Explore

Search

April 10, 2026 10:32 pm

ଗଞ୍ଜାମ ଜିଲ୍ଲାର ୫ ହଜାର ଏସଏଚଜି ସଦସ୍ୟାଙ୍କୁ ମିଳିବ ଆତ୍ମରକ୍ଷା ପ୍ରଶିକ୍ଷଣ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ୫ ହଜାର ଏସଏଚଜି ସଦସ୍ୟାଙ୍କୁ ମିଳିବ ଆତ୍ମରକ୍ଷା ପ୍ରଶିକ୍ଷଣ । ଏନେଇ ମିଶନ ଶକ୍ତି ବିଭାଗ ପକ୍ଷରୁ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ମହିଳାମାନଙ୍କ ସୁରକ୍ଷା ଓ ସଶକ୍ତିକରଣକୁ ଆଗକୁ ନେବା ପାଇଁ ଏକ ନୂଆ ପଦକ୍ଷେପ ନିଆଯାଇଛି । ମିଶନ ଶକ୍ତି ବିଭାଗ ଏବଂ ଜାତୀୟ ମହିଳା ଆୟୋଗଙ୍କ ସଂଯୁକ୍ତ ପ୍ରୟାସରେ ମିଶନ ଶକ୍ତି ଭବନରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମହିଳାମାନଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆରମ୍ଭ ହୋଇଛି ।

ଏହି ପ୍ରଶିକ୍ଷଣର ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ନିଜେ ସୁରକ୍ଷିତ ରହିବାର କୌଶଳ ଶିଖାଇବା ସହିତ ସେମାନଙ୍କ ମନୋବଳ ଓ ଆତ୍ମବିଶ୍ୱାସ ବଢ଼ାଇବା। ପ୍ରଶିକ୍ଷଣ ପାଇଥିବା ମହିଳାମାନେ ଯାତାୟାତ, ବଜାର କିମ୍ବା କାର୍ଯ୍ୟକ୍ଷେତ୍ରରେ ଆଉ ଅଧିକ ନିର୍ଭୟ ଭାବରେ କାମ କରିପାରିବେ।

ପାଇଲଟ୍ ପ୍ରକଳ୍ପ ଭାବେ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା, କଟକ, ପୁରୀ, କେନ୍ଦୁଝର ଓ ଗଞ୍ଜାମ ଜିଲ୍ଲାର ୫ ହଜାର ଏସଏଚଜି ସଦସ୍ୟାଙ୍କୁ ଏହି ପ୍ରଶିକ୍ଷଣରେ ଅନ୍ତର୍ଭୁକ୍ତ କରାଯାଇଛି।

ଏଥିରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହିଳାଙ୍କ ସଶକ୍ତିକରଣ କେବଳ ଆର୍ଥିକ ଦିଗରେ ସୀମିତ ନୁହେଁ, ସେମାନଙ୍କ ସୁରକ୍ଷା ଓ ସମ୍ମାନ ନିଶ୍ଚିତ କରିବା ମଧ୍ୟ ସମାନ ଭାବେ ଆବଶ୍ୟକ। ଏପରି ପ୍ରଶିକ୍ଷଣ ମାଧ୍ୟମରେ ମହିଳାମାନେ ଆତ୍ମନିର୍ଭର ହେବା ସହ ସମାଜରେ ଆଉ ଅଧିକ ସାହସର ସହ ଆଗକୁ ବଢ଼ିପାରିବେ।

ଏହି ଅବସରରେ ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ବିଜୟା କିଶୋର ରାହତକର, ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଶୋଭନା ମହାନ୍ତି ଓ ମିଶନ ଶକ୍ତି ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଯୋଜନା ମାଧ୍ୟମରେ ରାଜ୍ୟର ଅଧିକ ସଂଖ୍ୟକ ମହିଳାଙ୍କୁ ଆଗାମୀ ଦିନରେ ଆତ୍ମରକ୍ଷା ପ୍ରଶିକ୍ଷଣ ଦେବାକୁ ଲକ୍ଷ୍ୟ ରଖାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score