Explore

Search

December 30, 2025 1:07 am

ଖୁସି ହେଲେ ଚାଷୀ, ଆଗେଇବ କୃଷିକ୍ଷେତ୍ର : ୬ କୋଟି ଟଙ୍କା ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ପୁଣି ସରକାର କଲେ ବଡ ଘୋଷଣା । ଚାଷୀଙ୍କ ପାଇଁ ରାଜ୍ୟ ସରକାର ନେଲେ ବଡ ପଦକ୍ଷେପ । ଆତ୍ମନିର୍ଭର ହେବ ଓଡ଼ିଶା । ଆଗେଇବ କୃଷିକ୍ଷେତ୍ର । ଚାଷୀଙ୍କ ପାଇଁ ରାଜ୍ୟ ସରକାର ନେଲେ ବଡ ନିଷ୍ପତି । ଖୁସି ହେଲେ ସବୁ ଚାଷୀ । ଏଣିକି ରାଜ୍ୟରେ ୫୮ଟି ସବଡିଭିଜନରେ ନିର୍ମାଣ ହେବ ଶୀତଳ ଭଣ୍ଡାର । ଏଥିପାଇଁ ୬ କୋଟି ଟଙ୍କା ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର । ଏଥର ଅଭାବୀ ବିକ୍ରି ଉପରେ ରୋକ ଲାଗିବା ସହ ଆଳୁ ଓ ପିଆଜ ପାଇଁ ଆଉ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ହେବାକୁ ପଡିବନି ବୋଲି ଚାଷୀ ଭାଇଙ୍କୁ ପ୍ରତିଶୃତି ଦେଇଛନ୍ତି ଓଡିଶା ସରକାର ।

ଗୋଟିଏ ସବଡିଭିଜନରେ ଗୋଟିଏ ଲେଖାଁଏ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଯେଉଁମାନେ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ଚାହୁଁଥିବେ ସେମାନଙ୍କୁ ୬କୋଟି ଟଙ୍କାର ସହାୟତା ଯୋଗାଇଦେବେ ରାଜ୍ୟ ସରକାର । ତେବେ ମହିଳା ଓ ଏସସି, ଏସଟି ବର୍ଗଙ୍କୁ ଏଥିପାଇଁ ୬.୫ କୋଟି ଟଙ୍କା ସହାୟତା ଦିଆଯିବ। ସେହିପରି କୃଷି ବିଭାଗ ୫୦ ପ୍ରତିଶତ ବିଦ୍ୟୁତ ବିଲ ଦେବାସହ ବ୍ୟାଙ୍କରୁ ୩ ପ୍ରତିଶତ ସୁଧ ହାରରେ ଋଣର ବ୍ୟବସ୍ଥା ମଧ୍ୟ କରାଯିବ। ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫୮ଟି ଉପଖଣ୍ଡରେ ଶୀତଳ ଭଣ୍ଡାର ୟୁନିଟ ସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଯାହାର ପ୍ରସ୍ତାବିତ ବ୍ୟୟ ୨୫୦ କୋଟି ଟଙ୍କା ହେବ । ଗତ ୧୬-୧୭ ବର୍ଷ ଧରି ଓଡ଼ିଶା ଅଧିକ ଉତ୍ପାଦନକାରୀ ରାଜ୍ୟ ହୋଇଛି । ଫଳରେ ୧୨ରୁ ଅଧିକ ରାଜ୍ୟକୁ ଯୋଗାଣ କରୁଛି । ଗତ କୃଷି ବର୍ଷରେ ପ୍ରାୟ ୧୫ ମିଲିୟନ ଟନ ଖାଦ୍ୟ ଶସ୍ୟ ସହିତ ସମାନ ପରିମାଣର ଉଦ୍ୟାନ କୃଷି ଉତ୍ପାଦନ କରିଛି । ଏଭଳି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ନିର୍ମାଣ ହେବାକୁ ଥିବା ଏସବୁ ଶୀତଳଭଣ୍ଡାରରେ ରାଜ୍ୟ ଭିତର ସହ ରାଜ୍ୟ ବାହାରର ଉତ୍ପାଦ ରଖାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ଓଡ଼ିଶାର କୃଷକଙ୍କୁ ସଶକ୍ତୀକରଣ କରିବା ପାଇଁ ରାଜ୍ୟ ସରକାର ଏହି ନୂଆ ସ୍କିମ ଆରମ୍ଭ କରିଛନ୍ତି । ଗୋଟିଏ ସବଡିଭିଜନରେ କୋଲ୍ଡ ଷ୍ଟୋରେଜ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ତେବେ ଏହି ଶୀତଳଭଣ୍ଡାର ନିର୍ମାଣ ହେଲେ ରାଜ୍ୟର ଅର୍ଥନୀତି ତଥା ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହେବ । ଅନେକ ସମୟରେ ଦେଖାଦେଉଥିବା ଦରବୃଦ୍ଧି ପ୍ରସଙ୍ଗର ସମାଧାନ ହେବ । କୃଷକମାନେ ମଧ୍ୟ ଅଭାବୀ ବିକ୍ରିର ସମସ୍ୟା ଭୋଗିବେ ନାହିଁ । ରାଜ୍ୟର ବେକାର ଯୁବକ କୃଷିକ୍ଷେତ୍ର ଆଡ଼କୁ ମୁହାଁଇବେ । ଏହାଦ୍ବାରା ବିକଶିତ ଓଡ଼ିଶା ଗଠନ ସମ୍ଭବ ହୋଇପାରିବ । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ସଫଳ ହେବ ବୋଲି ଆଶା ରହିଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଏହି ପଦକ୍ଷେପ ପରେ ଚାଷୀମାନେ ଖୁସି ହେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ପାଇଁ ଆମ ଦୁଃଖ ଦୂର ହେଲା । ଏଥର ଆମର ସବୁ ସମସ୍ୟାର ସମାଧାନ ହୋଇଯିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score