ଭୁବନେଶ୍ୱର : ଫେବୃଆରୀ ମାସ ଆସିବା ମାତ୍ରେ ଆରମ୍ଭ ହୁଏ ପ୍ରେମର ଋତୁ। ସପ୍ତାହ ଆରମ୍ଭରୁ ହିଁ ଲାଲ ଗୋଲାପ ସହ ଆରମ୍ଭ ହୁଏ ପ୍ରେମ। ଆଉ ସବୁଠି ଶୁଭେ ପ୍ରେମର ଗୀତ । ବର୍ଷର ସବୁଠାରୁ ଆକର୍ଷଣୀୟ ଓ ରୋମାଣ୍ଟିକ ସମୟ ଭାବେ ପରିଚିତ ଭାଲେଣ୍ଟାଇନ୍ସ ସପ୍ତାହ ପୁଣିଥରେ ଆସି ପହଞ୍ଚିଛି । ପ୍ରେମ, ଭାବନା ଓ ଭାବନାତ୍ମକ ସମ୍ପର୍କକୁ ଉଦଯାପନ କରାଯାଉଥିବା ଏହି ସପ୍ତାହର ଆରମ୍ଭ ହୁଏ ‘ରୋଜ ଡେ’ ଦିନରୁ। ପ୍ରେମିକ ପ୍ରେମିକାମାନେ ଏହି ଦିନରେ ଗୋଲାପ ଫୁଲ ଦେଇ ନିଜ ମନର ଭାବନା ପ୍ରକାଶ କରନ୍ତି।
କିନ୍ତୁ ପ୍ରଶ୍ନ ହେଉଛି କାହିଁକି ଗୋଲାପରୁ ଆରମ୍ଭ ହୁଏ ପ୍ରେମ ସପ୍ତାହ ? କାହିଁକି ଗୋଲାପକୁ ପ୍ରେମର ପ୍ରତୀକ ଭାବେ ଗ୍ରହଣ କରାଯାଇଛି ? ଜାଣନ୍ତୁ କ’ଣ କୁହେ ଇତିହାସ
‘ରୋଜ୍ ଡେ’ ଠାରୁ ଆରମ୍ଭ ହେଉଥିବା ଭାଲେଣ୍ଟାଇନ୍ସ ସପ୍ତାହ ପଛରେ ଅନେକ ଆକର୍ଷଣୀୟ ତଥ୍ୟ ଓ ପରମ୍ପରା ଲୁଚି ରହିଛି । କୁହାଯାଏ, ଯାହା କଥା ଶବ୍ଦରେ କହିବା କଷ୍ଟକର, ଗୋଲାପ ସେହି ଭାବନାକୁ ନିରବ ଭାଷାରେ ପ୍ରକାଶ କରିଦିଏ । ପ୍ରେମର ଆରମ୍ଭିକ ପର୍ଯ୍ୟାୟରେ ମଣିଷ ନିଜର ମନର କଥା କହିବାକୁ ପ୍ରଥମେ ଲାଜ କରିଥାଏ। ଆଉ ସେହି ନିରବତାକୁ ଭାଙ୍ଗିବାରେ ଗୋଲାପ ଏକ ସୁନ୍ଦର ମାଧ୍ୟମ ସାଜିଥାଏ।
ଏହି ଗୋଲାପ ଫୁଲ ମାଧ୍ୟମରେ ଭଲପାଇବାର ଭାଷା ସହଜରେ ମନର ମଣିଷ ସାମ୍ନାରେ ପ୍ରକାଶ କରିହୁଏ। ଇତିହାସ କହେ ୧୯ଶତାବ୍ଦୀରେ ଭାବନା ପ୍ରକାଶ ପାଇଁ ‘ଫ୍ଲୋରିଓଗ୍ରାଫି’ ଅର୍ଥାତ ଫୁଲର ଭାଷାର ପ୍ରଚଳନ ଆରମ୍ଭ ହୋଇଥିଲା । ସେହି ସମୟରେ ଗୋଲାପକୁ ସର୍ବୋଚ୍ଚ ସମ୍ମାନ ଓ ମର୍ଯ୍ୟାଦା ଦିଆଯାଇଥିଲା। ଏହି କାରଣରୁ ଫେବୃଆରୀ ମାସର ପ୍ରଥମ ସପ୍ତାହର ପ୍ରଥମ ଦିନକୁ ‘ରୋଜ ଡେ’ ଭାବେ ନାମକରଣ କରାଯାଇଥିଲା।
ଗୋଲାପର କୋମଳତା, ରଙ୍ଗ ଓ ସୁଗନ୍ଧ ମନକୁ ସକାରାତ୍ମକତା, ସତେଜତା ଓ ଆନନ୍ଦରେ ପୂର୍ଣ୍ଣ କରିଥାଏ, ଯାହା ପ୍ରେମ ସମ୍ପର୍କକୁ ଆଉ ଅଧିକ ଗଭୀର କରେ। ତେବେ ଏହି ଗୋଲାପ ଫୁଲ ଭିତରେ ଅନେକ ରଙ୍ଗର ଗୋଲାପ ଫୁଲ ରହିଛି । ଏହାରି ଭିତରେ ଲାଲ ରଙ୍ଗର ଗୋଲାପ ହେଉଛି ପ୍ରେମର ପ୍ରତୀକ ।
ଗୋଲାପୀ ରଙ୍ଗର ଗୋଲାପ ଫୁଲ କୃତଜ୍ଞତା ଏବଂ ଭଲପାଇବା ପ୍ରକାଶ କରିବା ପାଇଁ । ଯଦି ଆପଣ କାହାର ସ୍ୱଭାବକୁ ପ୍ରଶଂସା କରନ୍ତି, ତେବେ ତାଙ୍କୁ ଏହି ଗୋଲାପକୁ ଉପହାର ଭାବେ ଦେଇ ନିଜର ଭାବନା ପ୍ରକାଶ କରିପାରିବେ। ସେହିପରି ଧଳା ଗୋଲାପ ସମ୍ପର୍କର ଏକ ନୂଆ ଆରମ୍ଭକୁ ସୂଚେଇଥାଏ । ଆଉ କମଳା ରଙ୍ଗର ଗୋଲାପ ଅଧିକ ଆକର୍ଷଣ ଏବଂ ଆବେଗକୁ ପ୍ରକାଶ କରେ । ଏହି ରଙ୍ଗର ଫୁଲ ଦର୍ଶାଏ ଯେ ଆପଣ ସେହି ବ୍ୟକ୍ତି ପ୍ରତି କେତେ ଆକର୍ଷିତ ହେଉଛନ୍ତି ।
ଆଜିର ଦିନରେ ଯଦି ଆପଣ ଆପଣଙ୍କ ପ୍ରିୟର ଲୋକଙ୍କୁ ଲାଲ ଗୋଲାପ ଦେବାକୁ ଭାବୁଛନ୍ତି ତେବେ ସାଙ୍ଗରେ ଆଉ ଏକ ଛୋଟ ଉପହାର ନେଇକି ଯାଆନ୍ତୁ। ଏହା ଦ୍ୱାରା ଆପଣଙ୍କ ସମ୍ପର୍କ ଆହୁରି ମଜବୁତ ହେବାସହ ପ୍ରେମ ସମ୍ପର୍କ ମଧ୍ୟ ଆଗକୁ ଭଲରେ ଚାଲିବ।
ଗୋଲାପ ଦିବସ ବିଶ୍ୱର ସବୁଠାରୁ ସୁନ୍ଦର ଫୁଲ ମାଧ୍ୟମରେ ମନର ଅନୁଭୂତି ଓ ହୃଦୟର ଭାବନାକୁ ପ୍ରକାଶ କରିବାର ଏକ ସୁନ୍ଦର ଅବସର। ଗୋଲାପ ଫୁଲ ନିରବ ଭାଷାରେ ଭଲପାଇବା, ସମ୍ମାନ ଓ ସମ୍ପର୍କର ଗଭୀରତାକୁ ଜଣାଇଥାଏ।
ତେଣୁ ଆଜି ‘ରୋଜ ଡେ’ ପାଳନ କରି ପ୍ରିୟଜନଙ୍କ ସମ୍ନାରେ ନିଜ ଭଲପାଇବାକୁ ଗୋଲାପ ମାଧ୍ୟମରେ ପ୍ରକାଶ କରନ୍ତୁ। ଖାଲି ଯେ ଲାଲ ଗୋଲାପ ନୁହେଁ ସାଧାରଣ ଗୋଲାପ ମଧ୍ୟ ଏହି ଦିନରେ ଦେଇ ଏକ ନୂଆ, ମଧୁର ଓ ସୁନ୍ଦର ସମ୍ପର୍କର ଆରମ୍ଭର ପ୍ରତୀକ ହୋଇପାରେ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
