁଣି ଆଉ ଏକ ନୂଆ ଅପଡେଟ ଆଣିଛି ଗୁଗୁଲ । ଏଥର ଗୁଗୁଲ ଏଆଇ ଇଣ୍ଟେଲିଜେନ୍ସି ଟେକ୍ନୋଲୋଜି (AI)କୁ ଅପଡେଟ କରିଛି । ଏହାରି ମଧ୍ୟରେ ଗୁଗଲ ଏକ ନୂଆ ଓ ବଡ଼ ଅପଗ୍ରେଡ Gemini 3 Deep Thinkକୁ ଆଣିଛି । ଏହା ଗୁଗଲର AI ଚାଟ ମଡେଲର ଏକ ଫିଚର । ଏହି ନୂତନ ସିଷ୍ଟମ ଜଟିଳ ସମସ୍ୟାକୁ ତୁରନ୍ତ ସମାଧାନ କରିବାର କ୍ଷମତା ରଖିଛି । ଏହା ବିଶେଷ କରି ସେହିମାନଙ୍କ ପାଇଁ ଯେଉଁମାନେ ଛାତ୍ର ବା ପାଠ ପଢାପଢି କରୁଛନ୍ତି ।

କେତେ ଶକ୍ତିଶାଳୀ Gemini 3 Deep Think ?

ଡିପ ଥିଙ୍କ ମୋଡ ଏଆଇକୁ ଅଧିକ ସମୟ ଦିଏ । ଯାହାଦ୍ବାରା ଏଆଇ ସବୁ ଦିଗରୁ ପ୍ରଶ୍ନଟିକୁ ଭାବିଥାଏ ଓ ପରେ ଉତ୍ତର ରଖିଥାଏ । ଗୁଗୁଲ କହିଛି ଯେ ଡିପ ଥିଙ୍କ ମୋଡ ପୂର୍ବ ସଂସ୍କରଣ ଗୁଡ଼ିକ ତୁଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ଅପଗ୍ରେଡ ପ୍ରଦାନ କରେ । ଯାହା ସବୁ ପ୍ରକ୍ରିୟାକୁ ପ୍ରକ୍ରିୟାକରଣ କରିବାକୁ ଅନୁମତି ଦିଏ । ଏହା ଏପରି କଷ୍ଟକର ସମସ୍ୟାର ସମାଧାନ କରିବାକୁ ଅନୁମତି ଦିଏ ଯାହାକୁ ସବୁଠାରୁ ଶକ୍ତିଶାଳୀ AI ମଡେଲ ଗୁଡ଼ିକ ସାଧାରଣତଃ ସମାଧାନ କରିବାରେ ବିଫଳ ହୁଅନ୍ତି । ଏହି ନୂଆ ଫିଚରଟି ଅଧିକ ପ୍ରକ୍ରିୟାକରଣ କରୁଥିବାରୁ ୟୁଜରଙ୍କ ପ୍ରଶ୍ନର ଜବାବ ଦେବା ଲାଗି ସାଧାରଣ ଅପେକ୍ଷା ପାଇଁ ଟିକିଏ ଅଧିକ ସମୟ ନେଇପାରେ । ଏହା ଏକ ସରଳ ଅପଡେଟ ନୁହେଁ, ବରଂ ଏକ ଫିଚର। ଯାହା AIକୁ ଚିନ୍ତା କରିବା, ବୁଝିବା ଏବଂ ପ୍ରତିକ୍ରିୟା ଦେବାରେ ଅଧିକ ସ୍ମାର୍ଟ କରିଥାଏ ।

ଉପଭୋକ୍ତାମାନେ ନୂତନ ମୋଡ କିପରି ବ୍ୟବହାର କରିପାରିବେ :

ଅଲଟ୍ରା ସବସ୍କ୍ରାଇବର ତୁରନ୍ତ ଏହି ନୂତନ ସିଷ୍ଟମକୁ ବ୍ୟବହାର କରିପାରିବେ । ପ୍ରଥମେ ଜେମିନି ଆପ ଖୋଲନ୍ତୁ । ପ୍ରମ୍ପଟ ବାରରେ “ଡିପ ଥିଙ୍କ” ଚୟନ କରନ୍ତୁ । ପରେ ମଡେଲ ବିକଳ୍ପ ଗୁଡ଼ିକରୁ ଜେମିନି ୩- ପ୍ରୋ ଚୟନ କରନ୍ତୁ । ଏହାପରେ ମୋଡ ଚାଲୁ ହେବ।

ଜେମିନିର ଅଫିସିଆଲ୍ X ଆକାଉଣ୍ଟରେ ଏକ ପୋଷ୍ଟରେ କୁହାଯାଇଛି ଯେ Gemini 3 Deep Think ଆସିଛି। ଡିପ ଥିଙ୍କ ହେଉଛି ସବୁଠାରୁ ଉନ୍ନତ ଯୁକ୍ତିଯୁକ୍ତ ମୋଡ । ଏହି ଫିଚରଟି ଭୁଲ ସୂଚନା, ବିପଦପୂର୍ଣ୍ଣ ଉତ୍ତର କିମ୍ବା ଭୁଲ ମାର୍ଗଦର୍ଶନ ପ୍ରଦାନ ନକରିବା ପାଇଁ ଅତିରିକ୍ତ ଫିଲ୍ଟର ସହିତ କାମ କରିଥାଏ ।

ସାଧାରଣ ୟୁଜରଙ୍କୁ କ’ଣ ମିଳିବ ଫାଇଦା ?

ଏବେ ଏଆଇ କେବଳ ଉତ୍ତର ରଖିବ ନାହିଁ ବରଂ ସମସ୍ୟାକୁ ଠିକ ଭାବେ ବୁଝିବ । ଗୁଗୁଲ Gemini 3 Deep Thinkକୁ ଉନ୍ନତ କମ୍ପ୍ୟୁଟେସନାଲ ଯୁକ୍ତିରେ ଏକ ପ୍ରମୁଖ ପଦକ୍ଷେପ ଭାବରେ ସ୍ଥାନିତ କରୁଛି । ଏହା ଶିକ୍ଷାଗତ, ବୈଷୟିକ କାର୍ଯ୍ୟ କିମ୍ବା ଯେକୌଣସି ପ୍ରକାରର ଗଭୀର ବିଶ୍ଳେଷଣ ସମସ୍ୟା ଉପରେ କାମ କରୁଥିବା ଲୋକଙ୍କ ପାଇଁ ବହୁତ ସହାୟକ ହେବ।

ଗୁଗୁଲ ଗତ ମାସରେ ଜେମିନି ୩ ପ୍ରଚଳନ କରିଥିଲା । ଏହାକୁ AI ଜଗତର ସବୁଠାରୁ ନୂତନ ଏବଂ ଉନ୍ନତ ସିଷ୍ଟମ ବୋଲି କହିଥିଲା । ତେବେ ପୂର୍ବରୁ, ଜେମିନି ୨.୫ ପ୍ରୋ ମଡେଲକୁ ଅଧିକାଂଶ ବୃତ୍ତିଗତ ଏବଂ ସୃଜନଶୀଳ କାର୍ଯ୍ୟ ପାଇଁ ଗୁଗୁଲର ସର୍ବୋତ୍ତମ ବିକଳ୍ପ ଭାବରେ ବିବେଚନା କରାଯାଇଥିଲା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score