Explore

Search

March 12, 2026 9:20 pm

ଓଡ଼ିଶା ପାଇଁ ନୂଆ ରେଳ ସୁବିଧା : ‘ଅମୃତ ଭାରତ’ ଟ୍ରେନ ସେବା ଅନୁମୋଦିତ

ଭୁବନେଶ୍ୱର : ଓଡ଼ିଶାରେ ରେଳ ଯୋଗାଯୋଗ ବିକାଶକୁ ଆହୁରି ମଜବୁତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି । ଓଡ଼ିଶାକୁ ଆସାମ ଓ ତେଲେଙ୍ଗାନା ସହ ସଂଯୋଗ କରିବା ଉଦ୍ଦେଶ୍ୟରେ ଏକ ନୂଆ ‘ଅମୃତ ଭାରତ’ ଏକ୍ସପ୍ରେସ ଟ୍ରେନ ଚଳାଚଳ ପାଇଁ ଅନୁମୋଦନ ମିଳିଛି । ଏହାସହ ରାଜ୍ୟର ଦୁଇଟି ସ୍ପେଶାଲ୍ ଟ୍ରେନକୁ ମଧ୍ୟ ଏବେ ନିୟମିତ ରେଳସେବାରେ ପରିଣତ କରାଯାଇଛି । ଏହି ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଚିଠି ଲେଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ସୂଚନା ଦେଇଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଆଲୋଚନା କରି ଓଡ଼ିଶାର ଲୋକମାନଙ୍କ ପାଇଁ ଅଧିକ ରେଳସେବା ଆରମ୍ଭ କରିବାକୁ ଅନୁରୋଧ କରିଥିଲେ । ଏହାକୁ ଧ୍ୟାନରେ ରଖି କେନ୍ଦ୍ର ପକ୍ଷରୁ ନୂଆ ଟ୍ରେନ ସେବା ସହ କିଛି ରେଳ ସଂଯୋଗକୁ ଶକ୍ତିଶାଳୀ କରାଯାଇଛି ।

ନୂଆ ଅମୃତ ଭାରତ ଟ୍ରେନଟି ଆସାମର କାମାକ୍ଷା ଓ ତେଲେଙ୍ଗାନାର ଚାର୍ଲପଲ୍ଲୀ (ସିକନ୍ଦରାବାଦ) ମଧ୍ୟରେ ଚଳାଚଳ କରିବ । ଏହି ଟ୍ରେନ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ରୋଡ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ , ବାଲୁଗାଁ ଏବଂ ବ୍ରହ୍ମପୁର ଷ୍ଟେସନ ଗୁଡିକୁ ସଂଯୋଗ କରିବ।

ଏହାସହ ଟ୍ରେନଟି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଯଥା ରାୟଗଡା, ମୁନିଗୁଡା, କେସିଙ୍ଗା, ଟିଟଲାଗଡ, ବଲାଙ୍ଗୀର, ବରଗଡ ରୋଡ, ସମ୍ବଲପୁର, ଝାରସୁଗୁଡା ଓ ରାଉରକେଲା ଦେଇ ଝାଡ଼ଖଣ୍ଡ ଦିଗକୁ ଯିବ । ଏହି ଟ୍ରେନ ସେବା ଆରମ୍ଭ ହେଲେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଲୋକମାନେ ଦକ୍ଷିଣ ଭାରତ ଓ ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ସହଜରେ ଯାତ୍ରା କରିପାରିବେ । ବିଶେଷ କରି ଛାତ୍ରଛାତ୍ରୀ, ଶ୍ରମିକ, ବ୍ୟବସାୟୀ ଓ ସାଧାରଣ ଯାତ୍ରୀମାନେ ଏହାର ଲାଭ ଉଠାଇପାରିବେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score