Explore

Search

January 14, 2026 8:31 pm

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୮ମ ବେତନ କମିଶନ, ୪୪% ବଢିବ କର୍ମଚାରୀଙ୍କ ଦରମା

8th pay commission news

୨୦୨୫ ଆର୍ଥିକ ବଜେଟ ପୂର୍ବରୁ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି। ସରକାର ଅଷ୍ଟମ ବେତନ ଆୟୋଗକୁ ଅନୁମୋଦନ କରିଛନ୍ତି। କେନ୍ଦ୍ର କ୍ୟାବିନେଟ ବୈଠକରେ ଅଷ୍ଟମ ବେତନ ଆୟୋଗକୁ ଅନୁମୋଦନ କରାଯାଇଛି। ଏହା ସହିତ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ଦୀର୍ଘ ଦିନର ଚାହିଦାକୁ ପୂରଣ ମଧ୍ଯ କରିଛନ୍ତି। କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସପ୍ତମ ବେତନ ଆୟୋଗର କାର୍ଯ୍ୟକାଳ ୨୦୨୬ ସୁଦ୍ଧା ଶେଷ ହେବ। ଏହା ପୂର୍ବରୁ ଅଷ୍ଟମ ବେତନ ଆୟୋଗ ଗଠନ କାର୍ଯ୍ୟ ଶେଷ ହେବ। ସରକାର ଅଷ୍ଟମ ବେତନ ଆୟୋଗକୁ ଅନୁମୋଦନ କରିବା ସହିତ ଏହା ମଧ୍ୟ କହିଛନ୍ତି ଯେ ସପ୍ତମ ବେତନ ଆୟୋଗ ୨୦୨୬ ପର୍ଯ୍ୟନ୍ତ ରହିବ। ସପ୍ତମ ବେତନ ଆୟୋଗର କାର୍ଯ୍ୟକାଳ ଶେଷ ହେବା ପରେ ଅଷ୍ଟମ ବେତନ ଆୟୋଗ କାର୍ଯ୍ୟକାରୀ ହେବ। ନୂତନ ବେତନ କମିଶନ ଗଠନ ହେବା ପରେ ଦରମା ସଂଶୋଧନ କାର୍ଯ୍ୟ କରାଯିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score