Explore

Search

February 28, 2026 1:31 pm

ଓଡ଼ିଶାରେ ଆରମ୍ଭ ହେଲା କାରା-ଭାନ ଟୁରିଷ୍ଟ ସେବା, ଗାଡ଼ି ଭିତରେ ସମ୍ପୂର୍ଣ୍ଣ ଘରୋଇ ସୁବିଧା

ଭୁବନେଶ୍ୱର : ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ମାତ୍ରା ଦେଇ ଅତ୍ୟାଧୁନିକ କାରା-ଭାନ (Caravan) ଟୁରିଷ୍ଟ ସେବାର ଶୁଭାରମ୍ଭ ହୋଇଛି । ଧଉଳି ପର୍ଯ୍ୟଟନ କେନ୍ଦ୍ରରୁ ଏହି ସେବାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରାଯାଇଛି । VGF ଯୋଜନା ଅଧୀନରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ା ଏହାର ଔପଚାରିକ ଶୁଭାରମ୍ଭ କରିଛନ୍ତି।

ଏହି କାରା-ଭାନ ସେବା ଦ୍ୱାରା ପର୍ଯ୍ୟଟକମାନେ ଅତ୍ୟାଧୁନିକ ଓ ଆରାମଦାୟକ ଯାତ୍ରାର ଅନୁଭୂତି ପାଇବେ। ଗାଡ଼ି ଗୁଡ଼ିକରେ ଶୌଚାଳୟ, ଶୋଇବା ସୁବିଧା ସହ ଆଧୁନିକ କିଚେନ ବ୍ୟବସ୍ଥା ମଧ୍ୟ ରହିଛି।

ହୀରାକୁଦ, ଦେବ୍ରିଗଡ଼, ଶିମିଳିପାଳ, ଚିଲିକା ଓ ଭିତରକନିକା ପରି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରରେ ଏହି ସେବା ଉପଲବ୍ଧ ହେବ। ସେହିପରି ସାତକୋଶିଆ ଓ ଦେଓମାଳି ଭଳି ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳରେ ମଧ୍ୟ ଶୀଘ୍ର ଏହି କାରା-ଭାନ ସେବା ଆରମ୍ଭ ହେବ ବୋଲି ଜଣାପଡ଼ିଛି । ତେବେ ପର୍ଯ୍ୟଟକଙ୍କୁ ବିଳାସପୂର୍ଣ୍ଣ ଅନୁଭୂତି ଦେବା ପାଇଁ ଓଡ଼ିଶାରେ ଆରମ୍ଭ ହୋଇଛି ଏଭଳି ପ୍ରଥମ କାରା-ଭାନ ସେବା ।

ନିକଟରେ ୧୩ ଜଣ ପର୍ଯ୍ୟଟକ କାରା-ଭାନ ବସ୍ ବୁକିଂ କରି କୋଣାର୍କରୁ ସାତକୋଶିଆ ଓ ଦେବ୍ରିଗଡ଼ ଯାତ୍ରା କରିଛନ୍ତି । କାରା-ଭାନ ପର୍ଯ୍ୟଟନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଭା ହେବ । ଏହା ନୂଆ ସମ୍ଭାବନାର ପର୍ଯ୍ୟଟନ ଆଣିଦେବ । ପର୍ଯ୍ୟଟକମାନଙ୍କ ପାଇଁ ବସ ଭିତରେ ତାରକା ହୋଟେଲ ଭଳି ସମସ୍ତ ସୁବିଧା ରହିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score