ଅପରେସନ ସିନ୍ଦୂରର ସଫଳତାକୁ ନେଇ ଆଜିଠୁ ବିଜେପି ପକ୍ଷରୁ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା, ୧୦ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଏହା ମାଧ୍ୟମରେ ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ବ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ । ଭାରତ କିପରି ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ସହ ବିଶ୍ବରେ ନିଜର ସ୍ବାଭିମାନକୁ ସୁରକ୍ଷିତ ରଖିପାରିଛି ଏହାକୁ ଉପସ୍ଥାପନା କରାଯିବ। ଏହିକ୍ରମରେ ଓଡ଼ିଶାର ରାଜଧାନୀ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ପରିସରରୁ ମଧ୍ୟ ତ୍ରିରଙ୍ଗା ଶୋଭାଯାତ୍ରା ବାହରିବ। କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସକାଳ ୮ଟାରେ କଳିଙ୍ଗ ଷ୍ଟାଡିୟମଠାରେ ରାଜଭବନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଥିଲା l ଏହି ଶୋଭାଯାତ୍ରାରେ ପୋଲିସ ବାହିନୀ, ସୁରକ୍ଷା ବାହିନୀ, ଲୋକପ୍ରତିନିଧି ଏବଂ ସାଧାରଣ ଜନତା ତ୍ରିରଙ୍ଗା ପତାକା ଧରି ବାଇକ ଚଳାଇ ବନ୍ଦେ ମା ତରମ୍ ଧ୍ବନି ଦେଇ ସହର ପରିକ୍ରମା କରିଥିଲେ ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |