Explore

Search

January 15, 2026 10:47 pm

ଏସିଆ ପାୱାର ଇଣ୍ଡେକ୍ସ ତାଲିକାରେ ଭାରତ ଏସିଆର ତୃତୀୟ ମହାଶକ୍ତି

asia power index 2024 india rank

ପ୍ରକାଶ ପାଇଛି ଏସିଆ ପାୱାର ଇଣ୍ଡେକ୍ସ ର଼୍ୟାଙ୍କିଙ୍ଗ ରିପୋର୍ଟ। ଏହି ରିପୋର୍ଟ ରେ ଭାରତ ପାଇଁ ରହିଛି ଖୁସି ଖବର ଭୁ-ରାଜନୈତିକ ଅସ୍ଥିରତା ଏବଂ ଅନ୍ୟାନ୍ୟ ବାହ୍ୟ ସମସ୍ୟା ସତ୍ତ୍ୱେ ମଜଭୁତ ଅଭିବୃଦ୍ଧି ଏବଂ ଦୃଢ଼ ସାମର୍ଥ ସହିତ ଏସିଆରେ ତୃତୀୟ ମହାଶକ୍ତି ପାଲଟିଛି ଭାରତ। ଆହୁରି ମଧ୍ଯ ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି, ଯୁବ ଜନସଂଖ୍ୟା ଏବଂ ଅର୍ଥବ୍ୟବସ୍ଥାର ସମ୍ପ୍ରସାରଣ ବଢିଚାଲିଛି। ଜାପାନକୁ ପଛରେ ପକାଇ ୩୯.୧ ପଏଣ୍ଟ ସହ ଭାରତ ତୃତୀୟ ସ୍ଥାନରେ ପହଞ୍ଚିଛି। ଗତ ବର୍ଷ ଏହି ରିପୋର୍ଟରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା।

ଇଣ୍ଡେକ୍ସ ରିପୋର୍ଟ ଅନୁଯାୟୀ, ଭାରତର ପଡୋଶୀ ଦେଶ ଚୀନ୍ ୭୨.୭% ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଆମେରିକା ୮୧.୭ ପଏଣ୍ଟ ସହିତ ଶୀର୍ଷରେ ରହିଛି। ୩୯.୧ ପଏଣ୍ଟ ସହ ଭାରତ ରହିଛି ତୃତୀୟ ସ୍ଥାନରେ ,ସେହିପରି ଜାପାନ- ୩୮.୯ ପଏଣ୍ଟ, ରୁଷିଆ- ୩୧.୧ ପଏଣ୍ଟ, ଦକ୍ଷିଣ କୋରିଆ- ୩୧.୦ ପଏଣ୍ଟ, ସିଙ୍ଗାପୁର – ୨୬.୪ ପଏଣ୍ଟ, ଇଣ୍ଡୋନେସିଆ- ୨୨.୩ ପଏଣ୍ଟ, ଥାଇଲାଣ୍ଡ- ୧୯.୮ ପଏଣ୍ଟ, ପାକିସ୍ତାନ- ୧୪.୦ ପଏଣ୍ଟ ହାସଲ କରିଛନ୍ତି।

ଏହି ର଼୍ୟାଙ୍କିଙ୍ଗ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା, ଯାହା ଦର୍ଶାଏ ଯେ ଆଗାମୀ ସମୟରେ ଭାରତର ବୈଶିକ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଏହା କେବଳ ଏସିଆରେ ନୁହେଁ ସମଗ୍ର ବିଶ୍ୱରେ ଭୌଗୋଳିକ ପରିସ୍ଥିତିକୁ ପ୍ରଭାବିତ କରିବ।

ପ୍ରକାଶ ଯୋଗ୍ୟ, ଏସିଆ ପାୱାର ଇଣ୍ଡେକ୍ସକୁ ପ୍ରତିବର୍ଷ ଜାରି କରାଯାଇଥାଏ । ବାହ୍ୟ ଭୁ-ରାଜନୈତିକ ଆହ୍ୱାନଗୁଡ଼ିକୁ ସାମ୍ନା କରିବା ପାଇଁ ରାଷ୍ଟ୍ରଗୁଡ଼ିକର ସାମର୍ଥ୍ୟ ଆଧାରରେ ସେମାନଙ୍କୁ ରାଙ୍କ ପ୍ରଦାନ କରାଯାଇଥାଏ । ଦେଶଗୁଡ଼ିକର ଅର୍ଥନୈତିକ ସାମର୍ଥ୍ୟ, ସେନାବାହିନୀ କ୍ଷମତା ଏବଂ କୁଟନୈତିକ ପ୍ରଭାବ ସହିତ ୮ଟି ପ୍ରମୁଖ ମାପକକୁ ଦେଖି ପ୍ରତ୍ୟେକ ରାଷ୍ଟ୍ରର ସାମର୍ଥ୍ୟକୁ ଆକଳନ କରାଯାଇଥାଏ । ଏଥିରେ ଏସିଆ ପ୍ରଶାନ୍ତ ଅଞ୍ଚଳର ୨୭ଟି ଦେଶର କ୍ଷମତାକୁ ମପାଯାଇଥାଏ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score